ଓଡିଶା

odisha

By

Published : Mar 19, 2021, 7:29 PM IST

ETV Bharat / city

ଆସନ୍ତା 21ରେ ଲୋକାର୍ପଣ ହେବ ‘ମୋ କଲେଜ’

ମାର୍ଚ୍ଚ 21 ରେ ଲୋକାର୍ପଣ ହେବ ‘ମୋ କଲେଜ’। ରାଜ୍ୟରେ ‘ମୋ ସ୍କୁଲ’ କାର୍ଯ୍ୟକ୍ରମକୁ ସଫଳତା ମିଳିବା ପରେ ଏବେ ‘ମୋ କଲେଜ’ କାର୍ଯ୍ୟକ୍ରମକୁ ଅପଣାଇଛନ୍ତି ରାଜ୍ୟ ସରକାର। ଅଧିକ ପଢନ୍ତୁ..

ଆସନ୍ତା  21ରେ ଲୋକାର୍ପଣ ହେବ ‘ମୋ କଲେଜ’
ଆସନ୍ତା 21ରେ ଲୋକାର୍ପଣ ହେବ ‘ମୋ କଲେଜ’

ଭୁବନେଶ୍ବର: ଆସନ୍ତା 21 ରେ ଲୋକାର୍ପଣ ହେବ ‘ମୋ କଲେଜ’। ରାଜ୍ୟରେ ‘ମୋ ସ୍କୁଲ’ କାର୍ଯ୍ୟକ୍ରମକୁ ସଫଳତା ମିଳିବା ପରେ ଏବେ ‘ମୋ କଲେଜ’ କାର୍ଯ୍ୟକ୍ରମକୁ ଆପଣାଇଛନ୍ତି ରାଜ୍ୟ ସରକାର। ଆସନ୍ତା 21 ରେ ‘ମୋ କଲେଜ' ଅଭିଯାନକୁ ଲୋକାର୍ପଣ କରାଯିବାର କାର୍ଯ୍ୟକ୍ରମ ରହିଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ମୋ କଲେଜ’ ଅଭିଯାନ ଲୋକାର୍ପଣ କରିବେ । ଏହି କାର୍ଯ୍ୟକ୍ରମରେ ‘ମୋ କଲେଜ’ ଅଭିଯାନର ଉଦ୍ଦେଶ୍ୟ, ଲକ୍ଷ୍ୟ ସମ୍ପର୍କରେ ଆଲୋଚନା କରାଯିବ। ଲୋକସେବା ଭବନ ଠାରେ ଏହି କାର୍ଯ୍ୟକ୍ରମର ଲୋକାର୍ପଣ କରାଯିବ। ଏ ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନଲାଇନ ଅନୁଷ୍ଠିତ ବୈଠକରେ ସମସ୍ତ ବିଶ୍ୱବିଦ୍ୟାଳୟ କୁଳପତି ଓ କଲେଜ ଅଧ୍ୟକ୍ଷ ଭାଗ ନେଇଥିଲେ ।

ବିଭାଗୀୟ ସଚିବଙ୍କ ସମେତ ମୋ’ କଲେଜ ଅଧ୍ୟକ୍ଷ ଆକାଶ ଦାସନାୟକ ମଧ୍ୟ ଉପସ୍ଥିତ ଥିଲେ। ମୋ ସ୍କୁଲ ଭଳି ମୋ କଲେଜ ଅଭିଯାନକୁ ଅଧିକ ମାତ୍ରାରେ ବ୍ୟବସ୍ଥା କରାଯିବ। ଏହାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ସଚେତନ କରାଯିବ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details