ଓଡିଶା

odisha

By

Published : May 13, 2021, 10:56 PM IST

ETV Bharat / city

ଲକଡାଉନର 7 ଦିନରେ ସଂକ୍ରମଣ 96 ହଜାରରୁ ଊର୍ଦ୍ଧ୍ବ ଚିହ୍ନଟ

ରାଜ୍ୟରେ ବଢୁଛି ସଂକ୍ରମଣ । ପ୍ରତ୍ୟେକ ଦିନ 10 ହଜାର ପାର କରୁଛି ସଂକ୍ରମଣ । ରାଜ୍ୟରେ 26ଟି ଜିଲ୍ଲା ଏବେ ରେଡ଼ ଜୋନରେ ରହିଲାଣି । ଅଧିକ ପଢନ୍ତୁ...

ଲାକଡାଉନର 7 ଦିନରେ ସଂକ୍ରମଣ 96 ହଜାରରୁ ଊର୍ଦ୍ଧ୍ବ ଚିହ୍ନଟ
ଲାକଡାଉନର 7 ଦିନରେ ସଂକ୍ରମଣ 96 ହଜାରରୁ ଊର୍ଦ୍ଧ୍ବ ଚିହ୍ନଟ

ଭୁବନେଶ୍ବର: ଲକଡାଉନର 7 ଦିନ ମଧ୍ୟରେ ରାଜ୍ୟରେ 96 ହଜାର 545 ଲୋକ ସଂକ୍ରମିତ ହୋଇଛନ୍ତି । ରାଜ୍ୟରେ ଲକଡାଉନ ହୋଇଥିଲେ ମଧ୍ୟ ଅମାନିଆ ନିୟମକୁ ମାନୁନଥିବା ଦେଖିବାକୁ ମିଳିଛି । ଲକଡାଉନ ସମୟରେ ଏଭଳି ସଂକ୍ରମଣ ରହିଲେ ସ୍ବାସ୍ଥ୍ୟ କ୍ଷେତ୍ରରେ ଅନେକ ବାଧା ଉପୁଜିବ ।

ରାଜ୍ୟରେ ବଢୁଛି ସଂକ୍ରମଣ । ପ୍ରତ୍ୟେକ ଦିନ 10 ହଜାର ପାର କରୁଛି ସଂକ୍ରମଣ । ରାଜ୍ୟରେ 26ଟି ଜିଲ୍ଲା ଏବେ ରେଡ଼ ଜୋନରେ ରହିଲାଣି । ରାଜ୍ୟରେ ମେ 5 ତାରିଖରୁ ଲକଡାଉନ ଘୋଷଣା କରାଯାଇଛି । ହେଲେ ସଂକ୍ରମଣ କମିବା ପରିବର୍ତ୍ତେ 10 ହଜାର ଦୈନିକ ସଂକ୍ରମଣ ଚିହ୍ନଟ ହେଉଛି । ଏପଟେ ଲକଡାଉନ ରହିଥିଲେ ମଧ୍ୟ ସଂକ୍ରମଣ କମୁନାହିଁ ।

ଲାକଡାଉନର 7 ଦିନରେ ସଂକ୍ରମଣ 96 ହଜାରରୁ ଊର୍ଦ୍ଧ୍ବ ଚିହ୍ନଟ

ସରକାରୀ ତଥ୍ୟ ଅନୁଯାୟୀ ଖୋର୍ଦ୍ଧାରେ ସର୍ବାଧିକ ସଂକ୍ରମଣ ଚିହ୍ନଟ ହୋଇଥିବା ବେଳେ ଏବେ ରାଜ୍ୟରେ ପଛକୁ ରହିଛି ସୁନ୍ଦରଗଡ, କଟକ ଓ ବାଲେଶ୍ବର । ତେବେ ଏହି ଲକଡାଉନ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ 12 ହଜାର 315 ଜଣ ସଂକ୍ରମିତ ହୋଇଥିବା ବେଳେ ସୁନ୍ଦରଗଡରେ 9 ହଜାର 704, କଟକରେ 6 ହଜାର 994 ଜଣ ସଂକ୍ରମିତ ହୋଇଛନ୍ତି ।

ଅନ୍ୟପଟେ ଦେଖିଲେ ରାଜ୍ୟରେ ଲକଡାଉନ ଲାଗି ରହିଛି । କିନ୍ତୁ ଗାଁ ମାନଙ୍କର ଯେଭଳି ଭାବରେ ମେଳା ଉତ୍ସବ ଭୋଜିଭାତ କରିବା କଥା ସେମାନେ କରୁଛନ୍ତି । କୌଣସି ଲୋକ ବି କୋଭିଡ ଗାଇଡ଼ ଲାଇନ ମାନୁନାହାଁନ୍ତି । ଯାହାଫଳରେ ସଂକ୍ରମଣ ବଢିବାର ସମ୍ଭାବନା ରହୁଛି । ଅନ୍ୟପଟେ ଅନେକ ଅମାନିଆମାନେ କୋଭିଡ ନିୟମ ନମାନି ଚାରିଆଡେ ବୁଲୁଛନ୍ତି ।

ଏପଟେ ସ୍ବାସ୍ଥ୍ୟ ବିଶେଷଜ୍ଞ ମାନେ କହୁଛନ୍ତି ଯେ ରାଜ୍ୟରେ 19 ତାରିଖ ମଧ୍ୟରେ ଯଦି ସଂକ୍ରମଣ ହାର ନିୟନ୍ତ୍ରଣାଧିନ ନହୁଏ ତେବେ ସରକାର ବାଧ୍ୟ ହେବେ ଲକଡାଉନ ବଢାଇବା ପାଇଁ । ଦେଶରେ ଅନେକ ସ୍ଥାନରେ ଲକଡାଉନ ହୋଇଥିବା ବେଳେ ସଂକ୍ରମଣ ଅନେକ ସ୍ଥାନରେ କମିଛି । ଓଡ଼ିଶାରେ ଯଦିଓ ଲକଡାଉନ ଚାଲିଛି କିଛି ଅମାନିଆଙ୍କ ପାଇଁ ସଂକ୍ରମଣ ବଢୁଛି । ଏମିତି ଯଦି ସଂକ୍ରମଣ ବଢେ ତେବେ ଓଡ଼ିଶାର ସ୍ୱାସ୍ଥ୍ୟ ଚିକିତ୍ସାରେ ଅସୁବିଧା ହେବାକୁ ପଡିବ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details