ଭୁବନେଶ୍ବର: ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଉତ୍କଳ ବିଶ୍ଵବିଦ୍ୟାଳୟକୁ ସରପ୍ରାଇଜ ଭିଜିଟ କରିଛନ୍ତି । ଏହି ଅବସରରେ ମନ୍ତ୍ରୀ ସମସ୍ତ 27 ଗୋଟି ବିଭାଗର ବିଭାଗୀୟ ମୁଖ୍ୟଙ୍କ ସହ ମତ ବିନିମୟ କରିଥିଲେ । 5T ଲାଗୁ କରିବା ପାଇଁ ପରାମର୍ଶ ଦେଇଥିଲେ ମନ୍ତ୍ରୀ ।
ପ୍ରୋକ୍ଟୋରିଆଲ ସିଷ୍ଟମ ଲାଗୁ କରିବା ପାଇଁ ମଧ୍ୟ ପରାମର୍ଶ ଦେଇଥିଲେ ମନ୍ତ୍ରୀ ଅରୁଣ । ମେଣ୍ଟରିଙ୍ଗ ସିଷ୍ଟମ ଲାଗୁ କରିବା ସହ ଅଧ୍ୟାପକ, ଛାତ୍ର ଛାତ୍ରୀ ଏବଂ ଅଭିଭାଵକ ମଧ୍ୟରେ ସୌହାର୍ଦ୍ଦ୍ୟ ପୁର୍ଣ୍ଣ ବାତାବରଣ ସୃଷ୍ଟି କରିବା ପାଇଁ ପରାମର୍ଶ ଦେଇଥିଲେ । ସେଥିପାଇଁ ସମସ୍ତ ଅଧ୍ୟାପକଙ୍କୁ କିଛି କିଛି ଛାତ୍ର ଛାତ୍ରୀଙ୍କ ଦାୟିତ୍ବ ନେଇ ସେମାନଙ୍କ ଅଭିଭାବକଙ୍କ ସହ ଯୋଗାଯୋଗ କରିବା ପାଇଁ ନିଷ୍ପତ୍ତି ହୋଇଛି।