ଓଡିଶା

odisha

By

Published : May 11, 2020, 2:56 PM IST

Updated : May 11, 2020, 11:51 PM IST

ETV Bharat / city

ଜିଲ୍ଲାପାଳଙ୍କୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ, ହୋମ ଆଇସୋଲେସନ ପାଇଁ କେନ୍ଦ୍ରର ଗାଇଡ ଲାଇନକୁ ପାଳନ କର

କେନ୍ଦ୍ର ସରକାରଙ୍କ ଗାଇଡ ଲାଇନକୁ ପାଳନ କରିବା ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ହୋମ ଆଇସୋଲେସନ ପାଇଁ ଦିଆଯାଇଥିବା ଏହି ଗାଇଡ୍ ଲାଇନ ଅନୁସାରେ ଯଦି ଜଣେ ରୋଗୀର କମ୍ ଲକ୍ଷଣ ଥିବ, ସେହି କେସ୍‌ରେ ସେ ହୋମ୍ ଆଇସୋଲେସନ ପାଇଁ ଅନୁମତି ଦିଆଯିବ ବୋଲି ରାଜ୍ୟ ସ୍ଵାସ୍ଥ୍ୟ ମନ୍ତ୍ରୀ ନବଦାସ ସୂଚନା ଦେଇଛନ୍ତି ।

Odisha
ଜିଲ୍ଲାପାଳଙ୍କୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ, ହୋମ ଆଇସୋଲେସନ ପାଇଁ କେନ୍ଦ୍ରର ଗାଇଡ ଲାଇନକୁ ପାଳନ କର

ଭୁବନେଶ୍ବର: କେନ୍ଦ୍ର ସରକାରଙ୍କ ଗାଇଡ ଲାଇନକୁ ପାଳନ କରିବା ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ହୋମ ଆଇସୋଲେସନ ପାଇଁ ଦିଆଯାଇଥିବା ଏହି ଗାଇଡ୍ ଲାଇନ ଅନୁସାରେ ଯଦି ଜଣେ ରୋଗୀର କମ୍ ଲକ୍ଷଣ ଥିବ, ସେହି କେସ୍‌ରେ ସେ ହୋମ୍ ଆଇସୋଲେସନ ପାଇଁ ଅନୁମତି ଦିଆଯିବ ବୋଲି ରାଜ୍ୟ ସ୍ଵାସ୍ଥ୍ୟ ମନ୍ତ୍ରୀ ନବଦାସ ସୂଚନା ଦେଇଛନ୍ତି ।

ଜିଲ୍ଲାପାଳଙ୍କୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ, ହୋମ ଆଇସୋଲେସନ ପାଇଁ କେନ୍ଦ୍ରର ଗାଇଡ ଲାଇନକୁ ପାଳନ କର

ଏନେଇ ସମ୍ପୃକ୍ତ ବ୍ୟକ୍ତି ହୋମ ଆଇସୋଲେସନ ରହିବା ପାଇଁ ଏକ ଅଣ୍ଡର ଟେକିଂ ଦେବାକୁ ପଡିବ । ହୋମ୍ ଆଇସୋଲେସନ ପାଇଁ ସରକାରଙ୍କ ଦ୍ଵାରା ଜାରି ହୋଇଥିବା ସମସ୍ତ ନିୟମର ପାଳନ କରିବେ । ଏହାସହ ହୋମ ଆଇସୋଲେସନରେ ରହୁଥିବା ରୋଗୀ ମେଡିକାଲ ସହ ଯୋଗାଯୋଗରେ ରହିବେ । ଏହାସହ ଆରୋଗ୍ୟ ସେତୁ ଆପ୍ ଡାଉନଲୋଡ କରିବାକୁ ପଡିବ ବୋଲି ସେ କହିଛନ୍ତି ।

ନିୟମିତଭାବେ ମେଡିକାଲ ଅଫିସରଙ୍କ ସହ ସ୍ଵାସ୍ଥ୍ୟର ଅପଡେଟ୍ ଦେବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ଯେଉଁ ପ୍ରବାସୀ ଶ୍ରମିକ ମାନେ ବାହାର ରାଜ୍ୟରୁ ଆସୁଛନ୍ତି ସେମାନେ କିଭଳି ରାସ୍ତାରେ ଚଲାବୁଲା ନକରିବେ ସେନେଇ ମଧ୍ୟ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ଜିଲ୍ଲାପାଳ ମାନେ ସତର୍କ ରହିବା ପାଇଁ କୁହାଯାଇଥିବା ସେ ଦର୍ଶାଇଛନ୍ତି । ସୂଚନା ଅନୁସାରେ, କେନ୍ଦ୍ର ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ରାଜ୍ୟଗୁଡିକୁ ନୂତନ ଗାଇଡ ଲାଇନକୁ କାର୍ଯ୍ୟକାରୀ କରିବାପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Last Updated : May 11, 2020, 11:51 PM IST

ABOUT THE AUTHOR

...view details