ଭୁବନେଶ୍ବର: ଏମଭିଆଇ କରୁଛନ୍ତି କଡାକଡି ଚେକିଂ । ଯେଉଁ ଗାଡିର ଫିଟନେସ୍ ନାହିଁ କଟାଯାଉଛି, ମୋଟା ଅଙ୍କର ଫାଇନ୍ । ଯେଉଁ ଅଟୋ ଲୁଚିକି ଗଳି ରାସ୍ତାରେ ଖସି ଯାଉଛନ୍ତି ସେମାନଙ୍କ ଉପରେ ନଜର ରଖାଯାଇଛି । କୌଣସି ଗାଡି ଯେପରି ଖସି ଯାଇନପାରେ ସେଥିପ୍ରତି ଦୃଷ୍ଟି ଦିଆଯାଉଛି । ଏକ ସ୍କୁଲ ବସରୁ ୨ ଲକ୍ଷ ୩୩ ହଜାର ଟଙ୍କା ଚାଲାଣ କଟିଥିବାବେଳେ ଏକ ଅଟୋରୁ ୨୭ ହଜାର ଟଙ୍କାର ଫାଇନ୍ କାଟିଛି ଏମ୍ଭିଆଇ ।
ବସରେ ଫିଟନେସ, ପଲ୍ୟୁସନ, ଟ୍ୟାକ୍ସ, ଇନସୁରାନ୍ସ ଆଦି ନଥିବାରୁ ଏହି ଚାଲାଣ କଟିଛି । ସ୍କୁଲ ପିଲାଙ୍କୁ ବିପଦପୂର୍ଣ୍ଣ ଭାବରେ ନେବା ଆଣିବା କରୁଥିବାରୁ ବସକୁ ସିଜ କଲା ଏମଭିଆଇ । ଡ଼ମଣା ଛକରେ ଚେକିଂ ବେଳେ ଧରାପଡିଲା ବସ । ଅନ୍ୟପଟେ ଆଉ ଏକ ଅଟୋ ଡ୍ରାଇଭରଙ୍କୁ ୨୭ ହଜାର ଟଙ୍କା ଫାଇନ ଲାଗଛି । DL ନଥିବାରୁ ୫ ହଜାର, ପରମିଟ୍ ନଥିବାରୁ ୧୦ ହଜାର, ଇନସ୍ୟୁରାନ୍ସ ପାଇଁ ୨ ହଜାର, ରେଜିଷ୍ଟ୍ରେସନ ଓ ଫିଟନେସ ସାର୍ଟିଫିକେଟ ନଥିବାରୁ ୫ ହଜାର ଫାଇନ୍ ଓ ଡିଏଲ ନଥିବା ଡ୍ରାଇଭରଙ୍କୁ ଗାଡି ଚଳାଇବା ପାଇଁ ଅନୁମତି ଦେଇଥିବାରୁ ୫ ହଜାର ଫାଇନ କରାଯାଇଛି ।