ଓଡିଶା

odisha

ETV Bharat / city

Banapur Violence: ରାଜନୈତିକ ହିସାଂ ନେଇ ବର୍ଷିଲେ ଅପରାଜିତା, ଗିରଫ ପାଇଁ ଦେଲେ 48 ଘଣ୍ଟାର ମହଲତ

ବାଣପୁର ବ୍ଲକ ଆଗରେ ଚିଲିକା ବିଧାୟକଙ୍କ ଗାଡି ଚଢାଇବା ପ୍ରସଙ୍ଗ । ଘଟଣାକୁ ନେଇ ବର୍ଷିଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ । ଅଧିକ ପଢନ୍ତୁ

ରାଜନୈତିକ ହିସାଂକୁ ନେଇ ବର୍ଷିଲେ ସାଂସଦ ଅପରାଜିତା
ରାଜନୈତିକ ହିସାଂକୁ ନେଇ ବର୍ଷିଲେ ସାଂସଦ ଅପରାଜିତା

By

Published : Mar 12, 2022, 8:48 PM IST

ଭୁବନେଶ୍ବର:ବାଣପୁର ବ୍ଲକ ଆଗରେ ଚିଲିକା ବିଧାୟକଙ୍କ ଗାଡି ଚଢାଇବା ପ୍ରସଙ୍ଗ । ଘଟଣାକୁ ନେଇ ବର୍ଷିଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ।

ଆଜି ପ୍ରେସମିଟ କରି ଅପରାଜିତା ଦୁଇଟି ଘଟଣାକୁ ନେଇ 24 ଘଣ୍ଟା ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଅପରାଜିତା କହିଛନ୍ତି ଗତକାଲି ରାତି ପାଖାପାଖି 3 ଟାରେ ବିଜେପି ନେତା କର୍ମୀ ଲକ୍ଷ୍ମୀ ସାଗର ଥାନାକୁ ଏତାଲ ଦେବାକୁ ଯାଇଥିବା ବେଳେ ଅନ୍ୟ ରାଜନୈତିକ ଦଳର ଲୋକେ ଆକ୍ରମଣ କରିଛନ୍ତି। ଆକ୍ରମଣର ଶିକାର ହୋଇଥିବା ଦଳୀୟ କର୍ମୀ ଏବେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ରାଜଧାନୀରେ ହିଂସା ଚରମ ସୀମାରେ ପହଁଚିଛି। ପୋଲିସ କମିଶନରଙ୍କ ନିକଟରେ ଅଭିଯୋଗ କରିଛୁ। ଆଜି ୨୪ ଘଣ୍ଟା ଭିତରେ ଦୋଷୀଙ୍କୁ ଗିରଫ ପାଇଁ ଦାବି କରୁଛୁ । ଯଦି ଅଭିଯୁକ୍ତଙ୍କୁ ଗିରଫ କରାନଯାଏ ଆମେ ପୋଲିସ କମିଶନରଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେବୁ।

ସେହିପରି ବାଣପୁର ବ୍ଲକ ଆଗରେ ଚିଲିକା ବିଧାୟକଙ୍କ ଗାଡି ଦୁର୍ଘଟଣା ପ୍ରସଙ୍ଗକୁ ନେଇ ଅପରାଜିତା କହିଛନ୍ତି ଘଟଣା ଅତ୍ୟନ୍ତ ଭୟାନକ। ବିଧାୟକ ଜଗଦେଵ ବାଣପୁର ବ୍ଲକ ଆଗରେ ଗହଳି ଥିବା ଲୋକଙ୍କୁ ଗାଡି ଚଢାଇ ଦେଇଛନ୍ତି। ରାଜନୈତିକ ହିଂସା ଚରମ ସୀମାରେ ପହଞ୍ଚିଛି । ଓଡିଶା ଇତିହାସରେ ଏମିତି କେବେ ଘଟିନଥିଲା। ପଞ୍ଚାୟତ ନିର୍ବାଚନରେ ବିଜେଡି ଜିତିବା ପରେ ଅହଙ୍କାରର ପରିଚୟ ଦେଇଛି। ଲକ୍ଷ୍ମୀ ସାଗର ଅଞ୍ଚଳରେ ଯେଉଁ ଆକ୍ରମଣ କରାଗଲା ତାହା ମଧ୍ୟ ବିଜୟର ଅହଙ୍କାର। ଶାସକ ଦଳ ଏହାକୁ ଘୋର ନିନ୍ଦା କରି ଚୁପ ବସିଛି। କେବେ କାର୍ଯ୍ୟନୁଷ୍ଠାନ ହେବ ? ବିଧାୟକ ଜଗଦେଵଙ୍କୁ ନିଲମ୍ବନ କି କାର୍ଯ୍ୟାନୁଷ୍ଠାନ ନୁହେଁ। ତାଙ୍କ ସ୍ଥାନ ବାହାରେ ନୁହେଁ ତାଙ୍କ ସ୍ଥାନ ଜେଲରେ। ୪୮ ଘଣ୍ଟା ମଧ୍ୟରେ ତାଙ୍କୁ ଗିରଫ କରି ଜେଲ ପଠାନ୍ତୁ ବୋଲି ଅପରାଜିତା ଦାବି କରିଛନ୍ତି ।

ଭୁବନେଶ୍ବରରୁ ସଞ୍ଜିବ ରାୟ, ଇଟିଭି ଭାରତ

ABOUT THE AUTHOR

...view details