ଓଡିଶା

odisha

ETV Bharat / city

ରାଜ୍ୟରେ ୧୦୦ ଜଣଙ୍କୁ କୋରୋନା ଲକ୍ଷଣ ସନ୍ଦେହ, ମେ’ ଶେଷ ସୁଦ୍ଧା ୨୩୪୫ ଜଣ ଆକ୍ରାନ୍ତ ସମ୍ଭାବନା - କୋରୋନା ଖବର

ହୁ ହୁ ହୋଇ ବଢି ପାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଯାହାକୁ ନେଇ ଲକଡାଉନକୁ ଗମ୍ଭୀରତାର ସହ ମାନିବାକୁ କହିଛନ୍ତି ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗଚି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ମେ’ ଶେଷ ସୁଦ୍ଧା ୨୩୪୫ ଜଣ ଆକ୍ରାନ୍ତ ସମ୍ଭାବନା
ମେ’ ଶେଷ ସୁଦ୍ଧା ୨୩୪୫ ଜଣ ଆକ୍ରାନ୍ତ ସମ୍ଭାବନା

By

Published : Mar 24, 2020, 9:59 PM IST

Updated : Mar 24, 2020, 11:24 PM IST

ଭୁବନେଶ୍ବର: ହୁ ହୁ ହୋଇ ବଢି ପାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏବେଠାରୁ ନମାନିଲେ ଲୋକଙ୍କ ମଧ୍ୟରେ ବ୍ୟାପି ପାରେ କୋରୋନା ଭାଇରସ । ଯାହାକୁ ନେଇ ଲକଡାଉନକୁ ଗମ୍ଭୀରତାର ସହ ମାନିବାକୁ କହିଛନ୍ତି ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗଚି । କାରଣ ଏବେ ସୁଦ୍ଧା ୩୮୬୧ ଜଣ ୧୦୪ ଯୋଗେ ରେଜିଷ୍ଟର କରିଛନ୍ତି । କିନ୍ତୁ ୧୦୦ ଜଣଙ୍କୁ କୋରୋନା ଲକ୍ଷଣ ଥିବା ସନ୍ଦେହ ହେଉଛି । ଏଭଳି ଭାବେ ଯଦି ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଏ ତେବେ ମେ’ ଶେଷ ସୁଦ୍ଧା ରାଜ୍ଯରେ ୨୩୫୪ ଜଣଙ୍କୁ କରୋନା ଆକ୍ରାନ୍ତ ହେବାର ସମ୍ଭାବନା ରହିଛି।

ମେ’ ଶେଷ ସୁଦ୍ଧା ୨୩୪୫ ଜଣ ଆକ୍ରାନ୍ତ ସମ୍ଭାବନା

ତେଣୁ ଏଥିପାଇଁ ଦେଶରେ ସ୍ବାସ୍ଥ୍ୟ କେନ୍ଦ୍ରରେ ମୁକାବିଲା ପାଇଁ ଏହା କଷ୍ଟଦାୟକ ହେବ ଯଦି ଏହାକୁ ଗୁରୁତ୍ବର ସହ ନିଆଯିବ । କାରଣ ପ୍ରତି ଲକ୍ଷ ଲୋକରେ ଦେଶରେ ୭୦ଟି ବେଡ ହସ୍ପିଟାଲରେ ସୁବିଧା ରହିଛି । ତେଣୁ ସେଥିରୁ ୭୫ ପ୍ରତିଶତ ବେଡ ଏବେ ସୁଦ୍ଧା ଆନ୍ୟାନ୍ୟ ରୋଗୀଙ୍କ ଦ୍ବାରା ବ୍ୟବହାର ହେଉଛି । ତେଣୁ ଲକଡାଉନକୁ ଗମ୍ଭୀରତାର ସହ ନନେଲେ ସଂକ୍ରମଣ ବ୍ୟାପି ଏହା ଭୟାନକ ରୁପ ନେଇ ପାରେ ।

ଏବେ ସୁଦ୍ଧା ୧୧୦ ଟି ନମୁନା ସଂଗ୍ରହ ହୋଇଥିଲା । ସେଥିମଧ୍ୟରୁ ୨ ଜଣ ଚିହ୍ନଟ ହୋଇଥିଲେ ଏବଂ ସେହି ରୋଗୀଙ୍କର ସ୍ବାସ୍ଥ୍ୟବସ୍ଥା ସ୍ଥିର ଅଛି । ଏପର୍ଯ୍ୟନ୍ତ କୋରୋନା ରୋଗୀଙ୍କ ସଂସ୍ପର୍ଶରେ ୫୭ ଜଣଙ୍କ ତଥ୍ୟ ଅଛି, ୫୪ ଜଣ ସହିତ ଯୋଗାଯୋଗ ରହିଛି । ୪୫ ଜଣଙ୍କୁ ଏବେ ମେଡିକାଲରେ ଆଇସୋଲେସନରେ ରଖାଯାଇଛି । ଏପର୍ଯନ୍ତ ବିଶ୍ବରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୮୧୭୬୧ ଛୁଇଁଲାଣି । ଭାରତରେ ୫୧୧ଜଣ ସଂକ୍ରମିତ ହୋଇଛନ୍ତି । ଯେଉଁଠି ଲକ୍ଷଣ ଜଣାପଡୁନି ସେମାନଙ୍କଠାରୁ ଅଧିକ ସଂକ୍ରମଣ ବ୍ୟାପୁଛି । ମେ’ ଶେଷ ସୁଦ୍ଧା ବିଶ୍ବରେ ୧୦ଲକ୍ଷ ଆକ୍ରାନ୍ତ ହୋଇ ପାରନ୍ତି ବୋଲି ଆକଳନ କରାଯାଉଛି । ତେବେ ରାଜ୍ୟ ସରକାର ସରକାରୀ କର୍ମଚାରୀଙ୍କର ବଦଳି କରିଛନ୍ତି ।

