ଓଡିଶା

odisha

ETV Bharat / city

ମଙ୍ଗଳବାର ଗଡ଼ିବ 'ମୋ ବସ' - ଖୁବଶୀଘ୍ର ଚାଲିବ ମୋ ବସ

କୋରୋନା ପାଇଁ ଜାରି ରହିଥିବା ଲକଡାଉନ ହେତୁ ସମଗ୍ର ରାଜ୍ୟରେ ସମସ୍ତ ଯାତାୟତ ସେବା ବନ୍ଦ ରହିଛି । ରାଜଧାନୀବାସୀଙ୍କ ହିତରେ ଆରମ୍ଭ ହୋଇଥିବା 'ମୋ ବସ' ସେବା କାଲି ଠୁ ଆରମ୍ଭ କରାଯିବା ମିଳିଛି ସୂଚନା । ଅଧିକ ପଢନ୍ତୁ..

mo-bus-start-very-soon-arun-bothra
mo-bus-start-very-soon-arun-bothra

By

Published : May 25, 2020, 1:17 PM IST

Updated : May 25, 2020, 7:38 PM IST

ଭୁବନେଶ୍ବର: କାଲିଠୁ ରାସ୍ତାରେ ଗଡିବ ସ୍ମାର୍ଟସିଟିର ଲାଇଫ ଲାଇନ ମୋ ବସ। ଆସନ୍ତାକାଲି ଠାରୁ ଚାଲିବ ମୋ ବସ । ଏନେଇ ସୋମବାର କୃଟ୍ ପକ୍ଷରୁ ସୂଚନା ଦିଆଯାଇଛି । ୭ ଟି ରୁଟରେ ବିନା ଶୀତ ତାପ ନିୟନ୍ତ୍ରିତ ବସ ଚଳାଚଳ କରିବ। କେବଳ ମାସ୍କ ପିନ୍ଧିଥିବା ଯାତ୍ରୀ ଯାତ୍ରା କରିପାରିବେ। ବସ ରେ ଠିଆ ହୋଇ ଯାତ୍ରା କରିପାରିବେ ନାହିଁ। ସେପଟେ ଟିକେଟର ସଠିକ ମୂଲ୍ୟ ମୁତାବକ ଖୁଚୁରା ଦେବାକୁ ପଡିବ। ଆଗକୁ ଆହୁରି ଅଧିକ ବସ ବିଭିନ୍ନ ରୁଟରେ ଚଳାଚଳ କରିବ । ସକାଳ ୭ ରୁ ସନ୍ଧ୍ୟା ୭ ଟା ଯାଏ ମୋ ବସ ଚାଲିବ। ଯଦି ସିଟ ଭରି ଯାଇଥିବ ଅଧିକ ଯାତ୍ରୀ ଉଠାଇ ପାରିବେ ନାହିଁ ବୋଲି ସୂଚନା ଦେଇଛି କୃଟ୍ ।

ସେପଟେ ମଙ୍ଗଳବାର ଯାତ୍ରୀଙ୍କ ପାଇଁ କ’ଣ ପଦକ୍ଷେପ ନିଆଯିବ, 'ମୋ ବସ' ଚଲାଉଥିବା ଡ୍ରାଇଭର ଏବଂ ଟଙ୍କା ଆଦାୟ କରୁଥିବା ଗାଇଡଙ୍କ ସୁରକ୍ଷା କିପରି ନିଶ୍ଚିତ କରାଯିବ । ସେ ବିଷୟରେ ଅବଗତ କରାଯିବ ବୋଲି କହିଛନ୍ତି ଅରୁଣ ବୋଥ୍ରା ।

ଭୁବନେଶ୍ବରରୁ ତପନ କୁମାର ଦାସ ଏବଂ ସଞ୍ଜୀବ ରାୟ, ଇଟିଭି ଭାରତ

Last Updated : May 25, 2020, 7:38 PM IST

ABOUT THE AUTHOR

...view details