ଓଡିଶା

odisha

By

Published : Dec 15, 2020, 5:40 PM IST

Updated : Dec 15, 2020, 9:27 PM IST

ETV Bharat / city

ନକଲି ଏମଡିର କିଏ ମାଷ୍ଟରମାଇଣ୍ଡ ଡାଡି ? ସତ ଓଗାଳିବାକୁ ମୁହାଁମୁହିଁ ହେବେ ଆକାଶ ଓ ପ୍ରଦୀପ

ଖୋଲିବ ଆକାଶ ପାଠକଙ୍କ ଠକେଇ ଲିଙ୍କ । ଜେରା ପାଇଁ ମୁହାଁମୁହିଁ ହେବେ ଆକାଶ ଓ ପ୍ରଦୀପ । ଅଧିକ ପଢନ୍ତୁ...

ନକଲି ଏମଡିର କିଏ ମାଷ୍ଟରମାଣ୍ଡ ଡାଡି ? ସତ ଓଗାଳିବାକୁ ମୁହାଁମୁହିଁ ହେବେ ଆକାଶ ଓ ପ୍ରଦୀପ
ନକଲି ଏମଡିର କିଏ ମାଷ୍ଟରମାଣ୍ଡ ଡାଡି ? ସତ ଓଗାଳିବାକୁ ମୁହାଁମୁହିଁ ହେବେ ଆକାଶ ଓ ପ୍ରଦୀପ

ଭୁବନେଶ୍ବର: ନକଲି ଏମଡିର କିଏ ମାଷ୍ଟରମାଇଣ୍ଡ ଡାଡି ? କିଏ ଦେଇଥିଲେ ଠକେଇ କରିବାର ଏସବୁ କୁବୁଦ୍ଧି ? କାହା ପତିଆରାରେ ନକଲି ଟାଟା ଏମଡି କରୁଥିଲେ କୋଟି କୋଟି ଟଙ୍କାର ଠକେଇ । ଯାହାକୁ ନେଇ ସତ ଓଗାଳିବାକୁ ଏବେ ଆକାଶ ପାଠକ ଓ ପ୍ରଦୀପ ପାଣିଗ୍ରାହୀ ହେବେ ମୁହାଁମୁହିଁ । ଏନେଇ ୨ ଦିନିଆ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ ଟିମ । ନିରିହ ଯୁବକ ଯୁବତୀଙ୍କୁ ଠକେଇ ପାଇଁ କିପରି ରଚିଥିଲେ ଠକେଇର ସ୍କିମ୍ । କିଏ କିଏ ଥିଲେ ଠକେଇ ସ୍କିମର ବୋର୍ଡ ମେମ୍ବର ? ସେନେଇ ଉଭୟଙ୍କୁ ମୁହାଁମୁହିଁ ଜେରା କରିବ କ୍ରାଇମବ୍ରାଞ୍ଚ ।

କେତେ ଟଙ୍କାର ନେଣଦେଣ ହୋଇଛି ଉଭୟଙ୍କ ମଧ୍ୟରେ ? ଟଙ୍କା କାରବାର ପଛର କାରଣ କ'ଣ ? କ'ଣ ପ୍ରଦୀପଙ୍କର ରହିଛି କି ଠକେଇ ପଛରେ ହାତ ? ଯେଉଁ ତଥ୍ୟ ଆଧାରରେ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା ସେଇ ତଥ୍ୟର କ'ଣ ଖୁଲାସା କରିବ ସେନେଇ ଆକାଶ ପାଠକ ସହ ପ୍ରଦୀପ ପାଣିଗ୍ରାହୀଙ୍କର ଲିଙ୍କ୍ ଖୋଜୁଛି କ୍ରାଇମବ୍ରାଞ୍ଚ ଟିମ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Dec 15, 2020, 9:27 PM IST

ABOUT THE AUTHOR

...view details