ଓଡିଶା

odisha

ETV Bharat / city

ଦୁର୍ଘଟଣାରେ ପୁଅକୁ ହରାଇ ଅନ୍ୟକୁ ସଚେତନ କରୁଛନ୍ତି ମା' - ରାଜଧାନୀବାସି ଅମୀୟବାଳା

ନିକଟରେ ଏକ ସଡକ ଦୁର୍ଘଟଣାରେ ହରାଇଥିଲେ ନିଜ 18 ବର୍ଷରୁ କମ୍ ବୟସ୍କ ପୁଅକୁ । ଯାହାକୁ ନେଇ ଆଜିବି ଆଖିରୁ ଶୁଖିନି ଲୁହ ।

ଦୁର୍ଘଟଣାରେ ପୁଅକୁ ହରାଇ ଅନ୍ୟକୁ ସଚେତନ କରୁଛନ୍ତି ମା'

By

Published : Sep 24, 2019, 7:28 PM IST

ଭୁବନେଶ୍ବର: କଥାରେ ଅଛି ଯାହା ପୁଅକୁ ସାପ କାମୁଡି ଥାଏ, ତା' ମାଆ ପାଳ ଦଉଡି ଦେଖିଲେ ଡରିଥାଏ । ଆଉ ସେମିତି କିଛି ଅବସ୍ଥା ଏବେ ରାଜଧାନୀବାସୀ ଅମୀୟବାଳାଙ୍କର । ନିକଟରେ ଏକ ସଡକ ଦୁର୍ଘଟଣାରେ ହରାଇଥିଲେ ନିଜ 18 ବର୍ଷରୁ କମ୍ ବୟସ୍କ ପୁଅକୁ । ଯାହାକୁ ନେଇ ଆଜିବି ଆଖିରୁ ଶୁଖିନି ଲୁହ ।

ଦୁର୍ଘଟଣାରେ ପୁଅକୁ ହରାଇ ଅନ୍ୟକୁ ସଚେତନ କରୁଛନ୍ତି ମା'

ଅନ୍ୟପଟେ ରାଜ୍ୟ ସରକାର ତିନି ମାସ ପାଇଁ ଟ୍ରାଫିକ ନିୟମକୁ କୋହଳ କରିଥିବା କାରଣରୁ ଯେମିତି ଆଉ କିଛି ଦୁର୍ଘଟଣା ନଘଟୁ ସେଥିପାଇଁ ସେ ସମସ୍ତଙ୍କୁ ନିୟମ ମାନିବାକୁ ଅନୁରୋଧ କରିଛନ୍ତି ।

ଏହାସହ ସେ କହିଛନ୍ତି ତାଙ୍କ ପୁଅର ଦୁର୍ଘଟଣା ସମୟରେ ଯଦି ଟ୍ରାଫିକ ନିୟମ କଡାକଡି ହୋଇଥାଆନ୍ତା । ତେବେ ହୁଏତ ଆଜି ତାଙ୍କ ପୁଅ ବଞ୍ଚିଯାଇଥାଆନ୍ତା । ସେ ଯେମିତି ନିଜ ପୁଅକୁ ସଡକ ଦୁର୍ଘଟଣାରେ ହରାଇଛନ୍ତି ସେମିତି ଆଉ କୌଣସି ମା' ସହ ଯେପରି ନହୁଏ । ସେପଟେ ପୁଅକୁ ହରାଇବା ଦୁଃଖରେ ଭାଙ୍ଗି ନପଡି ସଡକ ସୁରକ୍ଷାର ବାର୍ତ୍ତା ବାଣ୍ଟୁଛନ୍ତି ଅମୀୟବାଳା ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ABOUT THE AUTHOR

...view details