ଓଡିଶା

odisha

ETV Bharat / city

ରୋଗୀ ନେଇ ହସ୍ପିଟାଲ ଯାଇଥିଲେ ଅଟୋ ଚାଳକ, ଆସିଲା ବେଳକୁ ଚୋରି ହୋଇଯାଇଛି ଆଗ ଚକ - miscreants are targeting patients coming to the hospital

କ୍ୟାପିଟାଲ ହସ୍ପିଟାଲରେ ରୋଗୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି। ଦିନ ଦିପହରରେ ହସ୍ପିଟାଲକୁ ଆସୁଥିବା ରୋଗୀଙ୍କୁ ଟାର୍ଗେଟ କରୁଛନ୍ତି ଦୁର୍ବୃତ୍ତ। 15 ମିନିଟ ମଧ୍ୟରେ ଅଟୋରୁ ଚକା ଖୋଲି ନେଇଗଲେ ଦୁର୍ବୃତ୍ତ । ଅଧିକ ପଢନ୍ତୁ...

ରୋଗୀ ନେଇ ହସ୍ପିଟାଲ ଯାଇଥିଲେ ଅଟୋ ଚାଳକ, ଆସିଲା ବେଳକୁ ଚୋରି ହୋଇଯାଇଛି ଆଗ ଚକ
ରୋଗୀ ନେଇ ହସ୍ପିଟାଲ ଯାଇଥିଲେ ଅଟୋ ଚାଳକ, ଆସିଲା ବେଳକୁ ଚୋରି ହୋଇଯାଇଛି ଆଗ ଚକ

By

Published : Feb 3, 2021, 1:51 PM IST

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରେ ରୋଗୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି। ଦିନ ଦିପହରରେ ହସ୍ପିଟାଲକୁ ଆସୁଥିବା ରୋଗୀଙ୍କୁ ଟାର୍ଗେଟ କରୁଛନ୍ତି ଦୁର୍ବୃତ୍ତ। 15 ମିନିଟ ମଧ୍ୟରେ ଅଟୋରୁ ଚକା ଖୋଲି ନେଇଗଲେ ଦୁର୍ବୃତ୍ତ । ଆସିଥିଲେ ହସ୍ପିଟାଲକୁ ରୋଗୀ ଦେଖାଇବାପାଇଁ ମାତ୍ର ରୋଗୀ ଦେଖାଇବାର 15 ମିନିଟ ମଧ୍ୟରେ ଅଟୋରୁ ନେଇଗଲେ ଚକ।

ରୋଗୀ ନେଇ ହସ୍ପିଟାଲ ଯାଇଥିଲେ ଅଟୋ ଚାଳକ, ଆସିଲା ବେଳକୁ ଚୋରି ହୋଇଯାଇଛି ଆଗ ଚକ

ଅପରାହ୍ନ ସମୟରେ ଜଣେ ଯୁବକ ଘରୋଇ କଲହକୁ ନେଇ ବିଷ ପିଇଥିବା ବେଳେ ଉକ୍ତ ଯୁବକକୁ କ୍ୟାପିଟାଲ ହସ୍ପିଟାଲକୁ ଆଣିଥିଲେ। ପରିବାର ଲୋକଙ୍କ ସହ ଅଟୋ ଚାଳକ ଯୁବକକୁ ନେଇ ହସ୍ପିଟାଲ ଭିତରକୁ ଯାଇଥିଲେ। ହେଲେ 15 ମିନିଟ ମଧ୍ୟରେ ହସ୍ପିଟାଲରୁ ଅଟୋ ପାଖକୁ ଆସିବା ବେଳେ ଦେଖିଥିଲେ ଅଟୋର ଆଗ ଚକ ନାହିଁ। ଏହି ଘଟଣାକୁ ନେଇ ହସ୍ପିଟାଲର ଅନେକ ସ୍ଥାନରେ ଖୋଜାଖୋଜି କରିଥିଲେ ପରେ ହସ୍ପିଟାଲରେ ଥିବା ଫାଣ୍ଡିରେ ଅଭିଯୋଗ କରିଥିଲେ।

ବର୍ତ୍ତମାନ ପ୍ରଶ୍ନ ଉଠୁଛି ହସ୍ପିଟାଲରେ ଚାଲୁଛି କି ଚୋରି ରାକେଟ। ବାହାରୁ ଆସୁଥିବା ରୋଗୀଙ୍କ ଉପରେ ରଖୁଛନ୍ତି କି ନଜର। ସୂଚନାନୁଯାୟୀ, ହସ୍ପିଟାଲ ପରିସରରୁ ଅନେକ ସମୟରେ ଚୋରି ହେଉଥିବା ବେଳେ ହସ୍ପିଟାଲ କର୍ତ୍ତୃପକ୍ଷ ଓ ଫାଣ୍ଡି ଅଧିକାରୀ ଚୁପ୍ ବସିଛନ୍ତି। ଏନେଇ ରୋଗୀଙ୍କୁ ନେଇ ଆସୁଥିବା ଗାଡି ଚାଳକାମାନେ ଭୟରେ ରହୁଛନ୍ତି।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details