ଭୁବନେଶ୍ବର: ଖୋର୍ଦ୍ଧାରେ ଥିବା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମୁଲ୍ୟବାନ ଜମିରୁ ବେଆଇନ ଭାବେ ମୁଲ୍ୟବାନ ପଥର ଖନନ କରିବା ମହଙ୍ଗା ପଡିଲା । ଖଣି ମାଫିଆ ଦିଲ୍ଲୀପ ଦାସକୁ ଗିରଫ କଲା କ୍ରାଇମବ୍ରାଞ୍ଜ ଏସଟିଏଫ ଟିମ ।
ଖଣି ମାଫିଆ ଦିଲ୍ଲୀପ ଦାସ ଗିରଫ - ମହାପ୍ରଭୁ ଶ୍ରୀ ଜଗନ୍ନାଥ
ଜଗନ୍ନାଥଙ୍କ ଜମିରୁ ଚାଲିଥିଲା ଲୁଟ । ଦୀର୍ଘଦିନ ଧରି ପୋଲିସକୁ ଚକମା ଦେଇ ଲୁଟୁଥିଲେ ଖଣି ମାଫିଆ । ଶେଷରେ ବାନ୍ଧିଲା ପୋଲିସ ।
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
ଦୀର୍ଘଦିନ ଧରି ଜଗନ୍ନାଥଙ୍କ ଜମିରୁ ବେଆଇନ ଭାବେ ପଥର ଉତ୍ତୋଳନ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିଲା ଦିଲ୍ଲୀପ । ତେବେ ଏହା ଜଣାପଡିବା ପରେ ଦିଲ୍ଲୀପ ଉପରେ ଏସଟିଏଫ ନଜର ରଖିଥିଲା । ତେବେ ଏହା ଜାଣି ଦିଲ୍ଲୀପ ଫେରାର ହୋଇଯାଇଥଲା । ଯାଜପୁରରେ ଲୁଚିଥିବା ବେଳେ ତାକୁ ଏସଟିଏଫ ଗିରଫ କରି କୋର୍ଟ ଚାଲାଣ କରିଛି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