ଓଡିଶା

odisha

ETV Bharat / city

ମନ୍ତ୍ରୀଙ୍କ ମହାନତା, ଆମ୍ବୁଲାନ୍ସ ଚଲାଇ କୋରୋନା ସଂକ୍ରମିତଙ୍କୁ ନେଲେ ହସ୍ପିଟାଲ

କୋରୋନା ସଂକ୍ରମିତଙ୍କ ପାଇଁ ଦେବଦୂତ ସାଜିଲେ ମନ୍ତ୍ରୀ ସୁଶାନ୍ତ ସିଂହ । ଏହାର କିଛି ଫଟୋ ସୋସିଆଲ ମିଡ଼ିଆରେ ଜୋରଦାର ଭାଇରାଲ ହେବାରେ ଲାଗିଛି । ଅଧିକ ପଢନ୍ତୁ...

By

Published : May 1, 2021, 8:09 PM IST

ଆମ୍ବୁଲାନ୍ସ ଚଲାଇ କୋରୋନା ସଂକ୍ରମିତଙ୍କୁ ନେଲେ ହସ୍ପିଟାଲ
ଆମ୍ବୁଲାନ୍ସ ଚଲାଇ କୋରୋନା ସଂକ୍ରମିତଙ୍କୁ ନେଲେ ହସ୍ପିଟାଲ

ଭୁବନେଶ୍ବର: ଗତ କିଛି ମାସ ମଧ୍ୟରେ ଲୋକ ପ୍ରତିନିଧି ମାନଙ୍କ ଆଚରଣ ଓ ଉଚ୍ଚାରଣ ଦେଖିଛନ୍ତି । ଦେଶରେ ଶେଷ ହୋଇଥିବା ନିର୍ବାଚନରେ କିଭଳି ଲୋକଙ୍କ ଜୀବନକୁ ବିପଦରେ ପକାଇ ପ୍ରଚାର ହେଉଥିଲା । ପିପିଲି ଉପନିର୍ବାଚନରେ ଏଭଳି ନମୁନା ଅନେକ ଦେଖିଥିବେ । ଫଳରେ ଅନେକ ଲୋକ ସଂକ୍ରମିତ ହେଲେ । ବହୁ ଲୋକଙ୍କ ଜୀବନ ଗଲା । ଏମିତିକି ପ୍ରାର୍ଥୀ କୋରୋନା ସଂକ୍ରମିତ ହୋଇ ମୃତ୍ୟୁ ମୁଖରେ ବି ପଡିଲେ । ଏହାରି ଭିତରେ ଆଜି(ଶନିବାର) ଜଣେ ଲୋକ ପ୍ରତିନିଧିଙ୍କ ସମ୍ବେଦନଶୀଳ ମୁଦ୍ରା ସାମ୍ନାକୁ ଆସିଛି । ଯିଏ ନିଜ ଜୀବନକୁ ବାଜି ଲଗେଇ ସଂକ୍ରମିତଙ୍କୁ ହସ୍ପିଟାଲରେ ପହଁଞ୍ଚାଇବା କଥା କୁହାଯାଉଛି । ଏହାର କିଛି ଫଟୋ ସୋସିଆଲ ମିଡ଼ିଆରେ ଜୋରଦାର ଭାଇରାଲ ହେବାରେ ଲାଗିଛି ।

ସଂକ୍ରମିତଙ୍କୁ ଆମ୍ବୁଲାନ୍ସ ଡ୍ରାଇଭର ସାଜି ହସ୍ପିଟାଲ ନେଲେ ମନ୍ତ୍ରୀ
ସଂକ୍ରମିତଙ୍କୁ ଆମ୍ବୁଲାନ୍ସ ଡ୍ରାଇଭର ସାଜି ହସ୍ପିଟାଲ ନେଲେ ମନ୍ତ୍ରୀ
ସଂକ୍ରମିତଙ୍କୁ ଆମ୍ବୁଲାନ୍ସ ଡ୍ରାଇଭର ସାଜି ହସ୍ପିଟାଲ ନେଲେ ମନ୍ତ୍ରୀ
ସଂକ୍ରମିତଙ୍କୁ ଆମ୍ବୁଲାନ୍ସ ଡ୍ରାଇଭର ସାଜି ହସ୍ପିଟାଲ ନେଲେ ମନ୍ତ୍ରୀ
କୁହାଯାଉଛି କି କୋରୋନା ସଂକ୍ରମିତଙ୍କ ପାଇଁ ଦେବଦୂତ ସାଜିଲେ ମନ୍ତ୍ରୀ ସୁଶାନ୍ତ ସିଂହ । ନିଜ ଜୀବନକୁ ବାଜି ଲାଗାଇ ଆମ୍ବୁଲାନ୍ସ ଡ୍ରାଇଭର ସାଜି କୋରୋନା ରୋଗୀଙ୍କୁ ଡାକ୍ତରଖାନା ନେଲେ ଶ୍ରମମନ୍ତ୍ରୀ ତଥା ଭଟଲି ବିଧାୟକ ସୁଶାନ୍ତ ସିଂ । ସୋହେଲା ବ୍ଲକ ତବଡା ଗାଁର ଅନ୍ତର୍ଯ୍ୟାମୀ ମଟାରୀଙ୍କୁ ସୋହେଲା ଡାକ୍ତରଖାନାକୁ ଆଣି ଚିକିତ୍ସା ବ୍ୟବସ୍ଥା କରିଛନ୍ତି ଶ୍ରମ ମନ୍ତ୍ରୀ । ମନ୍ତ୍ରୀଙ୍କ ସୂଚନା ଅନୁସାରେ 3 ଜଣ ଲୋକ କୋଭିଡ ପଜେଟିଭ ହୋଇ ଗୁରୁତର ହୋଇପଡିଥିଲେ । ଆମ୍ବୁଲାନ୍ସ ପଠାଇ ଦୁଇ ଜଣଙ୍କୁ ଚିକିତ୍ସା ଲାଗି ସେ ପଠାଇଥିଲେ । ଅନ୍ୟ ଜଣେ କୋଭିଡ ସଂକ୍ରମିତଙ୍କୁ ଡ୍ରାଇଭର ଆଣିବାକୁ ରାଜି ହେଲାନି । ତେଣୁ ଖୋଦ ଶ୍ରମମନ୍ତ୍ରୀଙ୍କୁ ଡ୍ରାଇଭର ହେବାକୁ ପଡିଲା । ରୋଗୀଙ୍କୁ ହସ୍ପିଟାଲ ଆଣି ଭର୍ତ୍ତି କରିବାକୁ ପଡିଲା ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details