ଭୁବନେଶ୍ବର: ଓଡିଶାର ପ୍ରଥମ ମହିଳା ପର୍ବତାରୋହୀ କଳ୍ପନା ଦାସଙ୍କ ସ୍ମୃତିକୁ ସାଉଁଟି ରଖିବା ପାଇଁ ରାଜ୍ୟ ସଂଗ୍ରହାଳୟରେ ପ୍ରଦର୍ଶିତ ହେଲା ତାଙ୍କ ଆରୋହଣ ଉପକରଣ । କଳ୍ପନାଙ୍କ ପ୍ରଥମ ପର୍ବତ ଆରୋହଣର ସ୍ମୃତି ଯଥା ଜ୍ୟାକେଟ, ଜୋତା ଓ ଅନ୍ୟାନ୍ୟ ଉପକରଣ ସର୍ବ ସାଧାରଣରେ ପ୍ରଦର୍ଶିତ କରାଯାଇଛି । ସଂସ୍କୃତି ସଚିବ ମନୋରଞ୍ଜନ ପାଣିଗ୍ରାହୀ କଳ୍ପନାଙ୍କ ସନ୍ତକକୁ ପ୍ରଦର୍ଶିତ କରିଛନ୍ତି।
2017 ଡିସେମ୍ବର 27 ତାରିଖରେ ରାଜ୍ୟ ସଂଗ୍ରହାଳୟକୁ ନିଜର ବ୍ୟବହୃତ ଉପକରଣକୁ ଦାନ କରିଥିଲେ କଳ୍ପନା । ସଂଗ୍ରହାଳୟର ପ୍ରତିଷ୍ଠା ଦିବସ ଅବସରରେ ଏହା ସପ୍ତାହ ବ୍ୟାପି ପ୍ରଦର୍ଶିତ ହୋଇଥିଲା। ପରେ ଏହାକୁ ସଂରକ୍ଷିତ ଭାବରେ ସଂଗ୍ରହାଳୟରେ ରଖାଯାଇଥିଲା । କିନ୍ତୁ କଳ୍ପନାଙ୍କ ଅଚାନକ ମୃତ୍ୟୁ ପରେ ତାଙ୍କ ସନ୍ତକକୁ ସବୁଦିନ ପାଇଁ ପ୍ରଦର୍ଶିତ କରାଯାଇଛି ।