ଓଡିଶା

odisha

ETV Bharat / city

ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଦୁଇଦିନିଆ ଗୁଜରାଟ ଗସ୍ତ - ମନ୍ତ୍ରୀଙ୍କ ଦୁଇଦିନିଆ ଗୁଜୁରାଟ ଗସ୍ତ

ଇଲୋକଟ୍ରୋନିକ୍ସ, ସୂଚନାପ୍ରଯୁକ୍ତି କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଦୁଇଦିନିଆ ଗୁଜରାଟ ଗସ୍ତ । ଭାରତ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ରାଷ୍ଟ୍ରୀୟ କର୍ମଶାଳାରେ ତୁଷାରକାନ୍ତି ଓଡ଼ିଶା ପକ୍ଷରୁ ପ୍ରତିନିଧିତ୍ବ କରିବେ । ଅଧିକ ପଢନ୍ତୁ

Minister Tusharkanti Behera two-day visit to Gujarat
ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଦୁଇଦିନିଆ ଗୁଜୁରାଟ ଗସ୍ତ

By

Published : Jun 24, 2022, 11:10 AM IST

ଭୁବନେଶ୍ବର:ରାଜ୍ୟ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଦୁଇଦିନିଆ ଗୁଜରାଟ ଗସ୍ତ । ଭାରତ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ରାଷ୍ଟ୍ରୀୟ କର୍ମଶାଳାରେ ତୁଷାରକାନ୍ତି ଓଡ଼ିଶା ପକ୍ଷରୁ ପ୍ରତିନିଧିତ୍ବ କରିବେ । ଏହି କର୍ମଶାଳାରେ ଯୋଗଦେଇ ମନ୍ତ୍ରୀ ଖେଲୋ ଇଣ୍ଡିଆ ଯୋଜନାକୁ ଓଡିଶାରେ ଆଗେଇ ନେବା ସମ୍ପର୍କରେ କର୍ମଶାଳାରେ ବିସ୍ତୃତ ବକ୍ତବ୍ୟ ପ୍ରଦାନ କରିବେ । ଏଥିସହିତ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଓଡ଼ିଶା, କ୍ରୀଡ଼ାକୁ ପ୍ରାଧାନ୍ୟ ଦେଇ କ'ଣ ସବୁ ପଦକ୍ଷେପ ଗ୍ରହଣ କରିଛି ସେ ସମ୍ପର୍କରେ ନିଜର ବକ୍ତବ୍ୟ ପ୍ରଦାନ କରିବେ ।

ଉନ୍ନତ କ୍ରୀଡା ଭିତ୍ତିଭୂମି ଠାରୁ ଆରମ୍ଭ କରି ତୃଣମୂଳ ସ୍ତରରୁ ପ୍ରତିଭା ଚୟନ, ଉନ୍ନତ ତାଲିମ, ଖେଳାଳିମାନଙ୍କ କ୍ରୀଡ଼ା ଦକ୍ଷତା ବୃଦ୍ଧି ପାଇଁ ଆଧୁନିକ ଜ୍ଞାନ କୌଶଳର ଉପଯୋଗ ଆଦି ବିଭିନ୍ନ ବିଷୟରେ ଓଡ଼ିଶା କ'ଣ ସବୁ ପଦକ୍ଷେପ ଗ୍ରହଣ କରିଛି ସେ ଉପରେ ନିଜର ମତ ରଖିବେ । ମୁଖ୍ୟମନ୍ତ୍ରୀ 'ସ୍ପୋର୍ଟ୍ସ ଫର ୟୁଥ ଏବଂ ୟୁଥ ଫର ଫ୍ୟୁଚର' ନେଇ ବାର୍ତ୍ତା ଦେଇଛନ୍ତି ।

ସେହି ବାର୍ତ୍ତାକୁ ସାରା ଦେଶରେ ପ୍ରଚାର କରିବା ସହ ଓଡିଶାକୁ ଆଗାମୀ ଦିନରେ ବିଶ୍ୱର ସର୍ବଶ୍ରେଷ୍ଠ କ୍ରୀଡ଼ା ହବରେ ପରିଣତ କରିବା ନେଇ ସବୁ ପ୍ରକାର କାର୍ଯ୍ୟପନ୍ଥା ହାତକୁ ନିଆଯିବ । ସୂଚନା ଯୋଗ୍ୟକି ଏହି ଦୁଇ ଦିନିଆ କର୍ମଶାଳାରେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀଙ୍କ ସହ ସମସ୍ତ ରାଜ୍ୟର କ୍ରୀଡ଼ାମନ୍ତ୍ରୀ ଏବଂ ପ୍ରତିନିଧିମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

ABOUT THE AUTHOR

...view details