ତେବେ ୪୮ ଘଣ୍ଟା ମଧ୍ୟରେ ସେମାନଙ୍କୁ ବଦଳି ସ୍ଥାନରେ ରିପୋର୍ଟ କରିବାକୁ ନିର୍ଦେଶ ଦିଆଯାଇଛି । ସେହିପରି ସମସ୍ତ ନିର୍ମାଣ କାର୍ଯ୍ୟ ବନ୍ଦ ରହିଛି । କେବଳ କୋରୋନା ସମ୍ପର୍କିତ ବା ସ୍ବାସ୍ଥ୍ୟବସ୍ଥା ସମ୍ପର୍କିତ ନିର୍ମାଣ କାର୍ଯ୍ୟ ଜାରି ରହିଛି । ହିତାଧିକାରୀମାନଙ୍କୁ ପିଡିଏସ ଯୋଗାଇଦେବାକୁ ନିର୍ଦ୍ଦେଶ ହୋଇଛି । ତେବେ କୋରୋନା ଯୋଗୁଁ ଅର୍ଥନୈତିକ ଉପରେ ବିରାଟ ପ୍ରଭାବ ପଡିବ । ପ୍ରାଣ ବଞ୍ଚିଲେ ଅର୍ଥନୀତି ବଞ୍ଚିବ। ତେଣୁ ପୋଲିସ ସଙ୍ଗେ ଲୁଚଖାଳି ଖେଳନ୍ତୁ ନାହିଁ । କୋରୋନା ଆପଣଙ୍କୁ ମତେ ରାସ୍ତାରେ ଖୋଜୁଛି । ତେଣୁ ଲକଡାଉନ ପିଲାଖେଳ ନୁହେଁ । ଲକଡାଉନକୁ ସିରିୟସ ଭାବେ ନେବା ଘରେ ରହିବା। ଗ୍ରାମାଞ୍ଚଳର ଗରିବ ବର୍ଗଙ୍କୁ ନେଇ ସାଙ୍ଗରେ ନେଇ ଚାଲିବାକୁ ପରାମର୍ଶ ଦେଇଛନ୍ତି ବାଗଚି।

ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ବାଧା ଦେବା ନାହିଁ । ଥଣ୍ଡା ଜ୍ବର କୋଭିଡ-୧୯ ନୁହେଁ ବରଂ ୨୦୦ ରକମର ଥଣ୍ଡା ଭୁତାଣୁ ଅଛନ୍ତି । ଜ୍ବର ଅଧିକ ରହୁଛି ଶ୍ବାସ ନେବାରେ କଷ୍ଟ ହେଉଛି ତା ହାଲେ ୧୦୪ କୁ ଫୋନ କରନ୍ତୁ । ଆପଣ ରୋଗୀଙ୍କୁ ନେଇ ହସ୍ପିଟାଲ ଯାନ୍ତୁନାହିଁ । କାରଣ ଆପଣଙ୍କୁ ସଂକ୍ରମଣର ଭୟ ରହୁଛି । ତେଣୁ ୧୦4 ସହ ଯୋଗାଯୋଗ କଲେ ସେମାନେ ସଂକ୍ରମଣ ସନ୍ଦେହ କଲେ ୧୦୪ କର୍ତ୍ତୃପକ୍ଷ ରୋଗୀକୁ ଚିକିତ୍ସା ନେବାର ଦାୟିତ୍ବ ନେବେ । ହସ୍ପିଟାଲ ନେବା ଆଣିବାର ବ୍ୟବସ୍ଥା କରିବେ । ସାଧାରଣ ଥଣ୍ଡା ଜ୍ବର ହେଲେ ଚିହ୍ନା ପରିଚୟରେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ନଚେତ ପାରାସିଟାମଲ ଖାଇବାକୁ ଉପଦେଶ ଦେବେ । ମହାମାରୀ ନିଜକୁ ଜଗିବାକୁ ପଡିବ ଓ ସହଭାଗୀଙ୍କୁ ଜଗିବାକୁ ପଡିବ ବୋଲି କହିଛନ୍ତି ସୁବ୍ରତ ବାଗଚି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Mar 24, 2020, 11:24 PM IST

ABOUT THE AUTHOR

...view details