ଓଡିଶା

odisha

ETV Bharat / city

ମହିଳା ବିରୋଧୀ ହିଂସା: ବିଜେପିକୁ କାଉଣ୍ଟର କଲେ ପ୍ରତାପ - BJD MLA

ମହିଳା ବିରୋଧୀ ହିଂସା ନେଇ ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ । ଆଉ ଏହି ଘଟଣାରେ ଶାସକ ଦଳକୁ ବିଜେପି ଦାୟୀ କରିଥିବା ବେଳେ ଏହାକୁ କାଉଣ୍ଟର ଆଟାକ୍ କରିଛନ୍ତି ବିଜେଡି ବିଧାୟକ । ଅଧିକ ପଢନ୍ତୁ... ଅଧିକ ପଢନ୍ତୁ...

ବିଜେପିର ମହିଳା ବିରୋଧୀ ହିଂସା ଘଟଣାରେ ମୁହଁ ଖୋଲିଲେ ବିଜେଡି ବିଧାୟକ
ବିଜେପିର ମହିଳା ବିରୋଧୀ ହିଂସା ଘଟଣାରେ ମୁହଁ ଖୋଲିଲେ ବିଜେଡି ବିଧାୟକ

By

Published : Sep 24, 2021, 6:25 PM IST

ଭୁବନେଶ୍ବର: ମହିଳା ବିରୋଧୀ ହିଂସା ନେଇ ବିଜେପିର ସାମ୍ବାଦିକ ସମ୍ମିଳନୀ ବିରୁଦ୍ଧରେ ଜବାବ ରଖିଛି ବିଜେଡି । ବିଜେପିକୁ କାଉଣ୍ଟର ଆଟାକ୍ କରିଛନ୍ତି ବିଜେଡି ମୁଖପାତ୍ର ତଥା ବିଧାୟକ ପ୍ରତାପ କେଶରୀ ଦେବ । ସେ କହିଛନ୍ତି ଓଡ଼ିଶା ସରକାର ଯେଉଁ ପଦକ୍ଷେପ ନେଉଛନ୍ତି ବୋଧେ ଅନ୍ୟ କୌଣସି ରାଜ୍ୟ ନେଉନାହାନ୍ତି ବୋଲି କହିଛନ୍ତି ପ୍ରତାପ ।

ଖାସ କରି ଉତ୍ତର ପ୍ରଦେଶକୁ ଦେଖିଲେ ସେ ବୋଧହୁଏ ଏପରି ମନ୍ତବ୍ୟ ଦେବେନି । ପ୍ରତାପ ଆହୁରି କହିଛନ୍ତି ଯେ, ସେମାନେ ଭଲ ଅନ୍ୟ ମାନେ ଖରାପ ବୋଲି ସବୁବେଳେ ଓଡିଶାବାସୀଙ୍କୁ ସେ ଏପରି ଏକ ଚିତ୍ର ଦେଖାଇବାକୁ ଚାହୁଁଛନ୍ତି ରାଜ୍ୟ ବିଜେପି ନେତା ।

ଅନ୍ୟକୁ ଆଙ୍ଗୁଳି ନିର୍ଦ୍ଦେଶ କରିବା ପୂର୍ବରୁ ତାଙ୍କ ଶାସିତ ରାଜ୍ୟ ଗୁଡିର ଆଇନଶୃଙ୍ଖଳା ପରିସ୍ଥିତି ଓ ସେଠାରେ ମହିଳାଙ୍କ ପ୍ରତି କଣ ଆଚରଣ ହେଉଛି ସେ ତଥ୍ୟ ହାସଲ କରନ୍ତୁ । ପୋଲିସ ସେଥିରେ କେତେ ଜନ ସାଧାରଣଙ୍କ ସଙ୍ଗେ ରହୁଛି ନାଁ ରାଜନୈତିକ ଲୋକ ମାନଙ୍କ ସହ ରହୁଛି ତାହା ସୋସିଆଲ ମିଡ଼ିଆ କହୁଛି । କିଏ ସତ କହୁଛି କିଏ ମିଛ କହୁଛି ତାହା ସ୍ପଷ୍ଟ ଭାବେ ଲୋକ ମାନଙ୍କ ସାମ୍ନାରେ ରହିଛି ବୋଲି ସେ କହିଛନ୍ତି ।

ସେପଟେ ଏହି ମହିଳା ବିରୋଧୀ ହିଂସାକାଣ୍ଡ ନେଇ ବିଜେଡି ଶାସିତ ଓଡିଶା ସରକାରଙ୍କୁ ଟାର୍ଗେଟ କରିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details