ଓଡିଶା

odisha

ETV Bharat / city

ଧରାପଡିଲା କୁଖ୍ୟାତ ଚୋର; ୫ କୋଟିର ଚୋରି କରିଥିଲା ମିଳିଲା ୧୪ ଶହ

କମିଶନରେଟ ପୋଲିସକୁ ବଡ ସଫଳତା। ଧରାପଡିଲା କୁଖ୍ୟାତ ଚୋର କ୍ରୋ-ବାର-ମ୍ୟାନ। ୧୯୮୬ ମସିହାରୁ ବର୍ତ୍ତମାନ ସୁଦ୍ଧା ୫ ଶହରୁ ଅଧିକ ଥର ଚୋରି କରିଥିବା ବେଳେ ୫ କୋଟି ଟଙ୍କା ଚୋରି କରିଛି । କିନ୍ତୁ ଏହି କୁଖ୍ୟାତ ଚୋର ପାଖରୁ ମିଳିଲା କିନ୍ତୁ ମାତ୍ର ୧୪ ଶହ ଟଙ୍କା । ଅଧିକ ପଢନ୍ତୁ...

ଧରାପଡିଲା ବିଖ୍ୟାତ ଚୋର
ଧରାପଡିଲା ବିଖ୍ୟାତ ଚୋର

By

Published : Oct 5, 2021, 6:34 AM IST

ଭୁବନେଶ୍ବର: କମିଶନରେଟ ପୋଲିସକୁ ବଡ ସଫଳତା। ଧରାପଡିଲା କୁଖ୍ୟାତ ଚୋର କ୍ରୋ-ବାର-ମ୍ୟାନ। ୧୯୮୬ ମସିହାରୁ ବର୍ତ୍ତମାନ ସୁଦ୍ଧା ୫ ଶହରୁ ଅଧିକ ଥର ଚୋରି କରିଥିବା ବେଳେ ୫ କୋଟି ଟଙ୍କା ଚୋରି କରିଛି । କିନ୍ତୁ ଏହି କୁଖ୍ୟାତ ଚୋର ପାଖରୁ ମିଳିଲା କିନ୍ତୁ ମାତ୍ର ୧୪ ଶହ ଟଙ୍କା । ଆଉ ଏହି ଚୋର ଜଣକ ହେଉଛି ହେମନ୍ତ କୁମାର ଦାସ । ଘର ଭୁବନେଶ୍ବର ଓଲ୍ଡ ଟାଉନ ହାଟସାହି ଗଳିରେ ।

ଧରାପଡିଲା ବିଖ୍ୟାତ ଚୋର; ୫ କୋଟିର ଚୋରି କରିଥିଲା ମିଳିଲା ୧୪ ଶହ

କଣ ଥିଲା ପୂରା ଘଟଣା...

ଚୋର ହେମନ୍ତ କୁମାର ଦାସ ଜଣେ ମେଧାବୀ ଛାତ୍ର ଥିଲା । ଦଶମରେ ୪୫ ପ୍ରତିଶତ ମାର୍କ ରଖି ପାସ କରିବା ପରେ ଯୁକ୍ତ ଦୁଇରେ ୮୯ ପ୍ରତିଶତ ମାର୍କ ରଖି ବିଜେବି କଲେଜରେ ପାଠ ପଢୁଥିଲା। ଗ୍ରାଜୁଏସନ ବେଳେ କଲେଜରେ ଏକ ଗଣ୍ଡଗୋଳରେ ସାମିଲ ଥିଲା। ପରେ ସେହିଠାରୁ ଗିରଫ ହୋଇ ଜେଲ ଯାଇଥିଲା ଏହି କୁଖ୍ୟାତ ଚୋର । ଜେଲ ଯିଵା ପରେ ସେଠାରେ ଏକ ଚୋର ସହ ବନ୍ଧୁତା ହୋଇଥିଲା । ଆଉ ଜେଲରୁ ବାହାରିବା ପରେ ବଦନାମୀ ଓ ଲୋକଲଜ୍ଜା ସହିବାକୁ ପଡିଥିଲା । ତାପରଠୁ ସେ ୨୪ ବର୍ଷ ବୟସରୁ ଏବେ ୬୦ ବର୍ଷ ହେଲାଣି ସାରା ଦେଶ ବୁଲି ବୁଲି ଚୋରି କରୁଥିଲା ।

କେମିତି ଆସିଲା ଚୋରି ଦୁନିଆକୁ ...

କଲେଜ ଗଣ୍ଡଗୋଳ ମାମଲାରେ ଜେଲରୁ ବାହାରିବା ପରେ ଧୀରେ ଧୀରେ ଭୁବନେଶ୍ଵରରେ ଚୋରି କରିଥିଲା। ଚୋରିରେ କେବଳ ସେ ଟଙ୍କା ଚୋରି କରିଥାଏ। ଟଙ୍କା ନେଇ ପରେ ରାଜ୍ୟ ବାହାରକୁ ପଳାଇଥିଲା। ସେଠାରେ ସେ ଏକ ହୋଟେଲରେ ରହିଲା। ଯେଉଁ ହୋଟେଲରେ ରୁହେ ସେହି ହୋଟେଲରେ ମଧ୍ୟ ବିଭିନ୍ନ ରୁମକୁ ପଶି ଟଙ୍କା ଚୋରି କରୁଥିଲା। ଆଉ ଗୋଟିଏ ସ୍ଥାନରୁ ଚୋରି କଲା ପରେ ସେହି ସହର ଛାଡି ଫେରାର ହୋଇଯାଉଥିଲା ।

ବିତାଉଥିଲା ରଙ୍ଗୀନ ଜୀବନ...

ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଏହି କୁଖ୍ୟାତ ଚୋର ଚେନ୍ନାଇ, ମୁମ୍ବାଇ, ନୈନତାଲ, ଗ୍ୟାଙ୍ଗଟ୍ଟକ, କୋଲକାତା ଓ ଭୁବନେଶ୍ବରର ଭଳି ସହରରେ ଥିବା ବଡ ବଡ ହୋଟେଲରେ ରହୁଥିଲା । ଆଉ କୋଲକାତାରୁ କଲଗାର୍ଲଙ୍କୁ ଆଣି ରାତି ବିତାଉଥିଲା ।

କେମିତି ଧରାପଡିଲା...

ବଡଗଡ ଥାନା ଅଞ୍ଚଳରେ ଏକ କ୍ଲିନିକରେ ପଶି ୨୫ ହଜାର ଚୋରି କରିଥିଲା ଚୋର ହେମନ୍ତ ଦାସ । ପରେ ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ୧ ଲକ୍ଷ ୩୬ ହଜାର ଏବଂ ପରେ କ୍ୟାପିଟାଲ ଥାନା ଅଞ୍ଚଳରେ ୧ ଲକ୍ଷ ଟଙ୍କାର ଚୋରି କରିଥିଲା। ସେବେ ଠାରୁ ସିସିଟିଭିରେ ଜଣେ ଚୋରର ଭିଜୁଆଲ କଏଦ ହୋଇଥିଲା । ଭିଜୁଆଲରୁ ଚିତ୍ର ସ୍ପଷ୍ଟ ହେବା ପରେ ପୋଲିସ ଏହାକୁ ଧରିବା ପାଇଁ ଯୋଜନା କରିଥିଲା । ପରେ କମିଶନରେଟ ପୋଲିସର ସ୍ପେଶାଲ ଟିମ ଆଜି(ସୋମବାର) କଟକରୁ ଏକ ଚୋରି ଉଦ୍ୟମ ବେଳେ ଧରିଥିଲା ।

ପୂର୍ବରୁ ପୋଲିସ ହାତରେ ଧରାପଡିଥିଲା...

କିନ୍ତୁ ଆଜି ଗିରଫ ହେବା ପୂର୍ବରୁ ମଧ୍ୟ ପୋଲିସ ହାତରେ ଧରାପଡିଥିଲା ଏହି କୁଖ୍ୟାତ ଚୋର। ସବୁଠାରୁ ମଜାଦାର କଥା ହେଉଛି, ଥରେ ସହିଦ ନଗର ଥାନା ଅଞ୍ଚଳରେ ଚୋରି କରି ଏକ ରିକ୍ସାରେ କିଛି ଚୋରି ସାମଗ୍ରୀ ନେଇ ଯାଉଥିଲା। ତେବେ ଠିକ ଏତିକି ବେଳେ ପୋଲିସ ହାବୁଡରେ ପଡିବା ପରେ ଜଣେ ପୋଲିସ ଅଧିକାରୀ କିଛି ପଚାରିଲେ, କିନ୍ତୁ ଅତି ଚତୁରତା ସହ ରାସ୍ତା ଉଠାଣି ଉଠାଇ ପାରୁନି କହି ପୋଲିସକୁ ସାହାଯ୍ୟ ମାଗିଥିଲା । ଆଉ ପୋଲିସ ମଧ୍ୟ ତାକୁ ସାହାଯ୍ୟ କରିଥିଲା ବିନା ସନ୍ଦେହରେ ।

ପରେ ଏହି ଚୋର ପୁରୀ ପୋଲିସ ହାତରେ ଡିସେମ୍ବର ୨୦୨୦ ରେ ଧରାପଡିଥିଲା। ସେତେବେଳେ ସେ ଅନେକ ଚୋରି କରିଛି ବୋଲି ମାନିଥିଲା। ଜେଲରେ କିଛି ମାସ ରହି ବାହାରିବା ପରେ ପୁଣି ଆସି ଚୋରି କରିବା ଆରମ୍ଭ କରିଥିଲା। ଆଉ ଆଜି ପୋଲିସ ତାକୁ ଗିରଫ କରିବା ପରେ ଏତେ ଚୋରି କରିବା ସତ୍ତ୍ବେ କୌଣସି ଭଲ କାମ କରିନଥିବା ମାନିଛି ଚୋର । ଏହାସହ ଆଉ ଚୋରି କରିବି ନାହିଁ ସନ୍ୟାସ ନେବି ବୋଲି କହିଛି।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details