ଓଡିଶା

odisha

ETV Bharat / city

Anubhav Controversy: ନକଲି ପ୍ରମାଣପତ୍ର ଅଭିଯୋଗରେ ଅନୁଭବ ବାପାଙ୍କ ପଦନ୍ନୋତି ବାତିଲ - ଅନୁଭବ ବାପାଙ୍କ ପଦନ୍ନୋତି ବାତିଲ

ସାଂସଦ ଅନୁଭବ ମହାନ୍ତି(MP Anubhab Mohanty)ଙ୍କ ପରେ ଅଡୁଆରେ ପଡିିଛନ୍ତି ତାଙ୍କ ବାପା ଅଭୟ କୁମାର ମହାନ୍ତି । ମିଛ ଯୋଗ୍ୟତା ପ୍ରମାଣପତ୍ର(Fake Certificate) ଅଭିଯୋଗରେ ଅନୁଭବଙ୍କ ବାପାଙ୍କ ପଦୋନ୍ନତି ବାତିଲ କରିଛି ଉଚ୍ଚଶିକ୍ଷା ବିଭାଗ(Higher Education Department Odisha) । ଅଧିକ ପଢନ୍ତୁ

Anubhab Controversy: ନକଲି ପ୍ରମାଣପତ୍ର ଅଭିଯୋଗରେ ଅନୁଭବ ବାପାଙ୍କ ପଦନ୍ନୋତି ବାତିଲ
Anubhab Controversy: ନକଲି ପ୍ରମାଣପତ୍ର ଅଭିଯୋଗରେ ଅନୁଭବ ବାପାଙ୍କ ପଦନ୍ନୋତି ବାତିଲ

By

Published : Nov 26, 2021, 8:07 AM IST

Updated : Nov 26, 2021, 11:09 AM IST

ଭୁବନେଶ୍ବର: ପୁଅ ପରେ ଏବେ ଅଡୁଆରେ ବାପା । ସାଂସଦ ଅନୁଭବ ମହାନ୍ତି(MP Anubhab Mohanty)ଙ୍କ ପରେ ଅଡୁଆରେ ପଡିିଛନ୍ତି ତାଙ୍କ ବାପା ଅଭୟ କୁମାର ମହାନ୍ତି । ମିଛ ଯୋଗ୍ୟତା ପ୍ରମାଣପତ୍ର(Fake Certificate) ଅଭିଯୋଗରେ ଅନୁଭବଙ୍କ ବାପା ତଥା ଅବସରପ୍ରାପ୍ତ ଇଂରାଜୀ ଅଧ୍ୟାପକ ଅଭୟ କୁମାର ମହାନ୍ତିଙ୍କ ପଦୋନ୍ନତି ବାତିଲ କରିଛନ୍ତି ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ(Higher Education Department Odisha) ।

ଖବର ଅନୁଯାୟୀ ଅନୁଭବଙ୍କ ବାପା ଜାଲ୍ ରିଫ୍ରେସର କୋର୍ସ ସାର୍ଟିଫିକେଟ ଦାଖଲ କରିଥିବା ଅଭିଯୋଗ ହୋଇଥିଲା । ଏହାର ତଦନ୍ତ କରି ଉଚ୍ଚଶିକ୍ଷା ବିଭାଗ ସତ୍ୟ ଉନ୍ମୋଚନ କରିବା ସହ ଅଭୟଙ୍କ ପଦୋନ୍ନତିକୁ ବାତିଲ କରିଛନ୍ତି । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ଯେ, ଅଭୟ ମହାନ୍ତି ଇଂରାଜୀ ଅଧ୍ୟାପକ ଭାବେ ଚାକିରିରୁ ଅବସର ନେଇଥିଲେ । ଏହା ପରେ ସେ ରିଡର୍ ଭାବେ ଜାନୁଆର 2, 1997 ରେ କଟକ ଜିଲ୍ଲା କନ୍ଦରପୁର କଲେଜରେ ଅବସ୍ଥାପିତ ହୋଇଥିଲେ । ଏଥିପାଇଁ ରିଡରମାନଙ୍କ ପାଇଁ ଧାର୍ଯ୍ୟ ପେ ସ୍କେଲ୍ ଦରମା ମଧ୍ୟ ତାଙ୍କୁ ଦିଆଯାଉଥିଲା ।

ମାତ୍ର ପରବର୍ତ୍ତୀ ସମୟରେ ତାଙ୍କ ନାମରେ ଜାଲ୍ ରିଫ୍ରେସର କୋର୍ସ ପ୍ରମାଣପତ୍ର ଦାଖଲ ହୋଇଥିବା ନେଇ ଅଭିଯୋଗ ଆସିଥିଲା । ଏହାର ତଦନ୍ତ କରାଯାଇ ଚଳିତ ବର୍ଷ ଜୁନ୍ 3 ତାରିଖରେ ଅଭୟଙ୍କ ଅତିରିକ୍ତ ପେନସନ୍ ସମ୍ପର୍କିତ ସମସ୍ତ ସୁବିଧା ସୁଯୋଗକୁ ସ୍ଥଗିତ ରଖିଥିଲେ ରାଜ୍ୟ ସରକାର । ଏବେ ପୁଣି ଚଳିତ ମାସ 24 ରେ ତାଙ୍କ ପଦୋନ୍ନତି ବାତିଲ୍ କରାଯାଇଥିବା ଉଚ୍ଚଶିକ୍ଷା ବିଭାଗ ପ୍ରମୁଖ ସଚିବ ଶାଶ୍ବତ ମିଶ୍ର ସୂଚନା ଦେଇଛନ୍ତି ।

ଏଥିସହ ଅଭୟଙ୍କ ଉପରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ବାବଦରେ ସମସ୍ତ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଅବଗତ କରାଇ କାର୍ଯ୍ୟରତ ଥିବା କନ୍ଦରପୁର ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଏ ବାବଦରେ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏପରିକି ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ସଚିବ ଅଭୟ ମହାନ୍ତିଙ୍କ ନିକଟକୁ ମଧ୍ୟ ଏକ ଚିଠି ପଠାଇଛନ୍ତି ।

ତେବେ କିଛିଦିନ ତଳେ ଅଭିନେତା ତଥା କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କ ନାମରେ ମଧ୍ୟ ଏପରି ଅଭିଯୋଗ ଆସିଥିଲା । ସେ ମିଛ ପ୍ରମାଣ ପତ୍ର ଦେଇ ସାଂସଦ ପ୍ରାର୍ଥୀ ପାଇଁ ନାମାଙ୍କନ ପତ୍ର ଭରିଥିଲେ । ବର୍ତ୍ତମାନ ଅନୁଭବଙ୍କ ବାପାଙ୍କ ବିରୋଧରେ ସମାନ ମାମଲାରେ କାର୍ଯ୍ୟାନୁଷ୍ଠାନ ପରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ଜାଲ୍ ସାର୍ଟିଫିକେଟ କେଳେଙ୍କାରୀ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Nov 26, 2021, 11:09 AM IST

ABOUT THE AUTHOR

...view details