ଭୁବନେଶ୍ବର : ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଶିକ୍ଷା ଓ ଗବେଷଣାକୁ ଗୁରୁତ୍ବ ଦେଇଛନ୍ତି ଏମସ ଭୁବନେଶ୍ବର ଓ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ବେଙ୍ଗାଲୁରୁ । ଦେଶରେ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ସୁନାମ ଅର୍ଜନ କରିଛି ଏହି ଉଭୟ ସଂସ୍ଥା। ‘ଫିଜିସିଆନ୍ ସାଇଣ୍ଟିଷ୍ଟ ପ୍ରୋଗ୍ରାମ’ ପାଇଁ ଆଗେଇ ଆସିଛନ୍ତି । ମଙ୍ଗଳବାର ଉଭୟଙ୍କ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ସହଯୋଗ ଓ ଜ୍ଞାନର ଆଦାନ ପ୍ରଦାନ ପାଇଁ ଏକ ଅନଲାଇନ ମୋଡରେ ଏମ୍ଓୟୁ ସ୍ବାକ୍ଷରିତ ହୋଇଛି । ଏହି ଏମଓୟୁ ସ୍ବାକ୍ଷର ବେଳେ ଏମ୍ସ ନିର୍ଦ୍ଦେଶିକା ପ୍ରଫେସର ବି. ଗୀତାଞ୍ଜଳି ଓ ଆଇଆଇଏସସି ବେଙ୍ଗାଲୁରୁ ରେଜିଷ୍ଟର ଶ୍ରୀଧର ଓ୍ବାରିଅର ଉପସ୍ଥିତ ଥିଲେ। ଉଭୟ ସଂସ୍ଥା ଏମଡି-ପିଏଚଡି ଡିଗ୍ରୀ ପଠ୍ୟକ୍ରମ ଖୋଲିବ।
ଭୁବନେଶ୍ୱର ଏମ୍ସ ଓ ଆଇଆଇଏସସି ବେଙ୍ଗାଲୁରୁ ସହ ଏମଓୟୁ ସ୍ବାକ୍ଷରିତ - ଭୁବନେଶ୍ବର ଖବର
ଭୁବନେଶ୍ୱର ଏମ୍ସ ଓ ଆଇଆଇଏସସି ବେଙ୍ଗାଲୁରୁ ସହ ଏମଓୟୁ ସ୍ବାକ୍ଷରିତ । ଉଭୟ ସଂସ୍ଥା ଏମଡି-ପିଏଚଡି ଡିଗ୍ରୀ ପଠ୍ୟକ୍ରମ ଖୋଲିବ। ଅଧିକ ପଢନ୍ତୁ...
ଉଭୟ ସଂସ୍ଥା ଅଧ୍ୟାପକ ଓ ଛାତ୍ର ବିନିମୟ କାର୍ଯ୍ୟକ୍ରମ କ୍ଷେତ୍ରରେ ମିଳିତ ସହଯୋଗୀ ନେଇ କାର୍ଯ୍ୟ କରିବେ । ଜାନୁଆରୀ 2022ରେ ପ୍ରଥମ ବ୍ୟାଚ ଛାତ୍ରଛାତ୍ରୀମାନେ ପ୍ରସ୍ତାବିତ ଏମଡି-ପିଏଚଡି ପାଇଁ ନାମ ଲେଖାଇବେ । ଉଭୟ ଅନୁଷ୍ଠାନ ମଧ୍ୟରେ ସହଯୋଗ ଗବେଷଣା ମଧ୍ୟମରେ ସ୍ବାସ୍ଥ୍ୟସେବା ସମସ୍ୟାର ଟେକ୍ନୋଲୋଜି ଆଧାରିତ ସମାଧାନ ଖୋଜିବାକୁ ଚେଷ୍ଟା କରିବା। ଏନେଇ ଏମ୍ସ ନିର୍ଦ୍ଦେଶିକା ବି. ଗୀତାଞ୍ଜଳି କହିଛନ୍ତି ଯେ ଉଭୟ ଅନୁଷ୍ଠାନ ଆଡଭାନ୍ସ ସାଇନ୍ସ କ୍ଷେତ୍ରରେ କାର୍ଯ୍ୟ କରିବେ। ଚିକିତ୍ସା କ୍ଷେତ୍ରରେ ଦେଖା ଦେଇଥିବା ଜଟିଳ ସମସ୍ୟାକୁ ସମାଧନ କରିବା ପାଇଁ ବାଟ ଦେଖାଇବ । ଏହି ଏମଓୟୁ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ନୂଆ ନୂଆ ଚିନ୍ତାଧାର ସୃଷ୍ଟି କରିବ। ଚିକିତ୍ସା କ୍ଷେତ୍ରରେ ଉପୁଜିଥିବା ଜଟିଳ ସମସ୍ୟାର ସମାଧନ କରିବା କ୍ଷେତ୍ରରେ ଅଧ୍ୟାପକ ଓ ଛାତ୍ରଛାତ୍ରୀଙ୍କ ପାଇଁ ଉପଯୋଗ କରିବ ।
ଭୁବନେଶ୍ବରରୁ ବିକାଶ ଦାସ,ଇଟିଭି ଭାରତ