ଓଡିଶା

odisha

ETV Bharat / city

ଖଣି ଲୁଟେରାଙ୍କୁ ଧର, ଅନ୍ନଦାତାଙ୍କୁ ନୁହେଁ: ସୌମ୍ୟରଞ୍ଜନ ପଟ୍ଟନାୟକ

ରାଜ୍ୟରେ ଚାଲିଥିବା ବେଧଡକ ଖଣି ଲୁଟ ଉପରେ ଲଗାମ ଲଗାଇବା ପାଇଁ କ୍ରାଇମ ବ୍ରାଞ୍ଚ ଏସଟିଏଫ ଲଗାଇଛି ବ୍ରେକ । ଏହାକୁ ନେଇ ବିଧାନସଭାରେ ସରକାରଙ୍କ ଉତ୍ତର ଲୋଡିଲେ ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ।

ଫଟୋ ସୌଜନ୍ୟ: ବ୍ୟୁରୋ ଚିଫ୍, ଭୁବନେଶ୍ବର

By

Published : Jul 25, 2019, 8:27 PM IST

ଭୁବନେଶ୍ବର: ରାଜ୍ୟରେ ଗତ କିଛିଦିନ ଧରି କ୍ରାଇମବ୍ରାଞ୍ଚର ଏସଟିଏଫ ଆକ୍ସନ ମୋଡକୁ ଆସିଯାଇଛି । ଅନେକ ବେଆଇନ କଳା ସାମ୍ରାଜ୍ୟ ଉପରେ ଏବେ ଏସଟିଏଫର ନଜର ରହିଛି । ସମସ୍ତ ବେଆଇନ ଖଣି ଖନନ ଉପରେ ଏବେ ଏସଟିଏଫର ରାଡାର କଡା ନଜର ରଖିଛି। ଏସଟିଏଫର ଏପରି ଅତର୍କିତ ଚଢାଉ ଦେଖି ବହୁ ଖଣି ମାଫିଆ ଛାନିଆ ହେବା ସ୍ବଭାବିକ ।

ଭିଡିଓ ସୌଜନ୍ୟ: ବ୍ୟୁରୋଚିଫ୍, ଭୁବନେଶ୍ବର

ଅନେକ ବେଆଇନ ଖଣି ଲୁଟେରା ଏବେ ଆତ୍ମଗୋପନ କରିଥିବା ବେଳେ ଆଉ କିଛି ଗଳା ବାଟ ଖୋଜି ଏସଟିଏଫର ନଜର ଆଢୁଆଳରେ ରହିବା ପାଇଁ ଚଳାଇଛନ୍ତି ଉଦ୍ୟମ । ତେବେ ଆଜି ବିଧାନସଭାରେ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି ଏସଟିଏଫ ବଡବଡ ଖଣି ଲୁଟେରାଙ୍କୁ ନଧରି ଛୋଟଛୋଟ କ୍ରସର କରି ଗୁଜୁରାଣ ମେଣ୍ଟାଉଥିବା ଲୋକଙ୍କୁ ଧରୁଛି । ଯଦ୍ବାରା ଅନେକ ନିରୀହ ଲୋକ ହଇରାଣ ହେବା ସହ ଜୀବିକା ହରାଉଛନ୍ତି ।

ସୌମ୍ୟ କହିଛନ୍ତି ଯେ, ସରକାର ଚୋରଙ୍କୁ ଧରନ୍ତୁ। ଚୋର ଧରିବା ନାଁରେ ଛୋଟ ଛୋଟ କ୍ରସର ଶ୍ରମିକଙ୍କ ଉପରେ ଅତ୍ୟାଚାର ବନ୍ଦ କରନ୍ତୁ। ବହୁ ଲୋକ ଜୀବିକା ହରାଇ ଏବେ ଦୁର୍ଦ୍ଦିନରେ ବୋଲି ସୌମ୍ୟ ଯୁକ୍ତି କରିବା ସହ ଏନେଇ ସେ ଗୃହମନ୍ତ୍ରୀଙ୍କ ଠାରୁ ବିବୃତି ଚାହିଁଥିଲେ ।

ଭୁବନେଶ୍ବରରୁ ଅଜିତ ଦାସ, ଇଟିଭି ଭାରତ

ABOUT THE AUTHOR

...view details