ଓଡିଶା

odisha

ସଫଳତା ସାଉଣ୍ଟୁଛି ମ୍ୟୁନିସିପାଲ ପ୍ରିମିୟର ଲିଗ୍

ସଫଳତା ସାଉଣ୍ଟିବାରେ ଲାଗିଛି ମ୍ୟୁନିସିପାଲ ପ୍ରିମିୟର ଲିଗ୍ । ଏହି ଲିଗ ମାଧ୍ୟମରେ ପୈାର ସଂସ୍ଥାଗୁଡ଼ିକର ରାଜସ୍ବ ବୃଦ୍ଧି ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ ଖୁବ ଉତ୍ସାହଜନକ ହୋଇପାରିଛି ବୋଲି ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି । ଅଧିକ ପଢନ୍ତୁ...

By

Published : Sep 25, 2021, 7:55 PM IST

Published : Sep 25, 2021, 7:55 PM IST

ସଫଳତା ସାଉଣ୍ଟୁଛି ମ୍ୟୁନିସିପାଲ ପ୍ରିମିୟର ଲିଗ୍
ସଫଳତା ସାଉଣ୍ଟୁଛି ମ୍ୟୁନିସିପାଲ ପ୍ରିମିୟର ଲିଗ୍

ଭୁବନେଶ୍ବର: ମ୍ୟୁନିସିପାଲ ପ୍ରିମିୟର ଲିଗ୍ ୧.୦ ଓ ୨.୦ ର ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଛି । ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ମନ୍ତ୍ରୀ ପ୍ରତାପ ଜେନା ଉପସ୍ଥିତ ରହି ପୁରସ୍କାର ବିତରଣ କରିଛନ୍ତି । କାର୍ଯ୍ୟକ୍ରମରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଜି ମାଥିଭାତନନ, ପୈାର ପ୍ରଶାସକ ସଂଗ୍ରାମଜିତ ନାୟକ, ବିଏମସି କମିଶନର ସଞ୍ଜୟ ସିଂ ଓ ବିଭାଗର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

ସଫଳତା ସାଉଣ୍ଟୁଛି ମ୍ୟୁନିସିପାଲ ପ୍ରିମିୟର ଲିଗ୍

ଏହି ଉତ୍ସବରେ ବିଭାଗୀୟ ମନ୍ତ୍ରୀ କହିଛନ୍ତି ଯେ, ମ୍ୟୁନିସିପାଲ ପ୍ରିମିୟର ଲିଗ୍ ମାଧ୍ୟମରେ ପୈାର ସଂସ୍ଥା ଗୁଡ଼ିକର ରାଜସ୍ବ ବୃଦ୍ଧି ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ ଖୁବ ଉତ୍ସାହଜନକ ହୋଇପାରିଛି । ସହରାଞ୍ଚଳ ମାନଙ୍କରେ ତୃଣମୂଳ ସ୍ତରରେ ଗଣତନ୍ତ୍ରର ପ୍ରଥମ ପାହାଚ ହେଉଛି ପୈାର ପରିଷଦ । ପୈାର ପରିଷଦଗୁଡ଼ିକ ସେମାନଙ୍କ ନିଜସ୍ବ ରାଜସ୍ବ ବୃଦ୍ଧି କରି ବିଭିନ୍ନ ବିକାଶମୂଳକ କାର୍ଯ୍ୟଗୁଡ଼ିକୁ କାର୍ଯ୍ୟକାରୀ କରିବାରେ ଏହା ସହାୟକ ହୋଇଥାଏ । ନାଗରିକମାନଙ୍କୁ ଉତ୍ତମ ସେବା ଯୋଗାଇବାରେ ସାହାଯ୍ୟ କରିଥାଏ ।

ମ୍ୟୁନିସିପାଲ ପ୍ରିମିୟର ଲିଗ୍ କାର୍ଯ୍ୟକାରୀ ହେବା ପରେ ପୈାରସଂସ୍ଥା ଗୁଡ଼ିକରେ ରାଜସ୍ବ ଆଦାୟ ସନ୍ତୋଷଜନକ ଭାବେ ବୃଦ୍ଧି ହୋଇଛି । ପ୍ରାରମ୍ଭରେ ୯ ଗୋଟି ବଡ଼ ବଡ଼ ସହରରେ ଏହି ବ୍ୟବସ୍ଥା ପରୀକ୍ଷାମୂଳକ ଭାବେ କାର୍ଯ୍ୟକାରୀ କରାଯାଇଥିଲା । ବର୍ତ୍ତମାନ ସମସ୍ତ ୧୧୪ ଗୋଟି ସହରାଞ୍ଚଳରେ କାର୍ଯ୍ୟକାରୀ କରାଯାଇଛି । ଯେଉଁଥିରେ ୬୫୦ରୁ ଅଧିକ ସଂଖ୍ୟକ କର୍ମଚାରୀ ସାମିଲ ହୋଇଛନ୍ତି । ଏହି ବ୍ୟବସ୍ଥା ମାଧ୍ୟମରେ ଟିକସ ଆଦାୟ କ୍ଷେତ୍ରରେ ୬୭ ମିଶନ ଶକ୍ତି ମହିଳା ସ୍ବେଚ୍ଛାସେବୀ ସଙ୍ଗଠନକୁ ମଧ୍ୟ ପ୍ରଥମ ଥର ପାଇଁ ସାମିଲ କରାଯାଇଛି ।

