ଭୁବନେଶ୍ବର: ରାଜ୍ୟ ସରକାରଙ୍କ ମୋ ସ୍କୁଲ କାର୍ଯ୍ୟକ୍ରମକୁ ସୁଦୃଢ କରିବା ପାଇଁ ରାଜ୍ୟ କ୍ରୀଡା ଯୁବବ୍ୟାପାର ମନ୍ତ୍ରୀ ତଥା କାକଟପୁର ବିଧାୟକ ତୁଷାରକାନ୍ତି ବେହେରା ତିନୋଟି ବିଦ୍ୟାଳୟକୁ ପୋଷ୍ୟ ବିଦ୍ୟାଳୟ ଭାବେ ଗ୍ରହଣ କରିଛନ୍ତି । ସେ ନିଜ ନିର୍ବାଚନ ମଣ୍ଡଳୀର କାକଟପୁରସ୍ଥିତ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ, ଅସ୍ତରଙ୍ଗସ୍ଥିତ ବାଲିଡିହ ପ୍ରାଥମିକ ବିଦ୍ୟାଳୟ ଏବଂ ସେ ନିଜେ ପାଠ ପଢୁଥିବା ବାଲେଶ୍ବର ଜିଲ୍ଲା ଅନ୍ତର୍ଗତ ଖଇର ସରକାରୀ ଉଚ୍ଚ ବିଦ୍ୟାଳୟକୁ ପୋଷ୍ୟ ଭାବେ ଆପଣାଇଛନ୍ତି ।
ତିନୋଟି ସ୍କୁଲକୁ ପୋଷ୍ୟଭାବେ ଗ୍ରହଣ କଲେ ତୁଷାରକାନ୍ତି ବେହେରା - ସ୍କୁଲକୁ ପୋଷ୍ୟ ଭାବେ ଗ୍ରହଣ କଲେ ତୁଷାରକାନ୍ତି
ନିଜ ନିର୍ବାଚନ ମଣ୍ଡଳୀର ତିନୋଟି ସ୍କୁଲକୁ ପୋଷ୍ୟ ଭାବେ ଗ୍ରହଣ କଲେ କ୍ରୀଡା ଯୁବବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା । ଅଧିକ ପଢନ୍ତୁ...
ତିନୋଟି ସ୍କୁଲକୁ ପୋଷ୍ୟ ଗ୍ରହଣ କଲେ ମନ୍ତ୍ରୀ ତୁଷାରକାନ୍ତି
'ମୋ ସ୍କୁଲ' ଅଭିଯାନ କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ ଏବଂ ଲୋକାଭିମୁଖୀ କରିବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ସାଂସଦ, ବିଧାୟକ ଏବଂ ବରିଷ୍ଠ ସରକାରୀ ଅଧିକାରୀଙ୍କ ସମେତ ବିଶିଷ୍ଟ ବ୍ୟକ୍ତିଙ୍କୁ ଏଥିରେ ସାମିଲ ହେବା ପାଇଁ ନିକଟରେ ଆହ୍ବାନ ଦେଇଥିଲେ । ସରକାରୀ ସ୍କୁଲରେ ଗୁଣାତ୍ମକ ଶିକ୍ଷାକୁ ଅଧିକ ପ୍ରସାରିତ କରିବା ଏବଂ ଜନସାଧାରଣଙ୍କ ସହଯୋଗରେ ବିଦ୍ୟାଳୟ ଶିକ୍ଷାକୁ ଅଧିକ ବ୍ୟବସ୍ଥିତ କରିବା ଏହାର ପ୍ରଧାନ ଆଭିମୁଖ୍ୟ ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ
Last Updated : Feb 3, 2021, 7:20 PM IST