ଭୁବନେଶ୍ବର: ବୁଧବାର ବାମଦଳ ଓ ବିଭିନ୍ନ ଟ୍ରେଡ ୟୁନିୟନ ଦେଇଥିବା ଭାରତ ବନ୍ଦ ଡାକରାକୁ ରାଜ୍ୟରେ କଂଗ୍ରେସ ସମର୍ଥନ କରିଥିବା ବେଳେ ବିଜେଡି ନିଜ ଆଭିମୁଖ୍ୟ ସ୍ପଷ୍ଟ କରୁନାହିଁ । ତେବେ ଦଳରୁ ବାହାରି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ବନ୍ଦ ସପକ୍ଷରେ ମତ ଦେଇଥିଲେ । ତେବେ ମନ୍ତ୍ରୀଙ୍କ ସମର୍ଥନ ପ୍ରସଙ୍ଗ ଗଣମାଧ୍ୟମରେ ପ୍ରଚାରିତ ହେବାପରେ ଦଳ ତାଙ୍କ ଉପରେ ଖପ୍ପା ହୋଇଥିଲା । ଏନେଇ ଦଳ ତରଫରୁ ମନ୍ତ୍ରୀଙ୍କୁ ପ୍ରଶ୍ନ କରାଯିବା ପରେ ମନ୍ତ୍ରୀ ନିଜ ଆଭିମୁଖ୍ୟ ବଦଳାଇଛନ୍ତି ।
ଭାରତ ବନ୍ଦକୁ ସମର୍ଥନ କରି ଅଡୁଆରେ ମନ୍ତ୍ରୀ; ବଦଳାଇଲେ ମତ, ରଖିଲେ ସ୍ପଷ୍ଟୀକରଣ
ଭାରତ ବନ୍ଦ ଡାକରାକୁ ସମର୍ଥନ ଜଣାଇ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଅଡୁଆରେ । ଦଳ ପକ୍ଷରୁ ପ୍ରଶ୍ନ ପରେ ବଦଳାଇଲେ ମତ ।
Ranedra Pratap swain
ନିଜର ସାମାଜିକ ଗଣମାଧ୍ୟମରେ ଲେଖି ସ୍ପଷ୍ଟୀକରଣ ଦେଇଛନ୍ତି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ମନ୍ତ୍ରୀ କହିଛନ୍ତି ‘ମୁଁ ଯାହା କହିଛି ତାହା ଦଳର ନିଷ୍ପତ୍ତି ନୁହେଁ। ମାନ୍ୟବର ମୁଖ୍ୟମନ୍ତ୍ରୀ ଦଳର ସଭାପତି । ସେହିଁ ଦଳ ଆଭିମୁଖ୍ୟ ରଖିବେ। ତେବେ ମୁଁ ‘ହିନ୍ଦ ମଜଦୂର ସଙ୍ଘର’ କାର୍ଯ୍ୟକାରୀ ସଭାପତି ଭାବେ ଶ୍ରମିକ ମାନଙ୍କ ସ୍ଵାର୍ଥ ପାଇଁ ଧର୍ମଘଟ ସପକ୍ଷରେ ମନ୍ତବ୍ୟ ଦେଇଥିଲି’ ବୋଲି ସ୍ପଷ୍ଟୀକରଣ ଦେଇଛନ୍ତି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