ଓଡିଶା

odisha

ETV Bharat / city

ପୌର ନିର୍ବାଚନ ପ୍ରାରମ୍ଭିକ ପ୍ରସ୍ତୁତି ଆରମ୍ଭ: ଡିସେମ୍ବର ୧୨ ସୁଦ୍ଧା ସରିବ ସୀମା ପୁନଃନିର୍ଦ୍ଧାରଣ ପ୍ରକ୍ରିୟା

ରାଜ୍ୟ ସରକାରଙ୍କ ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପତି ଅନୁସାରେ, ଡିସେମ୍ବର ୧୨ ତାରିଖ ସୁଦ୍ଧା ସୀମା ପୁନଃନିର୍ଦ୍ଧାରଣ ପ୍ରକ୍ରିୟା ସରିବାକୁ ଗୃହ ଏବଂ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଅଧିକ ପଢନ୍ତୁ...

municipal elections
municipal elections

By

Published : Oct 25, 2021, 5:10 PM IST

ଭୁବନେଶ୍ବର:ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ପରେ ପରେ କିଛି ବର୍ଷ ଧରି ସ୍ଥଗିତ ରହିଥିବା ପୌର ନିର୍ବାଚନ ପାଇଁ ଅଣ୍ଟା ଭିଡିଲେଣି ରାଜ୍ୟ ସରକାର । ଆସନ୍ତା ବର୍ଷ ପୌର ନିର୍ବାଚନ କରିବା ପାଇଁ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଛନ୍ତି ।

ପୌର ନିର୍ବାଚନ ପାଇଁ ଫିଟିଲା ବାଟ; ଆରମ୍ଭ ହେଲା ପ୍ରାରମ୍ଭିକ ପ୍ରସ୍ତୁତି

ଆଜି ରାଜ୍ୟ ସରକାରଙ୍କ ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପତି ଅନୁସାରେ, ଡିସେମ୍ବର ୧୨ ତାରିଖ ସୁଦ୍ଧା ସୀମା ପୁନଃନିର୍ଦ୍ଧାରଣ ପ୍ରକ୍ରିୟା ସରିବାକୁ ଗୃହ ଏବଂ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ପୌର ପ୍ରଶାସକ ସଂଗ୍ରାମଜିତ ନାୟକ ଜିଲ୍ଲାପାଳମାନଙ୍କୁ ଲେଖିଥିବା ଚିଠି ଅନୁସାରେ ନଭେମ୍ବର ୯ ତାରିଖରୁ ଜନ ସଧାରଣ ଦେଇପାରିବେ ମତାମତ । ମତାମତ ଦାଖଲର ଅନ୍ତିମ ତାରିଖ ରହିଛି ୧୮ ନଭେମ୍ବର । ୨୯ ନଭେମ୍ବରରେ ସୀମା ନିର୍ଦ୍ଧାରଣ ଓ ସଂରକ୍ଷଣ ନେଇ ପ୍ରକାଶ ପାଇବ ଚୂଡାନ୍ତ ବିଜ୍ଞପ୍ତି ।

ପୌର ନିର୍ବାଚନ ପାଇଁ ଫିଟିଲା ବାଟ; ଆରମ୍ଭ ହେଲା ପ୍ରାରମ୍ଭିକ ପ୍ରସ୍ତୁତି

ରାଜ୍ୟରେ ଥିବା ୧୦୫ ପୌର ପାଳିକାର ଓ୍ବାର୍ଡ ସୀମା ପୁନଃନିର୍ଦ୍ଧାରଣ ପାଇଁ ପ୍ରକ୍ରିୟା ଆରମ୍ଭ ହେବ । ଏନେଇ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସବୁ ଜିଲ୍ଲାପାଳଙ୍କୁ ଆଜି(ସୋମବାର) ଚିଠି ଲେଖାଯାଇଛି ।

ସେହିପରି ଡିସେମ୍ବର ୧୨ ତାରିଖ ସୁଦ୍ଧା ସୀମା ପୁନଃନିର୍ଦ୍ଧାରଣ ପ୍ରକ୍ରିୟା ସରିବ । ରାଜ୍ୟର ୧୦୫ ଟି ପୌରପାଳିକା ମଧ୍ୟରୁ ୧୦୧ଟି ୱାର୍ଡର କାର୍ଯ୍ୟକାଳ ସରିଛି । ନବ ଗଠିତ ୪ ଟି ଏନଏସି ଗଠନକୁ ୬ ମାସ ମଧ୍ୟ ପୂରଣ ହୋଇଛି । ସଂରକ୍ଷଣ ଆଧାରରେ ହେବ ସୀମା ପୁନଃନିର୍ଦ୍ଧାରଣ । ଡିସେମ୍ବର ୧୨ ତାରିଖ ସୁଦ୍ଧା ତାଲିକା ନେଇ ହୋଇପାରିବ ଅପିଲ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details