ଓଡିଶା

odisha

ETV Bharat / city

ମିଶନ ପାଟକୁରା: ତିନି ଦଳ ତୟାର

ପାଟକୁରା ନିର୍ବାଚନ ପାଇଁ ବାଜି ସାରିଛି ବିଗୁଲ । ସେପଟେ ପାଟକୁରାରେ ନିଜ ପ୍ରାର୍ଥୀଙ୍କୁ ଜିତାଇବା ଲାଗି ତିନି ପ୍ରମୁଖ ଦଳ ତୟାର ହୋଇ ରହିଛନ୍ତି ।

By

Published : Jul 5, 2019, 7:53 PM IST

ଡିଜାଇନ ଫଟୋ

ଭୁବନେଶ୍ବର: ଆସନ୍ତା 20 ତାରିଖରେ ହେବ ପାଟକୁରା ନିର୍ବାଚନ । ଯାହାକୁ ନେଇ ରାଜ୍ୟ ରାଜନୀତି ପଶାପାଲିରେ ଗଡିଲାଣି ଗୋଟି । ଗଡ ଜିତିବା ଲାଗି ଆରମ୍ଭ ହେଲାଣି କସରତ । ରାଜ୍ୟର ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ନିଜ ନିଜ ରଣନୀତି ପ୍ରସ୍ତୁତ କରିସାରିଲେଣି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ବିଜେଡି ବାଜି ମାରିବା ପାଇଁ ନେତାମାନଙ୍କୁ ଏବେ କେନ୍ଦ୍ରାପଡା ମୁହାଁ କରିଛି । ଦଳର ହାତରେ ଆଉ ଦୁଇ ସପ୍ତାହ ଥିବାରୁ ଦଳ ପ୍ରସ୍ତୁତ କରିଛି ରଣନୀତି । ଦଳର ୟଙ୍ଗ ବ୍ରିଗେଡିଅରଙ୍କ ହାତରେ ରହିଛି ସବୁ ଦାୟିତ୍ୱ । ପ୍ରାୟ ଦୁଇ ଡଜନ ବିଧାୟକ ଓ ପୂର୍ବତନ ନେତା ସବୁ ପଞ୍ଚାୟତ ଜଗିବେ । ଏନେଇ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇ ସାରିଛି । ବିଶେଷ କରି ବରିଷ୍ଠ ଓ ଅଭିଜ୍ଞ ବିଧାୟକଙ୍କୁ ଦିଆଯାଇଛି ଦାୟିତ୍ୱ । ଦିଆଯାଇଥିବା ପଞ୍ଚାୟତ ଅନୁସାରେ ଡେରା ପକାଇବେ ବିଧାୟକ । ଏପରିକି ବିଜେଡି ସୁପ୍ରିମୋ ମଧ୍ୟ କେନ୍ଦ୍ରାପଡା ଯାଇ ରାତ୍ରି ଯାପନ କରିବାର କାର୍ଯ୍ୟକ୍ରମ ରହିଛି ।

ସେପଟେ ବିଜେପି ମଧ୍ୟ ପଛରେ ପଡିନାହିଁ । ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ଜିତାଇବାକୁ ଦଳ ପୁରା ଦମରେ ଲାଗିବ । ଏନେଇ ପ୍ରସ୍ତୁତ କରିଛି ସ୍ୱତନ୍ତ୍ର ରଣନୀତି । କେନ୍ଦ୍ରମନ୍ତ୍ରୀ ପାଟକୁରା ଯିବେ । ଦଳ ପାଇଁ ପ୍ରଚାର କରିବେ । ଜାତୀୟ ସ୍ତରରେ ନେତା ବି ଆସିବେ । 60 ଜଣ ରାଜ୍ୟର ବଛା ବଛା ନେତାଙ୍କୁ ନେଇ ଟିମ କରାଯାଇଛି । ସେମାନେ ସବୁ ବିଭିନ୍ନ ଗ୍ରୁପ ହୋଇ ପଞ୍ଚାୟତ ଜଗିବେ । ମୁଖ୍ୟ ମଙ୍ଗୁଆଳ ହୋଇ କନକବର୍ଦ୍ଧନ ସିଂଦେଓ, ଭୃଗୁ ବକ୍ସିପାତ୍ର ମନମୋହନ ସାମଲ ପୂରା ଦାୟିତ୍ୱ ନେଇଛନ୍ତି । ସେହିପରି ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ, ସୁରେଶ ପୂଜାରୀଙ୍କ ଭଳି ନେତା ଆସି ପ୍ରଚାର କରିବେ ।

ସେହିପରି କଂଗ୍ରେସ ମଧ୍ୟ ପଛରେ ପଡିନାହିଁ । ଦଳ ଏଠାରେ ଭଲ ପ୍ରଦର୍ଶନ କରିବ ବୋଲି ଦଳୀୟ ନେତା ଆଶା ବାନ୍ଧି ବସିଛନ୍ତି । ବିଜେପି-ବିଜେଡି ଗୋଟିଏ ମୂଦ୍ରାର ଦୁଇଟି ପାର୍ଶ୍ବ ବୋଲି ଲୋକେ ଜାଣିସାରିଲେଣି ତେଣୁ ଏଥର କଂଗ୍ରେସ ସେମାନଙ୍କ ପସନ୍ଦ ହେବ ବୋଲି ଦଳୀୟ ନେତା କହିଛନ୍ତି । ଏହା ସହ ପାଟକୁରାରେ 9 ଜଣ ବିଧାୟକ ଭିନ୍ନ ଭିନ୍ନ ଦିନରେ ଯାଇ ପ୍ରଚାର କରିବେ ବୋଲି ଜଣାପଡିଛି ।

ଭୁବନେଶ୍ବରରୁ ଜ୍ଞାନର୍ଦଶୀ ସାହୁ ଓ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details