ଭୁବନେଶ୍ବର: କିଛିଦିନ ପୂର୍ବରୁ ବିଦେଶରେ କମାଲ କରି ଓଡ଼ିଶା ପାଇଁ ଗୌରବ ଆଣିଥିବା 10 ବର୍ଷର ମଡେଲ ଏବେ ସଙ୍କଟରେ । ମଡେଲ ସାରାନ୍ୟାଙ୍କ ପରିବାରକୁ ଏବେ ଅର୍ଥର ଚିନ୍ତା ।
ଯେଉଁ ଝିଅ ମାତ୍ର 10 ବର୍ଷ ବୟସରେ ହଂକଂରେ ଆୟୋଜିତ ହୋଇଥିବା ଟ୍ୟାଲେଣ୍ଟ ଷ୍ଟାର ଇଣ୍ଟର ନ୍ୟାସନାଲ ମଡେଲ ପ୍ରତିଯୋଗିତାରେ ପ୍ରଥମ ରନର୍ସ ଅପ ହୋଇଥିଲେ, ସେ ଏବେ ନଜର ଆଢୁଆଳରେ ।
ସବୁଠାରୁ ବଡ କଥା ହେଲା ହଂକଂରୁ ସିଧାସଳଖ ଭାବେ ଭାରତର ପ୍ରତିନିଧିତ୍ଵ କରି ଦୁବାଇରେ ଆୟୋଜିତ ହେବାକୁ ଥିବା ଜୁନିୟର ମଡେଲ ଇଣ୍ଟରନ୍ୟାସନାଲ ଶୋକୁ ଯିବାର ସୁଯୋଗ ପାଇଛନ୍ତି ସାରାନ୍ୟା । ଆସନ୍ତା 14 ତାରିଖରେ ଦୁବାଇରେ ଏହି ମଡେଲ ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଛି । ହେଲେ ସାରାନ୍ୟା ଯାଇପାରିବେ ନା ନାହିଁ ତାକୁ ନେଇ ବଡ଼ ପ୍ରଶ୍ନବାଚୀ । କାରଣ ସାରାନ୍ୟା ଏକ ମଧ୍ୟବିତ୍ତ ପରିବାରର ଝିଅ ଓ ତାଙ୍କ ପରିବାର ପାଖରେ ସେଭଳି ଅର୍ଥ ନାହିଁ ଯେ ସେ ବାରମ୍ବାର ବିଦେଶକୁ ଯାଇ ପ୍ରତିଯୋଗିତାରେ ଭାଗ ନେଇପାରିବେ ।