ଓଡିଶା

odisha

ଟିକାକରଣ କେନ୍ଦ୍ର ପରିଦର୍ଶନ କଲେ ସାଂସଦ ଅମର ପଟ୍ଟନାୟକ

By

Published : Jun 14, 2021, 7:52 PM IST

ଭୁବନେଶ୍ବରରେ ହୋଇଥିବା ବିଭିନ୍ନ ଟିକାକରଣ କେନ୍ଦ୍ର ପରିଦର୍ଶନ କରିଛନ୍ତି ବିଜେଡିର ରାଜ୍ୟସଭା ସାଂସଦ ଡକ୍ଟର ଅମର ପଟ୍ଟନାୟକ । ଅଧିକ ପଢନ୍ତୁ...

ଟିକାକରଣ କେନ୍ଦ୍ର ପରିଦର୍ଶନ କଲେ ସାଂସଦ ଅମର ପଟ୍ଟନାୟକ
ଟିକାକରଣ କେନ୍ଦ୍ର ପରିଦର୍ଶନ କଲେ ସାଂସଦ ଅମର ପଟ୍ଟନାୟକ

ଭୁବନେଶ୍ବର: ଭୁବନେଶ୍ବରରେ ହୋଇଥିବା ବିଭିନ୍ନ ଟିକାକରଣ କେନ୍ଦ୍ର ପରିଦର୍ଶନ କରିଛନ୍ତି ବିଜେଡିର ରାଜ୍ୟସଭା ସାଂସଦ ଡକ୍ଟର ଅମର ପଟ୍ଟନାୟକ । ଲୌଲା ସ୍କୁଲ ଓ ସପ୍ତମ ବାଟାଲିଅନ ଟିକାକରଣ କେନ୍ଦ୍ର ପରିଦର୍ଶନ କରିଛନ୍ତି ଅମର । ଟିକା ନେଉଥିବା ବ୍ୟକ୍ତିଙ୍କ ସମେତ ଟିକାକରଣରେ ନିୟୋଜିତ କର୍ମଚାରୀଙ୍କ ସହ ଆଲୋଚନା କରିଛନ୍ତି ସାଂସଦ । ଟିକାକରଣ ନେଇ ବିଏମସିର ପ୍ରସ୍ତୁତି ଓ ବ୍ୟବସ୍ଥାକୁ ନେଇ ଅମର ସନ୍ତୋଷ ପ୍ରକାଶ କରିଛନ୍ତି ।

ଟିକାକରଣ କେନ୍ଦ୍ର ପରିଦର୍ଶନ କଲେ ସାଂସଦ ଅମର ପଟ୍ଟନାୟକ

ସାଂସଦ ପ୍ରଥମେ ଲୟୋଲା ସ୍କୁଲ ସ୍ଥିତ ଟିକାକରଣ କେନ୍ଦ୍ର ପରିଦର୍ଶନ କରିବା ସହ ସାଲିଆସାହି ଏବଂ ଏହାର ନିକଟବର୍ତ୍ତୀ ଅଞ୍ଚଳର ଲୋକଙ୍କ ସାଙ୍ଗରେ କଥା ହେଇଥିଲେ । ଟିକା ସଠିକ୍ ସମୟରେ ପହଞ୍ଚୁ ଥିବାରୁ ସେମାନେ ମୁଖ୍ୟମନ୍ତ୍ରୀ ଓ ବିଏମସିକୁ କୃତଜ୍ଞତା ଜଣାଇଛନ୍ତି ବୋଲି ଅମର କହିଛନ୍ତି ।

ଟିକାକରଣ କେନ୍ଦ୍ର ପରିଦର୍ଶନ କଲେ ସାଂସଦ ଅମର ପଟ୍ଟନାୟକ

ଏହାପରେ ସାଂସଦ ସପ୍ତମ ବାଟାଲିଅନ୍ ସ୍କୁଲରେ ଟିକାକରଣ କେନ୍ଦ୍ର ପରିଦର୍ଶନ କରିଛନ୍ତି । ସେଠାରେ Zomato ସର୍ଭିସରେ କାର୍ଯ୍ୟରତ କର୍ମଚାରୀଙ୍କର ଟୀକାକରଣ ପ୍ରକ୍ରିୟା ଚାଲିଥିଲା । ନିଜର ଆତ୍ମୀୟମାନଙ୍କୁ ଭ୍ୟାକ୍ସିନ୍ ନେବାକୁ ଉତ୍ସାହିତ କରିବାକୁ ଅମର ସେମାନଙ୍କୁ ପରାମର୍ଶ ଦେଇଛନ୍ତି ।

ସେହିପରି ୟୁନିଟ୍-8ର ସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ୍ ଚାର୍ଟାର୍ଡ ଆକାଉଣ୍ଟାଣ୍ଟସ୍ ଅଫ୍ ଇଣ୍ଡିଆ କାର୍ଯ୍ୟାଳୟର ଟିକାକରଣ କେନ୍ଦ୍ର ପରିଦର୍ଶନ କରି ସେଠାରେ ଉପସ୍ଥିତ CA ମାନଙ୍କ ସହିତ ସହ କଥାବାର୍ତ୍ତା ହୋଇଛନ୍ତି ସାଂସଦ । ଟିକା ପଛରେ ଦୌଡିବା ପରିବର୍ତ୍ତେ ଟିକା ସେମାନଙ୍କ ପାଖରେ ପହଞ୍ଚିଥିବାରୁ ସେମାନେ ଟିକା ନେଇ ବହୁତ ଖୁସି ଥିଲେ ଅମର ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ ଓ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details