ଓଡିଶା

odisha

ETV Bharat / city

'ମୋ ବିଦ୍ୟୁତ୍' ଆପ୍‌ର ଶୁଭାରମ୍ଭ, ଏଣିକି ଅନଲାଇନରେ ହେବ ସମସ୍ତ କାର୍ଯ୍ୟ - MO BIDYUT app launched

ଏଣିକି ବିଦ୍ୟୁତ ସଂଯୋଗ ପାଇଁ ଆଉ ବାରମ୍ବାର ଦୌଡ଼ିବାକୁ ପଡିବ ନାହିଁ ଅଫିସ । ଏପରିକି ଦେୟ ପୈଠ ପାଇଁ ଆଉ ଲମ୍ବା ଲାଇନରେ ବି ଛିଡା ହୋଇ ରହିବାକୁ ପଡିବ ନାହିଁ । କାରଣ ଏବେ ଅନଲାଇନରେ ସବୁକିଛି ହୋଇପାରିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି 'ମୋ ବିଦ୍ୟୁତ' ଆପ୍‌‌ର ଶୁଭାରମ୍ଭ କରିଛନ୍ତି । ଅଧିକ ପଢନ୍ତୁ...

'ମୋ ବିଦ୍ୟୁତ୍' ଆପ୍‌ର ଶୁଭାରମ୍ଭ, ଏଣିକି ଅନଲାଇନରେ ହେବ ସମସ୍ତ କାର୍ଯ୍ୟ
'ମୋ ବିଦ୍ୟୁତ୍' ଆପ୍‌ର ଶୁଭାରମ୍ଭ, ଏଣିକି ଅନଲାଇନରେ ହେବ ସମସ୍ତ କାର୍ଯ୍ୟ

By

Published : Oct 19, 2020, 7:24 PM IST

ଭୁବନେଶ୍ବର: ଏଣିକି ବିଦ୍ୟୁତ ସଂଯୋଗ ପାଇଁ ଆଉ ବାରମ୍ବାର ଦୌଡ଼ିବାକୁ ପଡିବ ନାହିଁ ଅଫିସ । ଏପରିକି ଦେୟ ପୈଠ ପାଇଁ ଆଉ ଲମ୍ବା ଲାଇନରେ ବି ଛିଡା ହୋଇ ରହିବାକୁ ପଡିବ ନାହିଁ । କାରଣ ଏବେ ଅନଲାଇନରେ ସବୁକିଛି ହୋଇପାରିବ । ଆଜିଠୁ ଶକ୍ତି ବିଭାଗରେ ଲାଗୁ ହେଲା 5'ଟି' । ଏହାପରେ ବିଦ୍ୟୁତ ସମ୍ବନ୍ଧୀୟ ସମସ୍ତ ସମସ୍ୟା ଦୂର କରିବାକୁ 'ମୋ ବିଦ୍ୟୁତ' ନାମକ ଏକ ଆପର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

'ମୋ ବିଦ୍ୟୁତ୍' ଆପ୍‌ର ଶୁଭାରମ୍ଭ, ଏଣିକି ଅନଲାଇନରେ ହେବ ସମସ୍ତ କାର୍ଯ୍ୟ

ୱେବ ପୋର୍ଟାଲକୁ ଯାଇ ଏହି ଆପର ସୁବିଧା ପାଇପାରିବେ ରାଜ୍ୟର ସମସ୍ତ ଉପଭୋକ୍ତା । ତେବେ 5 କିଲୋୱାଟ ଯାଏଁ ବିଦ୍ୟୁତ ବ୍ୟବହାର ପାଇଁ 48 ଘଣ୍ଟାରେ ମିଳିବ ସଂଯୋଗ । 4 କୋଟି ଗ୍ରାହକ ଅନଲାଇନରେ ଦେୟ ପୈଠ କରି 2 ପ୍ରତିଶତ ରିହାତି ମଧ୍ୟ ପାଇପାରିବେ ।

ସେହିପରି ବିଦ୍ୟୁତ ସମ୍ପର୍କିତ ସମସ୍ତ ଅଭିଯୋଗର ଶୁଣାଣି ଅନଲାଇନରେ ହେବ । ଏହାସହ ଉପଭୋକ୍ତାଙ୍କ ଅଭିଯୋଗ କେତେ ଦୂର କାର୍ଯ୍ୟକାରୀ ହୋଇଛି ସେ ନେଇ ମଧ୍ୟ ସୂଚନା ମିଳିପାରିବ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details