ଓଡିଶା

odisha

ETV Bharat / city

ଅନୁଭବଙ୍କ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ: ନବୀନ ନିବାସ ଆଗରେ ମହିଳାଙ୍କ ଧାରଣା - naveen

ମହିଳା ସାମ୍ବାଦିକାଙ୍କୁ ଦୁର୍ବ୍ୟବହାର ଘଟଣା, ନ୍ୟାୟ ପାଇଁ ସାମ୍ବାଦିକା ସସ୍ମିତା ଆଚାର୍ଯ୍ୟ ଗୁରୁବାର ନବୀନ ନିବାସ ସମ୍ମୁଖରେ ଧାରଣା ଦେଇଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ସସ୍ମିତାଙ୍କୁ କଟକସ୍ଥିତ ମହିଳା ଥାନାକୁ ନେଇଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦତାତା, ଭୁବନେଶ୍ବର

By

Published : Jun 20, 2019, 12:01 PM IST

ଭୁବନେଶ୍ବର: ଦିନକୁ ଦିନ ସାଙ୍ଘାତିକ ହେବାରେ ଲାଗୁଛି ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ ମହିଳା ସାମ୍ବାଦିକ ଆଣିଥିବା ଦୁର୍ବ୍ୟବହାର ଅଭିଯୋଗ । ଏବେ ନ୍ୟାୟ ପାଇଁ ସାମ୍ବାଦିକା ସସ୍ମିତା ଆଚାର୍ଯ୍ୟ ଗୁରୁବାର ନବୀନ ନିବାସ ସମ୍ମୁଖରେରେ ଧାରଣା ଦେଇଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ସସ୍ମିତାଙ୍କୁ କଟକସ୍ଥିତ ମହିଳା ଥାନାକୁ ନେଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର


ଏଠାରେ ସୂଚନାଯୋଗ୍ୟ ଯେ କଟକ ଝାଞ୍ଜିରୀମଙ୍ଗଳା ଅଞ୍ଚଳର ମହିଳା ସାମ୍ବାଦିକା ସସ୍ମିତା ଆଚାର୍ଯ୍ୟ ପୁରୀଘାଟ ଥାନାରେ ଅନୁଭବ ଓ ତାଙ୍କ ଭାଇଙ୍କ ନାଁରେ ଏତଲା ଦେଇଥିଲେ । ଅଭିଯୋଗକାରିଣୀ ସସ୍ମିତା ଆଚାର୍ଯ୍ୟଙ୍କ ଅଭିଯୋଗ ଅନୁଯାୟୀ, ଅନୁଭବଙ୍କ ଭାଇ ଅନୁପ୍ରାସ ତାଙ୍କୁ ଦୀର୍ଘଦିନ ଧରି କମେଣ୍ଟ ମାରିବା ସହ ହଇରାଣ କରି ଆସୁଥିଲେ ।

ଏନେଇ ଗତ ୧୨ ତାରିଖ ରାତିରେ ସେ ସାଂସଦ ଅନୁଭବଙ୍କ ଘରକୁ କଥା ନେଇ ଯାଇଥିଲେ । ହେଲେ ସେଠାରେ ସେ ନିରାଶ ହେବା ସହ ଦୁର୍ବ୍ୟବହାରର ଶିକାର ହୋଇଥିଲେ । ଖୋଦ୍‌ ସାଂସଦ ଅନୁଭବ ମଧ୍ୟ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଛେପ ପକାଇ ଧକ୍କା ମାରିଥିବା ସସ୍ମିତା ଅଭିଯୋଗ କରିଛନ୍ତି ।

ଏହାପରେ ସାଂସଦ ଅନୁଭବ ମଧ୍ୟ ପାଲଟା ଏତଲା ଦେଇଥିଲେ । ଏବେ ଏହି ଘଟଣାରେ ପୋଲିସ ହାତବାନ୍ଧି ବସିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details