ଭୁବନେଶ୍ବର:ଓଲିଉଡ ଜଗତର ଚର୍ଚ୍ଚିତ ଯୋଡି ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ । ଦାମ୍ପତ୍ୟ ଜୀବନରେ ତିକ୍ତତାକୁ ନେଇ ଚର୍ଚ୍ଚାରେ ଥିବା ଏହି ଯୋଡିଙ୍କ ସମ୍ପର୍କରେ ଏବେ ବି ରହିଛି ମଧୁରତା । ଓଲିଉଡ଼ କ୍ବିନ ବର୍ଷାଙ୍କ ଜନ୍ମଦିବସ ଅବସରରେ ସ୍ବାମୀ ଅନୁଭବ ଜଣାଇଛନ୍ତି ଶୁଭେଚ୍ଛା । ଭଲ ପତିପତ୍ନୀ ନ ହୋଇପାରିଲେ ମଧ୍ୟ ସାରା ଜୀବନ ପାଇଁ ସାଙ୍ଗ ହୋଇ ରହିବାକୁ ବର୍ଷାଙ୍କୁ ଟ୍ବିଟ କରି କହିଛନ୍ତି ଅନୁଭବ ।
ଅନୁଭବ ଏହି ଟ୍ବିଟରେ ବର୍ଷାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ନିଜ ଜୀବନରେ ସେମାନେ ଭଲ ପତିପତ୍ନୀ ନ ହୋଇପାରିଲେ ମଧ୍ୟ ସାରା ଜୀବନ ପାଇଁ ଭଲ ବନ୍ଧୁ ହୋଇ ରହିବା ଉଚିତ ବୋଲି କହିଛନ୍ତି ଅନୁଭବ । ଅନୁଭବ ନିଜ ପରିବାର, ପ୍ରଶଂସକ, ସମର୍ଥକଙ୍କ ତରଫରୁ ବର୍ଷାଙ୍କୁ ଶୁଭକାମନା ଜଣାଇଛନ୍ତି । ଏହାସହିତ ପ୍ରଭୁ ଜଗନ୍ନାଥଙ୍କ କୃପାରୁ ସେ ସୁସ୍ଥ, ଖୁସି ରହିବା ସହିତ ସଫଳତା ପାଆନ୍ତୁ ବୋଲି ଅନୁଭବ କାମନା କରିଛନ୍ତି । ସେ ଏହି ଟ୍ବିଟରେ ବର୍ଷା ପ୍ରିୟଦର୍ଶିନୀଙ୍କୁ ମଧ୍ୟ ଟ୍ୟାଗ କରିଛନ୍ତି ।