ଓଡିଶା

odisha

ETV Bharat / city

କେନ୍ଦ୍ର ଅନୁଦାନରେ ଓଡିଶାର ଭାଗ ସମୁଦ୍ରକୁ ଶଙ୍ଖେ: ଅମର - ପୃଥ୍ୱୀରାଜ ହରିଚନ୍ଦନ

କୋଭିଡ଼ ପରିଚାଳନା ପାଇଁ କେନ୍ଦ୍ର ସରକାର ଓଡ଼ିଶାକୁ 333.8 କୋଟି ଟଙ୍କା ଅନୁଦାନ ଦେଇଛନ୍ତି । ତାହା ବର୍ତ୍ତମାନ ପରିସ୍ଥିତିରେ ସମୁଦ୍ରକୁ ଶଙ୍ଖେ ବୋଲି କହିଛନ୍ତି ବିଜେଡି ସାଂସଦ ଅମର ପଟ୍ଟନାୟକ । ସେପଟେ,ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ । ଅଧିକ ପଢନ୍ତୁ...

mp amara pattanaik and pruthiraj harichandan reaction on center fund for corona situation management
କେନ୍ଦ୍ର ଅନୁଦାନରେ ଓଡିଶାର ଭାଗ ସମୁଦ୍ରକୁ ଶଙ୍ଖେ: ଅମର

By

Published : May 9, 2021, 2:04 PM IST

ଭୁବନେଶ୍ୱର: ପଞ୍ଚାୟତ ସ୍ତରରେ କୋଭିଡ଼ ପରିଚାଳନା ପାଇଁ କେନ୍ଦ୍ର ସରକାର ଓଡ଼ିଶାକୁ 333.8 କୋଟି ଟଙ୍କା ଅନୁଦାନ ଦେଇଛନ୍ତି । ତାହା ବର୍ତ୍ତମାନ ପରିସ୍ଥିତିରେ ସମୁଦ୍ରକୁ ଶଙ୍ଖେ ବୋଲି କହିଛନ୍ତି ବିଜେଡି ସାଂସଦ ଅମର ପଟ୍ଟନାୟକ । ଅମର କହିଛନ୍ତି ଯେ, କେନ୍ଦ୍ର ସରକାର ଯେଉଁ 333 କୋଟି ଓଡ଼ିଶାକୁ ଦେଇଛନ୍ତି । ହିସାବ କଲେ ପ୍ରତି ଜିଲ୍ଲା ପାଇଁ 10 କୋଟି ଭାଗ ପଡ଼ିବ । ଏହାଠାରୁ ବହୁ ଅଧିକ ପୂର୍ବରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ଓ ଅନ୍ୟ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇ ସାରିଛନ୍ତି । ଗତ ବର୍ଷ ମହାମାରୀ ମୁକାବିଲା ପାଇଁ ପ୍ରତି ପଞ୍ଚାୟତକୁ 5 ଲକ୍ଷ ବି ଦେଇଥିଲେ ।

କେନ୍ଦ୍ର ଅନୁଦାନରେ ଓଡିଶାର ଭାଗ ସମୁଦ୍ରକୁ ଶଙ୍ଖେ: ଅମର

କେନ୍ଦ୍ର ଯେଉଁ ଅର୍ଥ ଦେଲା, ଆଉ ଆଗରୁ ଦେବାର ଥିଲେ । ଦ୍ୱିତୀୟ କିସ୍ତି ବି ଜଲଦି ଦିଅନ୍ତୁ । ଆଉ ମୁଖ୍ୟମନ୍ତ୍ରୀ ଯେଉଁ ଟିକା ଉପରୁ ଜିଏସଟି ଛାଡ଼ ପାଇଁ ନିବେଦନ କରିଛନ୍ତି । ତାହା କେନ୍ଦ୍ର ସରକାର କରନ୍ତୁ । ଏପରିକି ସମ୍ପୂର୍ଣ୍ଣ ଟିକା ଖର୍ଚ୍ଚ କେନ୍ଦ୍ର ବହନ କରନ୍ତୁ । ଏପରି ହେଲେ, ବଳକା ଅର୍ଥ ସ୍ୱାସ୍ଥ୍ୟ ଭିତ୍ତିଭୂମି ବିକାଶରେ ଲାଗି ପାରିବ ବୋଲି ଅମର କହିଛନ୍ତି ।

ସେପଟେ,ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ । 333 କୋଟି ଓଡ଼ିଶାରେ ଖର୍ଚ୍ଚ ହେଲେ ବିକାଶ ହେବ। ସଂକ୍ରମଣ ପାଇଁ ବିକାଶ ଯେଉଁଠି ଅଟକିଛି ଆର୍ଥିକ ସ୍ଥିତି ସୁଧୁରିବାକୁ ଏହା ସହାୟକ ହେବ। ତେଣୁ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ। ଏହି ଅର୍ଥକୁ ରାଜ୍ୟ ସରକାର ବାଟମାରଣା ନକରି ସଠିକ ଭାବରେ ବିନିଯୋଗ କରିବେ ବୋଲି ଆଶା କରୁଛୁ ବୋଲି କହିଛନ୍ତି ପୃଥ୍ୱୀରାଜ ହରିଚନ୍ଦନ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ ଓ ତପନ ଦାସଙ୍କ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details