ଓଡିଶା

odisha

ETV Bharat / city

Odisha Investors Meet: ଚଳିତବର୍ଷ ଜୁନ ସୁଦ୍ଧା ଓଡିଶାକୁ ଆସିଛି ଅଧିକ ପୁଞ୍ଜି: ବିଜେଡି - ମୁମ୍ବାଇ ଗସ୍ତରେ ମୁଖ୍ୟମନ୍ତ୍ରୀ

ଆଜି ମୁମ୍ବାଇରେ ଆରମ୍ଭ ହେଲା ‘ଓଡିଶା ଇନଭେଷ୍ଟର୍ସ ମିଟ’ (odisha investors meet) । ରାଜ୍ୟକୁ ଅଧିକରୁ ଅଧିକ ପୁଞ୍ଜି ଆଣିବା ପାଇଁ ଦେଶର ବିଶିଷ୍ଟ ଶିଳ୍ପପତିଙ୍କ ସହ ସିଧା ସଳଖ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Patnaik ) । ଅଧିକ ପଢନ୍ତୁ

Odisha Investors Meet
Odisha Investors Meet

By

Published : Sep 14, 2022, 6:12 PM IST

Updated : Sep 14, 2022, 10:07 PM IST

ଭୁବନେଶ୍ବର/ମୁମ୍ବାଇ: ଆଜି ମୁମ୍ବାଇରେ ଆରମ୍ଭ ହେଲା ‘ଓଡିଶା ଇନଭେଷ୍ଟର୍ସ ମିଟ’ (odisha investors meet) । ରାଜ୍ୟକୁ ଅଧିକରୁ ଅଧିକ ପୁଞ୍ଜି ଆଣିବା ପାଇଁ ଦେଶର ବିଶିଷ୍ଟ ଶିଳ୍ପପତିଙ୍କ ସହ ସିଧା ସଳଖ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Patnaik ) । ଏଥିପାଇଁ ଗତକାଲି ଠାରୁ ମୁଖ୍ୟମନ୍ତ୍ରୀ ମୁମ୍ବାଇ ଗସ୍ତରେ ଅଛନ୍ତି ।

Odisha Investors Meet: ଚଳିତବର୍ଷ ଜୁନ ସୁଦ୍ଧା ଓଡିଶାକୁ ଆସିଛି ଅଧିକ ପୁଞ୍ଜି: ବିଜେଡି

ଆଜି ପ୍ରଥମେ ମୁଖ୍ୟମନ୍ତ୍ରୀ ବିଶିଷ୍ଟ ଶିଳ୍ପପତି ତଥା ମହିନ୍ଦ୍ରା ଗୃପ ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ଓ ‘ୱାରେ ଇଞ୍ଜିନିୟର୍ସ ଲିଃ.’ର ଅଧ୍ୟକ୍ଷ ହିତେଶ ଚିମନଲାଲ ଦୋଶୀଙ୍କୁ ଭେଟିଥିଲେ । ପରେ ପରେ ଏକାଧିକ ପୁଞ୍ଜିପତିଙ୍କ ସହ ଆଲୋଚନା କରିଛନ୍ତି ।

ସେପଟେ ଏହାକୁ ନେଇ ବିଜେଡି ମୁଖପାତ୍ର ଲେଲିନ ମହାନ୍ତି କହିଛନ୍ତି ଚଳିତବର୍ଷ ଜୁନ ସୁଦ୍ଧା ଓଡିଶାକୁ ଆସିଛି ଅଧିକ ପୁଞ୍ଜି । ଜୁନ ସୁଦ୍ଧା ଓଡିଶାକୁ 36 ହଜାର 828 କୋଟି ଟଙ୍କାର ନିବେଶ ଆସିଛି । ସର୍ବଭାରତୀୟସ୍ତରରେ ଓଡିଶା ଶୀର୍ଷରେ ରହିଛି । 2020ରେ ଦେଶରେ ଓଡିଶା ଚତୁର୍ଥ ସ୍ଥାନରେ ଥିଲା । 2020ରେ ଓଡିଶାକୁ 28 ହଜାର 954 କୋଟି ଟଙ୍କା ପୁଞ୍ଜି ଆସିଥିଲା । 2021ରେ ଦ୍ବିତୀୟ ସ୍ଥାନକୁ ଉଠିଥିଲା ଓଡିଶା । 2021ରେ 89 ହଜାର 167 କୋଟି ଟଙ୍କାର ନିବେଶ ହୋଇଥିଲା ।

ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ଆନନ୍ଦ ମହିନ୍ଦ୍ରା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଧାରାକୁ ପ୍ରଶଂସା କରିଛନ୍ତି । ଟୁଇଟ କରି କହିଛନ୍ତି ନବୀନ ଜଣେ ବୁଦ୍ଧିମାନ, ଶାନ୍ତ ଓ ଆତ୍ମବିଶ୍ବାସୀ ବ୍ୟକ୍ତି। କଥା ନୁହେଁ କାମ ହିଁ ତାଙ୍କ ପରିଚୟ । ବିପର୍ଯ୍ୟୟ ପରିଚାଳନାରେ ସାରା ବିଶ୍ବର ମଡେଲ ନବୀନ ପଟ୍ଟନାୟକ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Sep 14, 2022, 10:07 PM IST

ABOUT THE AUTHOR

...view details