ଓଡିଶା

odisha

ନିଖୋଜ ବୃଦ୍ଧଙ୍କୁ ଉଦ୍ଧାର କରି ଘରକୁ ଫେରାଇଲା ଓଡ଼ିଶା ମୋ ପରିବାର

By

Published : Jul 11, 2021, 9:41 AM IST

କଟକ ବଡ଼ ମେଡ଼ିକାଲ ପାର୍କିଂ ସ୍ଥାନରେ ଜଣେ 70 ବର୍ଷୀୟ ବୃଦ୍ଧ ଅଚେତ ଅବସ୍ଥାରେ ପଡ଼ି ରହିଥିଲେ । ଓଡ଼ିଶା-ମୋ ପରିବାରର କଟକ ବଡ଼ ମେଡ଼ିକାଲ ହେଲ୍ପଡେସ୍କ ସଂଯୋଜକ ସନ୍ଦୀପ ରଥ ସେଠାରେ ପହଞ୍ଚି ବୃଦ୍ଧଙ୍କୁ ଉଦ୍ଧାର କରିଛନ୍ତି । ଅଧିକ ପଢନ୍ତୁ...

ନିଖୋଜ ବୃଦ୍ଧଙ୍କୁ ଉଦ୍ଧାର କରି ଘରକୁ ଫେରାଇଲା ଓଡ଼ିଶା ମୋ ପରିବାର
ନିଖୋଜ ବୃଦ୍ଧଙ୍କୁ ଉଦ୍ଧାର କରି ଘରକୁ ଫେରାଇଲା ଓଡ଼ିଶା ମୋ ପରିବାର

ଭୁବନେଶ୍ବର: କଟକ ବଡ଼ ମେଡ଼ିକାଲ ପାର୍କିଙ୍ଗ ସ୍ଥାନରେ ଜଣେ 70 ବର୍ଷୀୟ ବୃଦ୍ଧ ଅଚେତ ଅବସ୍ଥାରେ ପଡ଼ି ରହିଥିଲେ । ଓଡ଼ିଶା - ମୋ ପରିବାରର କଟକ ବଡ଼ ମେଡ଼ିକାଲ ହେଲ୍ପଡେସ୍କ ସଂଯୋଜକ ସନ୍ଦୀପ ରଥ ସେଠାରେ ପହଞ୍ଚି ବୃଦ୍ଧଙ୍କୁ ଉଦ୍ଧାର କରିଛନ୍ତି । ତାଙ୍କୁ ସଙ୍ଗେ ମେଡ଼ିକାଲରେ ଭର୍ତ୍ତି କରି ତାଙ୍କର ଆଶୁ ଚିକିତ୍ସା ବ୍ୟବସ୍ଥା କରିବା ସହ ଖାଇବାକୁ ଦେଇଥିଲେ । ବୃଦ୍ଧ ଜଣଙ୍କର ସ୍ବାସ୍ଥ୍ୟବସ୍ଥା ଖରାପ ଥିବାରୁ ସେ ନିଜର ପରିଚୟ ପ୍ରଦାନ କରିବାରେ ଅକ୍ଷମ ଥିଲେ । ତାଙ୍କ ପକେଟରେ ଏକ ଛୋଟ ପକେଟ୍ ଡାୟରୀ ଥିବା ସନ୍ଦୀପ ଦେଖିବାକୁ ପାଇଥିଲେ ।

ସେଥିରେ ଲେଖାଥିବା କିଛି ଫୋନ ନମ୍ବରକୁ ସନ୍ଦୀପ ଫୋନ କରିଥିଲେ । ବିଭିନ୍ନ ନମ୍ବର ଚେଷ୍ଟା କରିବା ପରେ ସୌଭାଗ୍ୟବଶତଃ ଗୋଟିଏ ନମ୍ବରରେ କଥାବାର୍ତ୍ତାରୁ ଜଣାପଡ଼ିଲା ଯେ, ବୃଦ୍ଧ ଜଣଙ୍କ ଚୈତନ୍ୟ ହେମ୍ବ୍ରମ । ସେ ଭୁବନେଶ୍ଵର ସାଲିଆସାହି ବସ୍ତି ବାସିନ୍ଦା ଅଟନ୍ତି । ଗତ 4 ଦିନ ହେଲା ସେ ନିଖୋଜ ରହିଥିଲେ । ଚୈତନଙ୍କର ବୃଦ୍ଧା ସ୍ତ୍ରୀଙ୍କ ବ୍ୟତୀତ ଆଉ କେହିନାହାନ୍ତି ବୋଲି ଜଣାପଡିଥିଲା । ତେଣୁ ତାଙ୍କୁ କଟକରୁ ଭୁବନେଶ୍ବର ଆଣିବା ଲାଗି ସନ୍ଦୀପ ଓଡ଼ିଶା- ମୋ ପରିବାର ଯୁଗ୍ମ ସଂପାଦକ ସମୀର ପ୍ରଧାନଙ୍କୁ ସୂଚନା ଦେଇଥିଲେ ।

ସମୀର ଚୈତନଙ୍କ ଭୁବନେଶ୍ବର ଫେରିବା ପାଇଁ ସମସ୍ତ ପ୍ରକାର ବନ୍ଦୋବସ୍ତ କରିଥିଲେ । ତୁରନ୍ତ ବିଜୁ ଛାତ୍ର ଜନତା ଦଳର ରାଜେଶ ମହାରଣାଙ୍କୁ ଚୈତନଙ୍କୁ କଟକରୁ ଆଣିବା ପାଇଁ ପଠାଯାଇଥିଲା । ରାଜେଶ କଟକରେ ପହଞ୍ଚି ଚୈତନଙ୍କୁ ଆଣି ତାଙ୍କ ଘରେ ପହଁଚାଇଛନ୍ତି । କଟକ ବଡ଼ ମେଡ଼ିକାଲରେ ଚୈତନଙ୍କୁ ଉଦ୍ଧାର କରିବା ଠାରୁ ଆରମ୍ଭ କରି ଚିକିତ୍ସା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟରେ ସନ୍ଦୀପଙ୍କୁ ତାଙ୍କ ସହକର୍ମୀ ସନ୍ତୋଷ ଦାସ ସହଯୋଗ କରିଥିଲେ । ଏହି ମହତ କାର୍ଯ୍ୟ କରି ମାନବିକତାର ପରିଚୟ ଦେଇଥିବା ଓଡ଼ିଶା - ମୋ ପରିବାରର ଏହି କର୍ମୀମାନଙ୍କୁ ଚୈତନଙ୍କ ସ୍ତ୍ରୀ ଧନ୍ୟବାଦ ଜଣାଇବା ସହ ତାଙ୍କ ଆଶୀର୍ବାଦ ଦେଇଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details