ଓଡିଶା

odisha

ETV Bharat / city

ଏଣିକି ଫସଲ ନଷ୍ଟ କରିବେନି ବନ୍ୟପ୍ରାଣୀ, ଝଟକା ଦେବ ମେସିନ୍ - wild animals

ଏଣିକି ଆଉ ଫସଲ ନଷ୍ଟ ହେବା ନାହିଁ କାରଣ ରାଜ୍ୟର ରାଜଧାନୀରେ ଏମିତି ଏକ ପ୍ରୋଜେକ୍ଟ ପ୍ରସ୍ତୁତ ହୋଇଛି । ଅଧିକ ପଢନ୍ତୁ...

ଏଣିକି ଫସଲ ନଷ୍ଟ କରିବେନି ବନ୍ୟପ୍ରାଣୀ: ଝଟକା ଦେବ ମେସିନ୍
ଏଣିକି ଫସଲ ନଷ୍ଟ କରିବେନି ବନ୍ୟପ୍ରାଣୀ: ଝଟକା ଦେବ ମେସିନ୍

By

Published : Jan 12, 2020, 11:00 PM IST

ଭୁବନେଶ୍ବର: ଏଣିକି ବନ୍ୟପ୍ରାଣୀଙ୍କ ଦ୍ବାରା ଆଉ ଫସଲ ନଷ୍ଟ ହେବ ନାହିଁ । କାରଣ ରାଜଧାନୀ ଏମ୍‌ଏସ୍ଏମିରେ ଏମିତି ଏକ ପ୍ରୋଜେକ୍ଟ ପ୍ରସ୍ତୁତ କରାଯାଇଛି। ଯାହାକୁ ଦେଖିବା ପାଇଁ ଲୋକଙ୍କ ଭିଡ ଜମୁଛି।

ଏଣିକି ଫସଲ ନଷ୍ଟ କରିବେନି ବନ୍ୟପ୍ରାଣୀ: ଝଟକା ଦେବ ମେସିନ୍

ଅନେକ ସମୟରେ ଆମେ ଦେଖିଛୁ ଫସଲ ଜମିକୁ ବନ୍ୟାପ୍ରାଣୀ ନଷ୍ଟ କରି ଦେଇଥାନ୍ତି। ଯାହାଫଳରେ କୃଷକଙ୍କୁ ଅନେକ କ୍ଷତି ସହିବାକୁ ପଡିଥାଏ। କିନ୍ତୁ ଏଣିକି ଆଉ ଫସଲ ନଷ୍ଟ ହେବା ନାହିଁ କାରଣ ରାଜଧାନୀରେ ଏମିତି ଏକ ପ୍ରୋଜେକ୍ଟ ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର।

ଏହି ପ୍ରକଳ୍ପରେ ଏକ ମେସିନ ଲାଗିଛି ଯାହାଦ୍ବାର ଜୀବଜନ୍ତୁଙ୍କୁ ସାମାନ୍ୟ ଝଟକା ଲାଗିବ। କିନ୍ତୁ ଏହାଦ୍ବାରା ଜୀବଜନ୍ତୁଙ୍କୁ କୌଣସି କ୍ଷତି ହେବ ନାହିଁ। ଏଥିରେ ଏକ ସୋଲାର ପ୍ୟାନେଲ ବି ରହିଛି ଯାହା ଚାର୍ଜ ହେବା ପରେ ବ୍ୟାଟେରୀରେ ସଂଗୃହିତ ହୋଇ ରହିବ ଓ ଚାଷ ଜମି ଚାରିପଟେ ଲଗାଯାଇ ଥିବା ତାରକୁ କରେଣ୍ଟ ଯୋଗାଇବ। ଏହାଦ୍ବାର ପଶୁପକ୍ଷୀଙ୍କୁ କେବଳ ଝଟକା ଲାଗିବ। ସବୁଠାରୁ ବଡ଼ କଥା ହେଲା କରେଣ୍ଟ ଲାଗିଲେ ବି ଜୀବଜନ୍ତୁ ମୃତ୍ୟୁବରଣ କରିବେ ନାହିଁ ।

ବର୍ତ୍ତମାନ କେନ୍ଦ୍ରପଡାର ବିଭିନ୍ନ ଅଞ୍ଚଳରେ ଏହି ମେସିନ୍‌ ଲଗାସରିଛି।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ABOUT THE AUTHOR

...view details