ଓଡିଶା

odisha

ETV Bharat / city

Eid-Ul-Fitr 2022: ମୁବାରକ ବାର୍ତ୍ତା ସହ ଅତର-ଲଚ୍ଛା ବାସ୍ନାରେ ମହକୁଛି ପରିବେଶ - ଭୁବନେଶ୍ବରରେ ଭାଇଚାରାର ପର୍ବ ଇଦ ପାଳିତ

ମୁସଲିମ ଧର୍ମାବଲମ୍ବୀଙ୍କ ମୁଖ୍ୟ ପର୍ବ ଇଦ୍‌ ରାଜଧାନୀରେ ଧୁମଧାମରେ ପାଳିତ ହେଉଛି । କୋରୋନା କଟକଣା ହଟିବା ପରେ ଆନନ୍ଦ ଉଲ୍ଲାସର ସହ ମସଜିଦ୍‌ରେ ନମାଜ ପାଠ କରୁଛନ୍ତି ମୁସଲିମ ଶ୍ରଦ୍ଧାଳୁ । ଅଧିକ ପଢନ୍ତୁ

ଭାଇଚାରାର ପର୍ବ Eid: ମୁବାରକ ବାର୍ତ୍ତା ସହ ଅତର ବାସ୍ନାରେ ମହକୁଛି ମସଜିଦ ପରିସର
ଭାଇଚାରାର ପର୍ବ Eid: ମୁବାରକ ବାର୍ତ୍ତା ସହ ଅତର ବାସ୍ନାରେ ମହକୁଛି ମସଜିଦ ପରିସର

By

Published : May 3, 2022, 4:16 PM IST

ଭୁବନେଶ୍ବର:ଆଜି(ମଙ୍ଗଳବାର) ହେଉଛି ଭାଇଚାରାର ପର୍ବ ଇଦ୍ । ଦୀର୍ଘ ୨ ବର୍ଷ ପରେ ମସଜିଦ୍‌ରେ କୋରୋନା କଟକଣା କୋହଳ ହେବାରୁ ପୁଣି ଥରେ ଏକାଠି ହୋଇଛନ୍ତି ମୁସଲିମ୍‌ ଭାଇ ଭଉଣୀ । ମସଜିଦ୍‌ ଯାଇ ସମୂହ ନମାଜ ପାଠ କରିଛନ୍ତି । ଆଉ ପରସ୍ପରକୁ ଆଲିଙ୍ଗନ କରି ଇଦ ମୁବାରକ ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି । ଏନେଇ ଭୁବନେଶ୍ବରର ବିଭିନ୍ନ ମସଜିଦରେ ଇସଲାମିକ ସଂପ୍ରଦାୟ ଭାଇଙ୍କ ଭିଡ ଲାଗିଥିବା ଦେଖିବାକୁ ମିଳିଛି ।

ଭାଇଚାରାର ପର୍ବ Eid: ମୁବାରକ ବାର୍ତ୍ତା ସହ ଅତର ବାସ୍ନାରେ ମହକୁଛି ମସଜିଦ ପରିସର

ନମାଜ ପାଠ ସହ ସମସ୍ତଙ୍କ ମଙ୍ଗଳ ଓ ଖୁସି ପାଇଁ ଆହ୍ଲାଙ୍କ ପାଖରେ ଦୁଆ ମାଗିଛନ୍ତି । ବେଶ ଖୁସି ଓ ଉଲ୍ଲାସର ସହ ଇଦ୍‌ ପର୍ବକୁ ଧୂମଧାମରେ ପାଳନ କରିଛନ୍ତି । ଦର୍ଶନ ପରେ ମୁସିଲମ ଭାଇଭଉଣୀ ଘରେ ପ୍ରସ୍ତୁତ କରିବେ ସୁସ୍ବାଦୁ ବ୍ୟଞ୍ଜନ । ପର୍ବ ଯୋଗୁଁ ରଙ୍ଗ ବେରଙ୍ଗର ପୋଷାକ ସହ ଅତରର ବାସ୍ନାରେ ମସଜିଦ୍‌ ପରିବେଶ ମହକୁଛି । କୋରୋନା କଟକଣା ହଟିବା ପରେ ଚମକିଛି ଚଳିତ ବର୍ଷର ଇଦ୍‌ ପର୍ବ । ଗୋଟିଏ ମାସ ଯାଏଁ ରୋଜା (ଉପବାସ) ରଖିବା ପରେ ମସଜିଦ୍‌ରେ ବିଭିନ୍ନ କାର୍ଯ୍ୟକ୍ରମ ସହ ସମୂହ ନମାଜ ପାଠ କରିଛନ୍ତି ଏହି ଧର୍ମାବଲମ୍ବୀ ଶ୍ରଦ୍ଧାଳୁ ।

ଏହା ବି ପଢନ୍ତୁ- Eid-Ul-Fitr 2022: ଧୁମଧାମରେ ଇଦ୍ ପାଳୁଛି ସିଲଭର ସିଟି

ଭୁବନେଶ୍ବରର ଜାମ୍ମା ମସଜିଦ ସହ ଅନ୍ୟାନ୍ୟ ମସଜିଦରେ ଭିଡ ଲାଗି ରହିଛି । ମସଜିଦରେ ନାଇଜେରିଆ, ବାଂଲାଦେଶ ସହ କିଟ ବିଶ୍ଵବିଦ୍ୟାଳୟ ଛାତ୍ରଛାତ୍ରୀ ଆସି ନମାଜ ପାଠ କରିଛନ୍ତି । ଅନ୍ୟପଟେ ଏହି ମାସରେ ବର୍ଷକର ଆୟର ୨.୫ ପ୍ରତିଶତ ସମ୍ପତ୍ତି ନିଜର ସକ୍ଷମ ହିସାବରେ ଦାନ କରିଛନ୍ତି । ଗରିବ ଲୋକଙ୍କୁ ଖାଦ୍ୟ ଓ ବସ୍ତ୍ର ଦାନ କରିଛନ୍ତି । ବିରିୟାନୀ, ଲଚ୍ଛା ପରି ଅନେକ ସୁଗନ୍ଧଯୁକ୍ତ ଖାଦ୍ୟ ଖାଇବା ସହ ସମ୍ପର୍କୀୟକୁ ଘରକୁ ଡାକିବା ସହିତ ଉପହାର ସ୍ବରୂପ ଭେଟି ଦେଇଛନ୍ତି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ABOUT THE AUTHOR

...view details