ଭୁବନେଶ୍ବର:ନାବାଳିକା ଗଣ ଦୁଷ୍କର୍ମ ମାମଲାରେ କଠୋର ପଦକ୍ଷେପ । ଓଟିଭି ଏମଡି ଜାଗି ମଙ୍ଗତ ପଣ୍ଡାଙ୍କ ସମେତ କମିଶନରେଟ ପୋଲିସର ପୋଲିସ କମିଶନର ଓ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ନୋଟିସ୍ କରିଛି ଓଡିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ।
ଏନେଇ ଗତ 9 ତାରିଖରେ ନୋଟିସ ଜାରି କରାଯାଇଥିବା ବେଳେ ପୋଲିସ ଡିଜିଙ୍କୁ ମଧ୍ୟ ଏହାର ନକଲ ଦିଆଯାଇଛି । ଏଘଟଣାରେ ଅଭିଯୋଗକାରିଣୀଙ୍କ ଅଭିଯୋଗ ଅନୁସାରେ କିଛି ଲୋକଙ୍କ ନାମରେ ଅଭିଯୋଗ କରାଯାଇଛି । ଯାହାକୁ ଭିତ୍ତି କରି ସେମାନଙ୍କୁ କିପରି ତଦନ୍ତ ପରିସରକୁ ନେଇ ତଦନ୍ତ କରାଯିବ ଏବଂ କଡା ପଦକ୍ଷେପ ନିଆଯିବ ସେ ସମ୍ପର୍କରେ ଓଡିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ନୋଟିସରେ ଦର୍ଶାଇଛନ୍ତି ।