ଓଡିଶା

odisha

ETV Bharat / city

ସଂସଦରେ ଅପରାଜିତା ଉଠାଇଲେ ଭୁବନେଶ୍ବର ଜଳବନ୍ଦୀ ସମସ୍ୟା

ରାଜଧାନୀର ଜଳବନ୍ଦୀ ସମସ୍ୟାକୁ ସଂସଦରେ ଉଠାଇଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ । ଏହି ସଙ୍ଗୀନ ସମସ୍ୟାର ସମାଧାନ କରିବାକୁ ସେ କେନ୍ଦ୍ର ସରକାରଙ୍କ ଓ ଜଳଶକ୍ତି ମନ୍ତ୍ରାଳୟର ଦୃଷ୍ଟି ଆକର୍ଷଣ କରିଛନ୍ତି ।

By

Published : Jul 2, 2019, 12:46 PM IST

Updated : Jul 2, 2019, 12:59 PM IST

ଡିଜାଇନ ଫଟୋ

ନୂଆଦିଲ୍ଲୀ: ସମାନ୍ୟ ବର୍ଷା ହେଲେ ବେହାଲ ହୋଇଯାଏ ସାର୍ଟ ସିଟି ଭୁବନେଶ୍ବର । ପ୍ରତିବର୍ଷ ବର୍ଷା ଦିନ ହେଉ ଅବା ଅଦିନିଆ ବର୍ଷାରେ ଉବୁଟୁବୁ ହେଉଛି ରାଜଧାନୀ । ଏହି ପ୍ରମୁଖ ସମସ୍ୟାକୁ ସଂସଦରେ ଉଠାଇଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ । ଏହି ସଙ୍ଗୀନ ସମସ୍ୟାର ସମାଧାନ କରିବାକୁ ସେ କେନ୍ଦ୍ର ସରକାରଙ୍କ ଓ ଜଳଶକ୍ତି ମନ୍ତ୍ରଣାଳୟର ଦୃଷ୍ଟି ଆକର୍ଷଣ କରିଛନ୍ତି ।

ଭୁବନେଶ୍ବରରେ ବର୍ଷା ଜଳ ନିଷ୍କାସନ ବନ୍ଦୋବସ୍ତ କରିବା ଦିଗରେ ଜଳଶକ୍ତି ମନ୍ତ୍ରଣାଳୟ ଦୃଷ୍ଟି ଦେବା ପାଇଁ ସେ ଲୋକସଭାରେ କହିଛନ୍ତି । ଏହା ରାଜଧାନୀ ଭୁବନେଶ୍ବର ପାଇଁ ଏକ ପୁରୁଣା ସମସ୍ୟା ଏଥିରେ ପ୍ରତି ବର୍ଷ ରାଜଧାନୀବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଉଥିବ ସେ କହିଛନ୍ତି । ଖୁବଶୀଘ୍ର ଧ୍ୟାନ ଦେବା ସହ ସମସ୍ୟାର ସମାଧାନ ନେବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ପଦକ୍ଷେପ ନେବାକୁ ଅପରାଜିତା ଷଡଙ୍ଗୀ ବାଚସ୍ପତିଙ୍କୁ ଅନୁରୋଧ କରିଛନ୍ତି |

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 2, 2019, 12:59 PM IST

ABOUT THE AUTHOR

...view details