ଓଡିଶା

odisha

ETV Bharat / city

ରାଜ୍ୟରେ ବେକାବୁ କୋରୋନା, ପୁଣି 4 ହଜାରରୁ ଊର୍ଦ୍ଧ୍ବ ପଜିଟିଭ ଚିହ୍ନଟ - state corona update

ରାଜ୍ୟରେ ଅସମ୍ଭାଳ ହେଉଛି କୋରୋନା ମାମଲା । ଗତ କିଛି ଦିନରେ ଦୈନିକ 4 ହଜାରରୁ ଅଧିକ ସଂକ୍ରମିତ ମାମଲା ଚିହ୍ନଟ ହେଉଛି । ଆଜି ମଧ୍ୟ 4209 ନୂତନ କୋରୋନା ମାମଲା ରିପୋର୍ଟ କରାଯାଇଛି । ଅଧିକ ପଢନ୍ତୁ...

ଗୋଟିଏ ଦିନରେ ରାଜ୍ୟରୁ ପୁଣି ହଜାରରୁ ଅଧିକ କୋରୋନା ମାମଲା ରିପୋର୍ଟ
ଗୋଟିଏ ଦିନରେ ରାଜ୍ୟରୁ ପୁଣି ହଜାରରୁ ଅଧିକ କୋରୋନା ମାମଲା ରିପୋର୍ଟ

By

Published : Sep 19, 2020, 11:46 AM IST

ଭୁବନେଶ୍ବର: ଓଡିଶାରେ ଗୋଟିଏ ଦିନରେ ପୁଣି 4209 ନୂତନ କୋରୋନା ମାମଲା ରିପୋର୍ଟ କରାଯାଇଛି । ସର୍ବାଧିକ କୋରୋନା ଆକ୍ରାନ୍ତ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ 2441 ଜଣ ହୋମ କ୍ବାରେଣ୍ଟାଇନରୁ ଚିହ୍ନଟ । 1968 ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧାରେ 663 କୋରୋନା ପଜିଟିଭ ବାହାରିଛନ୍ତି ।

ସେହିପରି ଅନୁଗୁଳରେ 109, ବାଲେଶ୍ୱରରେ 183, ବରଗଡରେ 116, ଭଦ୍ରକରେ 43, ବଲାଙ୍ଗୀରରେ 78, ବୌଦ୍ଧରେ 55, କଟକରେ 491, ଦେଓଗଡରେ 23, ଢେଙ୍କାନାଳରେ 80, ଗଜପତିରେ 43, ଗଞ୍ଜାମରେ 65, ଜଗତସିଂହପୁରରେ 146, ଯାଜପୁରରେ 176, ଝାରସୁଗୁଡା 80 , କଳାହାଣ୍ଡିରେ 90, କନ୍ଧମାଳରେ 102, କେନ୍ଦ୍ରାପଡାରେ 123, କେନ୍ଦୁଝରରେ 72, କୋରାପୁଟ ରେ 114, ମାଲକାନଗିରିରେ 63, ମୟୂରଭଞ୍ଜରେ 107, ନବରଙ୍ଗପୁରରେ 102, ନୟାଗଡରେ 47, ନୂଆପଡାରେ 52, ପୁରୀରେ 326, ରାୟଗଡାରେ 92, ସମ୍ବଲପୁରରେ 154, ସୋନପୁର ରେ 83, ସୁନ୍ଦରଗଡ ରେ 121 ଜଣ ଆକ୍ରାନ୍ତ ହୋଇଛନ୍ତି ।

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତ 1 ଲକ୍ଷ 75 ହଜାର 550ରେ ପହଞ୍ଚିଛି । ସେଥିମଧ୍ୟରୁ 1,37,567 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି 37239ଟି ସକ୍ରିୟ ରହିବା 2715822 ସାମ୍ପୁଲ ଟେଷ୍ଟ ହୋଇଛି ।

ଭୁବନେଶ୍ବରରୁ ବିକାଶ ଦାସ୍, ଇଟିଭି ଭାରତ

ABOUT THE AUTHOR

...view details