ଓଡିଶା

odisha

By

Published : Sep 11, 2020, 1:27 PM IST

ETV Bharat / city

ମନ୍ତ୍ରୀ ଟୁକୁନି ସାହୁ କୋରୋନା ଆକ୍ରାନ୍ତ

ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଟୁକୁନି ସାହୁ କୋରୋନା ଆକ୍ରାନ୍ତ ହୋଇଛନ୍ତି । ଏନେଇ ଟ୍ବିଟ୍‌ କରି ସେ ଜଣାଇଛନ୍ତି । ଅଧିକ ପଢନ୍ତୁ...

ମନ୍ତ୍ରୀ ଟୁକୁନି ସାହୁ କୋରୋନା ଆକ୍ରାନ୍ତ
ମନ୍ତ୍ରୀ ଟୁକୁନି ସାହୁ କୋରୋନା ଆକ୍ରାନ୍ତ

ଭୁବନେଶ୍ବର: ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଟୁକୁନି ସାହୁ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ସେ ଟ୍ବିଟ କରି ସୂଚନା ଦେଇଛନ୍ତି। ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ଟେଷ୍ଟ କରାଇ ନେବାକୁ ସେ କହିଛନ୍ତି।

ମନ୍ତ୍ରୀ ଟୁକୁନି ସାହୁ କୋରୋନା ଆକ୍ରାନ୍ତ

ସେପଟେ ଟୁକୁନି ସାହୁଙ୍କୁ ମିଶାଇ 5 ଜଣ ମନ୍ତ୍ରୀ ଆକ୍ରାନ୍ତ ହୋଇଛନ୍ତି। ଅନ୍ୟପଟେ ରାଜ୍ୟର 23 ବିଧାୟକ ଓ 3 ସାଂସଦ ମଧ୍ୟ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ତେବେ ପୂର୍ବରୁ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ମନ୍ତ୍ରୀ ସୁଶାନ୍ତ ସିଂ, ମନ୍ତ୍ରୀ ଅରୁଣ ସାହୁ ଓ ମନ୍ତ୍ରୀ ପଦ୍ମିନୀ ଦିଆନ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details