ଓଡିଶା

odisha

ETV Bharat / city

Panchayat Result: BSKY ବଣ୍ଟନ ନିର୍ବାଚନର ଟର୍ଣ୍ଣିଂ ପଏଣ୍ଟ କହିଲେ ମନ୍ତ୍ରୀ ଅଶୋକ

ପଞ୍ଚାୟତ ଫଳାଫଳକୁ ନେଇ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ପ୍ରତିକ୍ରିୟା । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡ ପଞ୍ଚାୟତ ନିର୍ବାଚନରେ ଟର୍ଣ୍ଣିଂ ପଏଣ୍ଟ ବୋଲି ସେ କହିଛନ୍ତି । ଅଧିକ ପଢନ୍ତୁ

Panchayat Result: BSKY ବଣ୍ଚନ ନିର୍ବାଚନର ଟର୍ଣ୍ଣିଂ ପଏଣ୍ଟ କହିଲେ ମନ୍ତ୍ରୀ ଅଶୋକ
Panchayat Result: BSKY ବଣ୍ଚନ ନିର୍ବାଚନର ଟର୍ଣ୍ଣିଂ ପଏଣ୍ଟ କହିଲେ ମନ୍ତ୍ରୀ ଅଶୋକ

By

Published : Mar 3, 2022, 3:12 PM IST

ଭୁବନେଶ୍ବର:ଚଳିତ ପଞ୍ଚାୟତ ନିର୍ବାଚନରେ ଶାସକ ଦଳ ବିଜେଡ଼ିର ହୋଇଛି ବମ୍ଫର ବିଜୟ । ସେପଟେ ଧରାଶାୟୀ ହୋଇଛି ପ୍ରମୁଖ ବିରୋଧୀ ବିଜେପି । ନିର୍ବାଚନ ଫଳାଫଳରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ପ୍ରମାଣିତ ହୋଇଛି । ସରକାରଙ୍କ ବିଭିନ୍ନ ଯୋଜନା ସହିତ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡ ଟର୍ଣ୍ଣିଂ ପଏଣ୍ଟ ହୋଇଛି ବୋଲି କହିଛନ୍ତି ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ।

Panchayat Result: BSKY ବଣ୍ଚନ ନିର୍ବାଚନର ଟର୍ଣ୍ଣିଂ ପଏଣ୍ଟ କହିଲେ ମନ୍ତ୍ରୀ ଅଶୋକ

ଅଶୋକ ଏ ନେଇ କହିଛନ୍ତି ଯେ ଘୋଡ଼ା ବେପାର ବିରୋଧୀ କରିଛନ୍ତି ଓ କରୁଛନ୍ତି, ଏଥିରେ ବିଜେଡି ବିଶ୍ବାସ କରେ ନାହିଁ । ସରକାରଙ୍କ ବିଭିନ୍ନ ଯୋଜନା ସହିତ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡ ଟର୍ଣ୍ଣିଂ ପଏଣ୍ଟ ହୋଇଛି । ଗ୍ରାମାଞ୍ଚଳରେ କଣ ଶିକ୍ଷିତ ନାହାନ୍ତି, ସହରରେ ଶିକ୍ଷିତ ଭୋଟର ଥିବା ନେଇ ବିରୋଧୀଙ୍କ ମନ୍ତବ୍ୟ ହାସ୍ୟାସ୍ପଦ । ଦଳୀୟ ଟିକେଟରେ ପୌର ନିର୍ବାଚନ ହେଉଥିବାରୁ ନିଶ୍ଚୟ ମୁଖ୍ୟମନ୍ତ୍ରୀ ନବୀନଙ୍କ ସ୍ବଚ୍ଛ ନିର୍ମଳ ଶାସନ ଏଥିରେ ପ୍ରତିଫଳିତ ହେବ ବୋଲି ସେ କହିଛନ୍ତି ।

ତେବେ ସୂଚନା ଥାଉ କି ଆସନ୍ତା 24 ତାରିଖରେ ହେବ ପୌର ନିର୍ବାଚନ । ଏଥିଲାଗି ଗତକାଲି(ବୁଧବାର)ଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । 26 ତାରିଖରେ ଫଳାଫଳ ପ୍ରକାଶ ପାଇବ । 3 ମହାନଗର ସମେତ 107 ପୌର ପରିଷଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details