ଓଡିଶା

odisha

ETV Bharat / city

ପେନସିଲ ମୁନରେ ଯୋଗମୁଦ୍ରା - yoga day

ଯୋଗ ଦିବସରେ ମିନିଏଚର ଶିଳ୍ପୀଙ୍କ ନିଆରା କଳା । ପେନସିଲ ମୁନରେ ଅଧା ସେଣ୍ଟିମିଟର ଉଚ୍ଚତା ଯୋଗ ମୁଦ୍ରା ତିଆରି କଲେ ଭୁବନେଶ୍ବର ଶିଳ୍ପୀ ଏଲ ଇଶ୍ୱର ରାଓ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Jun 21, 2019, 12:13 AM IST

ଭୁବନେଶ୍ୱର: ଜୁନ 21ରେ ବିଶ୍ବ ପାଳିବ ଯୋଗ ଦିବସ । ଯୋଗ ଦିବସ ପାଳନ କରିବାକୁ ଚଳଚଞ୍ଚଳ ସାରା ଦେଶ । ବିଭିନ୍ନ ଆୟୋଜନ ମଧ୍ୟରେ ଯୋଗ ଦିବସକୁ ନେଇ ଦେଖିବାକୁ ମିଳିଛି ଏକ ସୁନ୍ଦର କଳାକୃତି । ପେନସିଲ ମୁନରେ ଅଧା ସେଣ୍ଟିମିଟର ଯୋଗ ମୁଦ୍ରା ତିଆରି କରିଛନ୍ତି ଭୁବନେଶ୍ୱର ଉପକଣ୍ଠ ଜଟଣୀର ଶିଳ୍ପୀ ଏଲ ଇଶ୍ୱର ରାଓ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଯୋଗ ଶରୀର ସହ ମନ ଓ ଆତ୍ମାକୁ ସଂଯୋଗ କରେ । କାହିଁ ଆବାହନ କାଳରୁ ଯୋଗକୁ ଶାସ୍ତ୍ରରେ ମର୍ଯ୍ୟାଦା ଦିଆଯାଇଛି । ‘ଶାନ୍ତି’ ଏ ଶବ୍ଦ ଭିତରେ ଯୋଡି ହୋଇ ରହିଛି ବାସ୍ତବିକ ସାରସ୍ୱତ। ବ୍ୟସ୍ତ ବହୁଳ ଜୀବନ ଚର୍ଯ୍ୟା ଭିତରେ ଯୋଗକୁ ଜୀବନ ସହିତ ବାନ୍ଧି ରଖିବାକୁ ପେନସିଲ ମୁନରେ ପ୍ରସ୍ତୁତ କରିଛନ୍ତି ଶିଳ୍ପୀ ରାଓ । ଅନେକ ପରିଶ୍ରମ କରି ଏହି କଳା କୃତିକୁ ପ୍ରସ୍ତୁତ କରିଛନ୍ତି ଏହି ନିଆରା ଶିଳ୍ପୀ ।

ଲକ୍ଷ୍ୟ କେବଳ ଗୋଟିଏ ସୁସ୍ଥ ସମାଜ ଗଠନ କରିବାର । ଶାନ୍ତି ଓ ନିରାମୟ ଜୀବନ ଯାପନ କରିବାର ।

ଅଧା ସେଣ୍ଡିମିଟର ପେନସିଲ ମୁନରେ ସାରା ବିଶ୍ୱକୁ ଏଭଳି ବାର୍ତ୍ତା ନିଶ୍ଚିତ ଦୃଷ୍ଟାନ୍ତମୂଳକ । ଯୋଗର ମାହାତ୍ମ୍ୟକୁ ସୁନ୍ଦର ଭାବରେ ଜୀବନ୍ତ କରି ତୋଳିଛନ୍ତି ଶିଳ୍ପୀ ରାଓ । ମଣିଷ ବ୍ୟସ୍ତ ବହୁଳ ଜୀବନ ଭିତରେ ଯୋଗ ଦ୍ୱାରା ଶାନ୍ତି ଓ ସୁସ୍ଥରେ ଜୀବନ ବିତାଇ ପାରିବେ ବୋଲି ଈଶ୍ୱର ରାଓ କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details