ଓଡିଶା

odisha

ETV Bharat / city

ବିଧାୟକଙ୍କ ଚାଟଶାଳୀରେ ଅରୁଣ ପଢାଇଲେ ପାଠ - ମନ୍ତ୍ରୀଙ୍କ ରାମର୍ଶ

ଅନ୍ତିମ ଦିନରେ ବିଧାୟକଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ । ସରିଛି ଚାଟଶାଳୀର ପାଠପଢା । ଶେଷ ଦିନରେ ରାଜ୍ୟର ସମସ୍ତ ବିଧାୟକ ଓ ବିଧାୟିକାଙ୍କ କ୍କାସ ନେଇଛନ୍ତି କୃଷି ମନ୍ତ୍ରୀ ଅରୁଣ ସାହୁ । ବ୍ଯବହାର, ସମୟାନୁବର୍ତ୍ତିତା ଠାରୁ ଆରମ୍ଭ କରି ଦେଶର ବିକାଶରେ ସହାୟକ ହେବାକୁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ ।

ଡ଼ିଜାଇନ ଫଟୋ

By

Published : Sep 14, 2019, 8:59 PM IST

ଭୁବନେଶ୍ବର: ଦୁଇଦିନିଆ ବିଧାୟକ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆଜି ଶେଷ ଦିନ । ଅନ୍ତିମ ଦିନରେ କୃଷି ମନ୍ତ୍ରୀ ଅରୁଣ ସାହୁ ବିଧାୟକ ମାନଙ୍କୁ ଟିପସ୍ ଦେଇଛନ୍ତି । ବ୍ୟବହାର ଠାରୁ ବାହ୍ୟ ଜ୍ଞାନ । ଶାସନ ବ୍ୟବସ୍ଥା ଠାରୁ ସମୟାନୁବର୍ତ୍ତିତାର ଶିକ୍ଷା ଦେଇଛନ୍ତି ଅରୁଣ ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା,ଭୁବନେଶ୍ବର

ଲୋକପ୍ରତିନିଧି ହିସାବରେ ଜନତାଙ୍କ ସହ କିଭଳି ବ୍ୟବହାର କରିବେ । ଗୃହର ସଦସ୍ୟ ମାନଙ୍କୁ କିଭଳି ସମ୍ମାନ କରିବେ । ସେହିପରି ବିଧାୟକ ମାନେ ବିଧାନସଭାର ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମରେ କିପରି ସାମିଲ ହେବେ ସେନେଇ ମନ୍ତ୍ର ଦେଇଛନ୍ତି ମନ୍ତ୍ରୀ । ଏହି ଅବସରରେ କୃଷି ମନ୍ତ୍ରୀ ବିଧାୟକ ମାନଙ୍କୁ ନିଜର ବ୍ୟବହାର ଠିକ୍ ରଖିବା ପାଇଁ ପରାମର୍ଶ ଦେଇଛନ୍ତି ।

ଦଳର ସ୍ବାର୍ଥରୁ ଉପରକୁ ଯାଇ ସମସ୍ତଙ୍କ ସହ ଭଲ ସଂପର୍କ ରଖିବା । କାହାରି ମାନସିକତାକୁ ଆଘାତ ନଦେବା । ଗୋଟିଏ ନିର୍ଦ୍ଧିଷ୍ଟ ବିଷୟରେ ଗବେଷଣା କରି ନିଜର ଜ୍ଞାନ ବଢାଇବା ସହ ତା ଉପରେ ତର୍ଜମା କରିବାକୁ କହିଛନ୍ତି ମନ୍ତ୍ରୀ । ଏହା ସହ ଦେଶର ବିକାଶକୁ ଦୃଷ୍ଟିରେ ରଖି କାର୍ଯ୍ୟ କରିବାକୁ ବିଧାୟକଙ୍କୁ ପରାମର୍ଶ ଦେଇଛନ୍ତି ସେ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details