ଓଡିଶା

odisha

ETV Bharat / city

ରାଜଧାନୀବାସୀଙ୍କ ପାଇଁ ଖୁସି ଖବର, ୧ କୋଟି ଖର୍ଚ୍ଚରେ ନିର୍ମାଣ ହେବ ନୂତନ ପାର୍କ

ଭୁବନେଶ୍ବର ଝାରପଡାରେ ନିର୍ମାଣ ହେବ ଅତ୍ୟାଧୁନିକ ପାର୍କ । ଏକ କୋଟିରୁ ଉର୍ଦ୍ଧ୍ବ ଟଙ୍କାରେ ନିର୍ମିତ ହେବ ଏହି ପାର୍କ । ଅଧିକ ପଢନ୍ତୁ...

By

Published : Aug 25, 2021, 8:36 AM IST

ଭୁବନେଶ୍ବରରେ ନିର୍ମାଣ ହେବ ଅତ୍ୟାଧୁନିକ ପାର୍କ
ଭୁବନେଶ୍ବରରେ ନିର୍ମାଣ ହେବ ଅତ୍ୟାଧୁନିକ ପାର୍କ

ଭୁବନେଶ୍ବର: ରାଜଧାନୀରେ ନିର୍ମାଣ ହେବ ଅତ୍ୟାଧୁନିକ ପାର୍କ । ଭୁବନେଶ୍ବର ଝାରପଡାରେ ଏହି ଅତ୍ୟାଧୁନିକ ପାର୍କ ନିର୍ମାଣ ହେବ । ଏ ନେଇ ମଙ୍ଗଳବାର ଏହାର ଶିଳାନ୍ୟାସ କରାଯାଇଛି ।

ଭୁବନେଶ୍ବରରେ ନିର୍ମାଣ ହେବ ଅତ୍ୟାଧୁନିକ ପାର୍କ

ପ୍ରାୟ ଏକ କୋଟିରୁ ଉର୍ଦ୍ଧ୍ବ ଟଙ୍କାରେ ନିର୍ମିତ ହେବ ଏହି ପାର୍କ । ଏହି ପାର୍କକୁ ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶୁଭ ଶିଳାନ୍ୟାସ କରିଛନ୍ତି । ଏହି ପାର୍କରେ ବରିଷ୍ଠ ନାଗରିକଙ୍କ ପାଇଁ ଯୋଗ ମଣ୍ଡପ ଓ ଚେୟାର ବ୍ୟବସ୍ଥା, ଜିମ ସୁବିଧା, ପିଲାଙ୍କ ପାଇଁ ଖେଳ ଉପକରଣ,ପାନୀୟ ଜଳ ବ୍ୟବସ୍ଥା ଓ ସୁନ୍ଦର ସାଜସଜ୍ଜା ସାଙ୍ଗକୁ ଆଲୋକିକରଣ ବ୍ୟବସ୍ଥା ରହିବ । ଏହି ଉପଲକ୍ଷେ ବରିଷ୍ଠ ସମାଜସେବୀ ପ୍ରତାପ ମିଶ୍ରଙ୍କ ସଭାପତିତ୍ବରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥ ଭାବେ ବିଧାୟକ ଅନନ୍ତ ନାରାୟଣ ଯୋଗ ଦେଇ କହିଛନ୍ତି ।

ଏହା ସହିତ ୩୩ ନମ୍ବର ୱାର୍ଡରେ ଥିବା ଅନ୍ୟ ସମସ୍ୟା ଖୁବ୍ ଶୀଘ୍ର ପୂରଣ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ଏହି କାର୍ଯକ୍ରମରେ ପୂର୍ବତନ କର୍ପୋରେଟର ଶ୍ରୀଧର ଜେନା, ଜିଲ୍ଲା ଯୁବ ବିଜେଡ଼ି ସାଧାରଣ ସମ୍ପାଦକ ଦିଲ୍ଲୀପ କୁମାର ଜେନା ଉପସ୍ଥିତି ରହି ଅଭିଭାଷଣ ରଖିଥିଲେ । ଏହି ଅବସରରେ ବରିଷ୍ଠ ନାଗରିକଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ବିଧାୟକ । ପାର୍କ ଶିଳାନ୍ୟାସ କାର୍ଯ୍ୟକ୍ରମରେ ୱାର୍ଡର ବହୁ ମହିଳା ଓ ଯୁବ ନେତା ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ,ଇଟିିଭି ଭାରତ

ABOUT THE AUTHOR

...view details