ଓଡିଶା

odisha

ETV Bharat / city

ଛାତ୍ରଛାତ୍ରୀଙ୍କ ଡିଜାଇନ ଡ୍ରେସକୁ ପିନ୍ଧି ରାମ୍ପରେ ଚାଲିଲେ ମଡେଲ

ଜେଡି ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କ ଦ୍ବାରା ତିଆରି 125 ପ୍ରକାରର ଡିଜାଇନିଂ ଡ୍ରେସ କଲେକ୍ସନ ପିନ୍ଧି ରାମ୍ପରେ ଚାଲିଲେ ସ୍ଥାନୀୟ ମଡେଲଙ୍କ ସହିତ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ କ୍ରୋଏସିଆର ନାମୀ ମଡେଲ ଡାରିଆ ଫାକର୍ସ ।

By

Published : Jul 7, 2019, 2:56 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର: ବର୍ଷ ବର୍ଷ ଧରି ଫ୍ୟାଶନ ଡିଜାଇନିଂ ଓ ଇଣ୍ଟରିୟର ଡିଜାଇନିଂ ଶିକ୍ଷା ଗ୍ରହଣ କରିଥିବା ଜେଡି ଇନଷ୍ଟିଚ୍ୟୁଟର ଛାତ୍ରଛାତ୍ରୀ ସେମାନଙ୍କ ଡ଼ିଜାଇନିଂ ଜ୍ଞାନକୁ ଲୋକଙ୍କ ସମ୍ମୁଖରେ ପ୍ରଦର୍ଶନ କରିଛନ୍ତି । ଯେଉଁଥିରେ ଛାତ୍ରଛାତ୍ରୀଙ୍କୁ ବେଶ ସାବାସୀ ମିଳିଛି । ଛାତ୍ରଛାତ୍ରୀଙ୍କ ଦ୍ବାରା ଡିଜାଇନ ହୋଇଥିବା ଗାର୍ମେଣ୍ଟକୁ 12ଟି ସିକ୍ୟୁଏନ୍ସ ମାଧ୍ୟମରେ ମଡେଲମାନେ ପ୍ରଦର୍ଶିତ କରିଥିଲେ ।

ଫ୍ୟାସନ ଏପରି ଏକ ବିଷୟ ଯାହା ସମସ୍ତଙ୍କୁ ଆକୃଷ୍ଟ କରିଥାଏ । ଯାହା ମାଧ୍ୟମରେ ଦୈନନ୍ଦିନ ଜୀବନରେ ସାଧାରଣ ମଣିଷ ନିଜକୁ ଅନ୍ୟ ସମ୍ମୁଖରେ ପ୍ରଦର୍ଶିତ କରିବା ସହିତ ପ୍ରଶଂସା ଶୁଣିବାକୁ ଚେଷ୍ଟା କରିଥାଏ । ଦୀର୍ଘ 5 ବର୍ଷ ଧରି ଓଡ଼ିଶାରେ ଫ୍ୟାସନ ଶିକ୍ଷା କ୍ଷେତ୍ରରେ ପ୍ରବେଶ କରିଥିବା ଜେଡି ଅନୁଷ୍ଠାନ ଆଗାମୀ ଦିନରେ ଗ୍ଲୋବାଲ ସିଟିଜେନ ଅଧିକ ମାତ୍ରାରେ ତିଆରି କରିବା ଲକ୍ଷ୍ୟ ରଖିଥିବା କହିଛନ୍ତି ଏହାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ରୂପଲ ଦଲାଲ । ଏହି ଲକ୍ଷ ନେଇ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅନୁଷ୍ଠାନ ପକ୍ଷରୁ ସ୍ଥାନୀୟ ଏକ ହୋଟେଲରେ ବାର୍ଷିକ ଡିଜାଇନ ପୁରସ୍କାର ଓ ଫ୍ୟାଶନ ଶୋ ଅନୁଷ୍ଠିତ ହୋଇଥିଲା ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଚଳିତ ବର୍ଷର ଥିମ ସ୍ବିଚକୁ ନେଇ ଅନୁଷ୍ଠିତ ଏହି ଶୋରେ 125 ପ୍ରକାର କଲେକ୍ସନ ପ୍ରଦର୍ଶିତ ହୋଇଥିଲା । ଯାହାକୁ ସ୍ଥାନୀୟ ମଡେଲଙ୍କ ସହିତ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ କ୍ରୋଏସିଆର ନାମୀ ମଡେଲ ଡାରିଆ ଫାକର୍ସ ପରିଧାନ କରି ରାମ୍ପରେ ଚାଲିଥିଲେ । ଏହା ସହିତ ପ୍ରତିବର୍ଷ ଭଳି ସାମାଜିକ ଓ ଫ୍ୟାଶନ କ୍ଷେତ୍ରରେ ଅବହେଳିତ ହେଉଥିବା ଭିନ୍ନକ୍ଷମ ଶିଶୁଙ୍କୁ ରାମ୍ପରେ ଚଲାଇ ନୂତନ ବାର୍ତ୍ତା ଦେବାକୁ ଚେଷ୍ଟା କରିଥିଲେ । ଆଜିର ଏହି ଉତ୍ସବକୁ କାର୍ଯ୍ୟବାହୀ ନିର୍ଦ୍ଦେଶିକା ରୂପଲ ଦଲାଲ, ଭୁବନେଶ୍ବର ସେଣ୍ଟରର ନିର୍ଦ୍ଦେଶିକ ବିଶାଲ ସୁବୁଦ୍ଧି, ଶିବଦତ୍ତ ସୁବୁଦ୍ଧି ଏବଂ ସୁପର ମଡେଲ ଡାରିଆ ଉଦଘାଟନ କରିଥିଲେ ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details