ମ୍ୟୁନିସିପାଲ ପ୍ରିମିୟର ଲିଗ୍‌-୧.୦ କାର୍ଯ୍ୟକାରୀ କରାଯାଇ ୨୦୧୯-୨୦ ଆର୍ଥିକ ବର୍ଷରେ ୨୪ % ଟିକସ୍ ଆଦାୟ ବୃଦ୍ଧି ପାଇଛି । ୧୦୪ କୋଟି ଟଙ୍କାରୁ ୧୨୩ କୋଟି ଟଙ୍କାକୁ ରାଜସ୍ବ ବୃଦ୍ଧି ହୋଇଛି । ସେହିପରି ମ୍ୟୁନିସିପାଲ ପ୍ରିମିୟର ଲିଗ୍‌-୨.୦ ରେ ୨୦୨୦-୨୧ ଆର୍ଥିକ ବର୍ଷରେ କୋରନା ଜନିତ ମହାମାରୀ ସତ୍ତ୍ବେ ୧୫% ଟିକସ୍ ଆଦାୟ ବୃଦ୍ଧି ଘଟିଛି । ୧୨୩ କୋଟି ଟଙ୍କାରୁ ୧୪୧ କୋଟି ଟଙ୍କାରେ ରାଜସ୍ବ ପହଞ୍ଚିପାରିଛି ।

ରାଜସ୍ବ ଆଦାୟ ଅଧିକାରୀ ମାନେ ଖୁବଶୀଘ୍ର ଅନଲାଇନ ସିଷ୍ଟମକୁ ଆପଣେଇ ରାଜସ୍ବ ଆଦାୟ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ମ୍ୟୁନିସିପାଲ ପ୍ରିମିୟର ଲିଗ୍‌-୧.୦ ସମୟରେ ଡ଼ିଜିଟାଲ ଟିକସ୍ ଆଦାୟ ବ୍ୟବସ୍ଥା ୪୩% ହୋଇଥିବା ବେଳେ ମ୍ୟୁନିସିପାଲ ପ୍ରିମିୟର ଲିଗ୍‌-୨.୦ ରେ ଏହା ୮୫% ହୋଇପାରିଛି । ଏହି ବ୍ୟବସ୍ଥା ସହିତ ସାମିଲ ହୋଇ ପୈାର ପରିଷଦ ଗୁଡ଼ିକର ନିଜସ୍ବ ଆୟ ବୃଦ୍ଧି କରିବା ଦିଗରେ ଗ୍ରହଣ କରାଯାଇଥିବା ପଦକ୍ଷେପ ପାଇଁ ସଂପୃକ୍ତ ସମସ୍ତ ପଦାଧିକାରୀ ଏବଂ ଉତ୍ତମ ପ୍ରଦର୍ଶନ ପାଇଁ ପୁରସ୍କୃତ କରାଯାଇଛି ।

ସହରାଞ୍ଚଳ ଗୁଡ଼ିକରେ ବିକାଶ ଏବଂ ନାଗରିକମାନଙ୍କୁ ଉତ୍ତମ ସେବା ଯୋଗାଇବା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦିଗଦର୍ଶନରେ ଅନେକ ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି । ତେବେ ଏହି କ୍ଷେତ୍ରରେ ଓଡ଼ିଶା ଦେଶରେ ଅନ୍ୟ ରାଜ୍ୟମାନଙ୍କ ପାଇଁ ଉଦାହରଣ ହୋଇପାରିଛି ବୋଲି ମନ୍ତ୍ରୀ କହିଛନ୍ତି । ମ୍ୟୁନିସିପାଲ ପ୍ରିମିୟର ଲିଗ୍‌-୩.୦ ଆଗାମୀ ଦିନରେ ଅଧିକ ଫଳପ୍ରଦ ହୋଇପାରିବ। ପୈାର ସଂସ୍ଥାଗୁଡ଼ିକ ଆର୍ଥିକ କ୍ଷେତ୍ରରେ ସ୍ବାବଲମ୍ବୀ ହୋଇପାରିବ ବୋଲି ମନ୍ତ୍ରୀ ଆଶାବାଦୀ ହୋଇଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details