ଓଡିଶା

odisha

ETV Bharat / city

ମନ୍ତ୍ରୀଙ୍କୁ ନବୀନଙ୍କ ଗୁରୁମନ୍ତ୍ର: ‘ତୃଣମୂଳ ସ୍ତରରେ ଲୋକଙ୍କ ସମସ୍ୟା ବୁଝ’

ବୈଠକରେ ମନ୍ତ୍ରୀଙ୍କୁ 5ଟି ଗୁରୁମନ୍ତ୍ର ଦେବା ସହ ସ୍ବଚ୍ଛତା ଓ ଦକ୍ଷତା ପାଇଁ କମ୍ପୁଟରୀକରଣ ଉପରେ ଗୁରୁତ୍ବ ଦେବାକୁ ନବୀନ ପରାମର୍ଶ ଦେଇଛନ୍ତି ।

By

Published : Jul 11, 2019, 1:37 PM IST

Updated : Jul 11, 2019, 3:50 PM IST

ଫାଇଲ ଫଟୋ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ଚାଲିଥିବା ମନ୍ତ୍ରୀ ପରିଷଦ ବୈଠକ ଶେଷ ହୋଇଛି । ବୈଠକରେ ମନ୍ତ୍ରୀଙ୍କୁ 5ଟି ଗୁରୁମନ୍ତ୍ର ଦେବା ସହ ସ୍ବଚ୍ଛତା ଓ ଦକ୍ଷତା ପାଇଁ କମ୍ପୁଟରୀକରଣ ଉପରେ ଗୁରୁତ୍ବ ଦେବାକୁ ନବୀନ ପରାମର୍ଶ ଦେଇଛନ୍ତି । ଗୋଟିଏ ପ୍ରସ୍ତାବକୁ ଅନୁମୋଦନ ମିଳିଥିବା ବେଳେ କାଳିଆ ଯୋଜନା ପାଇଁ ଜରୁରୀକାଳୀନ ପାଣ୍ଠିରୁ ନେଇଥିବା ଅର୍ଥ ଫେରସ୍ତ ପ୍ରସ୍ତାବକୁ ମନ୍ତ୍ରୀ ପରିଷଦର ଅନୁମୋଦନ ମିଳିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଏହି ବୈଠକରେ ସମସ୍ତ ମନ୍ତ୍ରୀଙ୍କ ରିପୋର୍ଟ କାର୍ଡ ଠିକ ସମୟରେ ଦେଇଥିବାରୁ ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଠନ୍ତି ମୁଖ୍ୟମନ୍ତ୍ରୀ । ନବୀନ ସରକାରଙ୍କ 5 ପାଳି ଆରମ୍ଭରେ ମନ୍ତ୍ରୀଙ୍କୁ ବିଭିନ୍ନ ବିଭାଗର ଦାୟୀତ୍ବ ବଣ୍ଟା ଯାଇଥିଲା । ପରେ କେମିତି କାର୍ଯ୍ୟକାରୀ ନେଇ ରିପୋର୍ଟ କାର୍ଡ ମାଗିଥିଲେ ମୁଖ୍ୟମନ୍ତ୍ରୀ ।

ଏହାସହ ତୃଣମୂଳ ସ୍ତରରେ ସ୍ଥିତି ପରଖିବା ନେଇ ନିଜ ନିଜ ବିଭାଗର ଅଫିସ ଓ ଅନୁଷ୍ଠାନକୁ ଅଚାନକ ପରିଦର୍ଶନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହାଦ୍ଵାରା ସରକାରୀ ସେବା ପ୍ରଦାନ ତ୍ଵରାନ୍ଵିତ ହେବ ଏବଂ ଲୋକଙ୍କୁ ଭେଟିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଏହା ସହ 5Tର କାର୍ଯ୍ୟକାରିତା ଉପରେ ବ୍ୟକ୍ତିଗତ ଭାବେ ନଜର ରଖ, ଲୋକଙ୍କୁ ପ୍ରତ୍ୟକ୍ଷ ଭାବେ ଭେଟି ସେମାନଙ୍କ ସମସ୍ୟା ବୁଝ, ସରକାରୀ ସେବା କେମିତି ମିଳୁଛି ତଦାରଖ କର ସେନେଇ ମନ୍ତ୍ରୀଙ୍କୁ ଗୁରୁମନ୍ତ୍ରୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଭୁବନେଶ୍ୱରରୁ ତପନ କୁମାର ଦାସ, ଇଟିଭି ଭାରତ

Last Updated : Jul 11, 2019, 3:50 PM IST

ABOUT THE AUTHOR

...view details