ଓଡିଶା

odisha

ETV Bharat / city

ଦ୍ଵିତୀୟ ପାଳିରେ ମୋଦି ସରକାରକୁ ବର୍ଷେ, ରାଜ୍ୟବାସୀଙ୍କ ନିକଟରେ କେନ୍ଦ୍ର ସରକାରଙ୍କ ସହାୟତାର ହିସାବ ଦେଲା ବିଜେପି

ମୋଦି ସରକାରଙ୍କ ଦ୍ଵିତୀୟ ପାଳିର ପ୍ରଥମ ବର୍ଷର ହିସାବ ରାଜ୍ୟବାସୀଙ୍କ ନିକଟରେ ରଖିଲା ରାଜ୍ୟ ବିଜେପି । ଦଳୀୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀରେ ଏନେଇ ସବିଶେଷ ତଥ୍ୟ ରଖିଲେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି । ଅଧିକ ପଢନ୍ତୁ...

odisha bjp
ଦ୍ଵିତୀୟ ପାଳିରେ ମୋଦି ସରକାରକୁ ବର୍ଷେ, ରାଜ୍ୟବାସୀଙ୍କ ନିକଟରେ କେନ୍ଦ୍ର ସରକାରଙ୍କ ସହାୟତାର ହିସାବ ଦେଲା ବିଜେପି

By

Published : Jun 1, 2020, 1:33 PM IST

ଭୁବନେଶ୍ବର: ମୋଦି ସରକାରଙ୍କ ଦ୍ଵିତୀୟ ପାଳିର ପ୍ରଥମ ବର୍ଷର ହିସାବ ରାଜ୍ୟବାସୀଙ୍କ ନିକଟରେ ରଖିଲା ରାଜ୍ୟ ବିଜେପି । ଦଳୀୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀରେ ଏନେଇ ସବିଶେଷ ତଥ୍ୟ ରଖିଲେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ।

ଦ୍ଵିତୀୟ ପାଳିରେ ମୋଦି ସରକାରକୁ ବର୍ଷେ, ରାଜ୍ୟବାସୀଙ୍କ ନିକଟରେ କେନ୍ଦ୍ର ସରକାରଙ୍କ ସହାୟତାର ହିସାବ ଦେଲା ବିଜେପି

ତିନି ତଲାକ, ରାମ ମନ୍ଦିର, ଧାରା 370 ତଥା ଶରଣାର୍ଥୀଙ୍କ ପ୍ରସଙ୍ଗ ରାଜ୍ୟବାସୀଙ୍କ ସାମ୍ନାରେ ରଖିବା ସହ ଓଡିଶାର ବିକାଶ ପାଇଁ କେନ୍ଦ୍ର ସରକାର ନେଇଥିବା ପଦକ୍ଷେପ ସମ୍ପର୍କରେ କହିଛନ୍ତି ରାଜ୍ୟ ବିଜେପି ସଭାପତି ।

ଦ୍ଵିତୀୟ ପାଳିରେ ମୋଦି ସରକାରକୁ ବର୍ଷେ, ରାଜ୍ୟବାସୀଙ୍କ ନିକଟରେ କେନ୍ଦ୍ର ସରକାରଙ୍କ ସହାୟତାର ହିସାବ ଦେଲା ବିଜେପି

ସେହିପରି ପୂର୍ବ ଭାରତର ବିକାଶ ପାଇଁ ମୋଦି ସରକାର ଅନେକ ପଦକ୍ଷେପ ନେଇଛନ୍ତି । 2019-20ରେ 30 ହଜାର କୋଟି ଟଙ୍କା ଓଡିଶା ପାଇଛି । 2014-15ରୁ ଓଡିଶା 3, 68, 592 କୋଟି ଟଙ୍କା ପାଇଛି । ଯାହାକି ସର୍ବକାଳୀନ ରେକର୍ଡ । ଓଡିଶା ପ୍ରତି ଯେଉଁ ବୈମାତୃକ ମନୋଭାବ ହେଉ କି କେନ୍ଦ୍ରୀୟ ଅବହେଳା ଆଉ ପ୍ରସଙ୍ଗ ହୋଇନାହିଁ ବୋଲି ସମୀର କହିଛନ୍ତି ।

