ଭୁବନେଶ୍ବର: ଓଡ଼ିଆଙ୍କ ମନ ଜିଣୁଛି ମିଲେଟ ମିଶନ । ଆଜି ବିଧାନସଭାରେ ମାଣ୍ଡିଆକୁ ନେଇ ପ୍ରଶ୍ନକାଳରେ ଉଠିଥିବା ପ୍ରଶ୍ନର ଉତ୍ତର ଦେଇଛନ୍ତ କୃଷି ମନ୍ତ୍ରୀ ଅରୁଣ ସାହୁ । ରାଜ୍ୟରେ ମାଣ୍ଡିଆ ଉତ୍ପାଦନ ପୂର୍ବାପେକ୍ଷା ବୃଦ୍ଧି ପାଇଛି ବୋଲି କୃଷିମନ୍ତ୍ରୀ କହିଛନ୍ତି ।
ବିଶେଷକରି ରାଜ୍ୟର ଦକ୍ଷିଣ ଓଡିଶାରେ ପ୍ରବଳ ମାତ୍ରାରେ ମଣ୍ଡିଆ ଉତ୍ପାଦନ ହେଉଛି । ସରକାର ମଧ୍ୟ ଚାଷୀଙ୍କୁ ମାଣ୍ଡିଆ ବିହନ ମଧ୍ୟ ଯୋଗାଇଦେଉଛନ୍ତି ବୋଲି ଗୃହରେ ପ୍ରଶ୍ନକାଳରେ ଉଠିଥିବା ପ୍ରଶ୍ନର ଉତ୍ତର ରଖିଛନ୍ତି କୃଷି ମନ୍ତ୍ରୀ ଅରୁଣ ସାହୁ । ରାଜ୍ୟରେ ଧାନ କ୍ରୟ ଭଳି ମାଣ୍ଡିଆ ମଧ୍ୟ ସରକାର କ୍ରୟ କରୁଛନ୍ତି । ମାଣ୍ଡିଆକୁ ପାଇଁ ମଧ୍ୟ ମଣ୍ଡି ବ୍ୟବସ୍ଥା କରାଯାଇଛି । ରାଜ୍ୟରେ 2018-19ରେ 5 ହଜାର 740 ଜଣ ଚାଷୀ ମାଣ୍ଡିଆ ଚାଷ କରୁଥିବାବେଳେ 2019-20ରେ ତାହା 20 ହଜାର 200 ଚାଷୀ ହୋଇଛନ୍ତି । ଯାହା ରାଜ୍ୟ ମାଣ୍ଡିଆ ଚାଷ ପ୍ରତି ଚାଷୀ ଆଗ୍ରହ ପ୍ରକାଶ କରୁଥିବା ପ୍ରକାଶ କରୁଛି ବୋଲି କୃଷିମନ୍ତ୍ରୀ କିହିଛନ୍ତି । ସେହିପରି 2020- 21ରେ 24ହଜାର 324 ଚାଷୀ ମାଣ୍ଡିଆ ଚାଷ କରିଛନ୍ତି।