2020-21 ରେଳ ବଜେଟରେ 5296 କୋଟି ମିଳିଛି । 6 ବର୍ଷରେ 21 ହଜାର କୋଟି ଟଙ୍କା ମିଳିଛି । କୋଣାର୍କ ମନ୍ଦିର ପାଇଁ 25 କୋଟି ଟଙ୍କା ମିଳିଛି । ଓଡିଶାର 12 ଜଣଙ୍କୁ ସମ୍ମାନିତ କରାଯାଇଛି ବୋଲି ସେ ଦର୍ଶାଇଛନ୍ତି ।

ଦ୍ଵିତୀୟ ପାଳିରେ ମୋଦି ସରକାରକୁ ବର୍ଷେ, ରାଜ୍ୟବାସୀଙ୍କ ନିକଟରେ କେନ୍ଦ୍ର ସରକାରଙ୍କ ସହାୟତାର ହିସାବ ଦେଲା ବିଜେପି

ସେପଟେ 2014ରେ ଗୋଟିଏ ସାଂସଦ ପାଇଥିଲୁ, ଏଥର 8 ଜଣ ପାଇଲୁ, 2 ଜଣ କେନ୍ଦ୍ରମନ୍ତ୍ରୀ ପାଇଛୁ । 3 ଜଣ ରାଜ୍ୟପାଳ ହୋଇଛନ୍ତି ବୋଲି ମଧ୍ୟ ସେ କହିଛନ୍ତି ।

ଦ୍ଵିତୀୟ ପାଳିରେ ମୋଦି ସରକାରକୁ ବର୍ଷେ, ରାଜ୍ୟବାସୀଙ୍କ ନିକଟରେ କେନ୍ଦ୍ର ସରକାରଙ୍କ ସହାୟତାର ହିସାବ ଦେଲା ବିଜେପି

ସେହିପରି ମୋଦିଙ୍କ ଶାସନରେ ଓଡିଆ ସମ୍ମାନିତ ହୋଇଛନ୍ତି । ପୂର୍ବ ଭାରତରେ ଓଡିଶା ଆଗରେ ରହିଛି । ଅଧିକ ଗୁରୁତ୍ଵ ମିଳିଛି । ଓଡିଆଙ୍କୁ ଘରକୁ ଫେରାଇ ଆଣିବାକୁ କେନ୍ଦ୍ର ଯେଉଁ ପ୍ରୟାସ କରିଛି ତାହା ଉଲ୍ଲେଖନୀୟ । କ୍ବାରେଣ୍ଟାଇନରେ ରହିଥିବା ଲୋକଙ୍କ ପାଇଁ 2149 କୋଟି ଟଙ୍କା ରାଜ୍ୟ ବିପର୍ଯ୍ୟୟ ପାଣ୍ଠିକୁ କେନ୍ଦ୍ର ଦେଇଛି ବୋଲି ମଧ୍ୟ ସେ ଦର୍ଶାଇଛନ୍ତି ।

ଦ୍ଵିତୀୟ ପାଳିରେ ମୋଦି ସରକାରକୁ ବର୍ଷେ, ରାଜ୍ୟବାସୀଙ୍କ ନିକଟରେ କେନ୍ଦ୍ର ସରକାରଙ୍କ ସହାୟତାର ହିସାବ ଦେଲା ବିଜେପି

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରୁ ଓଡିଶା ଲାଭନ୍ବିତ ହୋଇଛନ୍ତି । ପିଏମ କିଷାନ ଯୋଜନାରେ 745 କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଓଡିଶାର ମହିଳାଙ୍କ ଜନଧନ ଆକାଉଣ୍ଟକୁ 543 କୋଟି ଟଙ୍କା, ନିର୍ମାଣ ଶ୍ରମିକଙ୍କ ଆକାଉଣ୍ଟକୁ 47 ଲକ୍ଷ 47 ହଜାର ଟଙ୍କା ଓ ଉଜ୍ଜ୍ବଳା ହିତାଧିକାରୀଙ୍କ ପାଇଁ 1103 କୋଟି ଟଙ୍କା କେନ୍ଦ୍ର ସରକାର ଖର୍ଚ୍ଚ କରିଛନ୍ତି । କୋଭିଡ ହସ୍ପିଟାଲରେ ନାଲକୋ, ଏନଟିପିସି, ଆଇଓସିଏଲ, ପାରାଦ୍ବୀପ ପୋର୍ଟ ସାମିଲ ହୋଇ ଆର୍ଥିକ ସହାୟତା ଦେଇଛନ୍ତି ବୋଲି ମଧ୍ୟ ସଭାପତି ସମୀର ମହାନ୍ତି ଆଜିର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details