ଓଡିଶା

odisha

ETV Bharat / city

ବାହାରିନରେ ଫସିଛନ୍ତି ଓଡ଼ିଆ ଶ୍ରମିକ, ଉଦ୍ଧାର ପାଇଁ ଆକୁଳ ନିବେଦନ - ବାହାରିନରେ ଫସିଛନ୍ତି ଓଡ଼ିଆ ଶ୍ରମିକ

ବାହାରିନରେ ଫସି ରହିଛନ୍ତି ପ୍ରବାସୀ ଓଡ଼ିଆ ଶ୍ରମିକ । ଅଧିକ ରୋଜଗାର ଆଶାରେ ଯାଇଥିବା ଶ୍ରମିକ ନିର୍ଯ୍ୟାତନାର ଶିକାର ହେବାପରେ ଭିଟାମାଟିକୁ ଫେରିବା ଲାଗି କରିଛନ୍ତି ଆକୁଳ ନିବେଦନ । ଅଧିକ ପଢନ୍ତୁ

ବାହାରିନରେ ଫସିଛନ୍ତି ଓଡ଼ିଆ ଶ୍ରମିକ, ଉଦ୍ଧାର ପାଇଁ ଆକୁଳ ନିବେଦନ
ବାହାରିନରେ ଫସିଛନ୍ତି ଓଡ଼ିଆ ଶ୍ରମିକ, ଉଦ୍ଧାର ପାଇଁ ଆକୁଳ ନିବେଦନ

By

Published : Aug 6, 2022, 12:17 PM IST

ଭୁବନେଶ୍ବର: ଅଧିକ ରୋଜଗାର ଆଶାରେ ବିଦେଶକୁ ଯାଇଥିଲେ, ସ୍ବପ୍ନ ଥିଲା ଭଲ କମ୍ପାନୀରେ କାମ କରିବେ ଓ ରୋଜଗାର ଟଙ୍କା ଘରକୁ ପଠାଇବେ । ଚାକିରି ମିଳିଲା ସତ କିନ୍ତୁ ଦରମା ବଦଳରେ ମିଳିଲା ନିର୍ଯ୍ୟାତନା । ଫଳରେ ନିଜ ରାଜ୍ୟକୁ ଫେରିବାକୁ ଭିଡିଓ ମାଧ୍ୟମରେ ଆକୁଳ ନିବେଦନ କରିଛନ୍ତି ପ୍ରବାସୀ ଓଡିଆ ।

ବାହାରିନରେ ଫସିଛନ୍ତି ଓଡ଼ିଆ ଶ୍ରମିକ, ଉଦ୍ଧାର ପାଇଁ ଆକୁଳ ନିବେଦନ

ବାଲେଶ୍ଵର, ଯାଜପୁର, କଟକ, ଭୁବନେଶ୍ୱରର ଦୀପାଂଶୁ ଶେଖର ଦାସ, ସୋମନାଥ ପରିଡ଼ା, ଭଗବାନ ସ୍ୱାଇଁ, ଜଗମୋହନ କର, ରାଜେନ୍ଦ୍ର କୁମାରଙ୍କ ପରି କେତକ ଯୁବକ ବାହାରିନକୁ କାମ କରିବାକୁ ଯାଇ ସେଠାରେ ଫସି ରହିଛନ୍ତି । ଏହି ଖବର ଜାଣିବା ପରେ ସହଯୋଗର ହାତ ବଢାଇଛନ୍ତି ବିଶ୍ବ ଓଡ଼ିଶା ସଂଗଠନର ଅନ୍ତର୍ଜାତୀୟ ଅଧ୍ୟକ୍ଷ ଡ. ଅରୁଣ କୁମାର ପ୍ରହରାଜ । ଭାରତୀୟ ଦୂତାବାସ, ଶ୍ରମ ଓ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ସହିତ ଯୋଗାଯୋଗ କରି ସେମାନଙ୍କ ସୁରକ୍ଷିତ ନ୍ୟାୟୋଚିତ ଫେରିବା ବ୍ୟବସ୍ଥା କରିବା ପାଇଁ ଅରୁଣ ପ୍ରତିଶ୍ରୁତି ଦେଇଛନ୍ତି ।

ଡ. ପ୍ରହରାଜଙ୍କ କହିବା ଅନୁସାରେ, ''ଏହି ଘଟଣା ସେ କମ୍ପାନୀ ଓ ଦୂତାବାସ ଦୃଷ୍ଟିକୁ ଆଣିଛନ୍ତି । ବେଆଇନ ଓ ଠକ ଦଲାଲଙ୍କ ଜରିଆରେ ଏହି ଯୁବକମାନେ ଆସିଥିବାରୁ ଆଇନଗତ କାର୍ଯ୍ୟାନୁଷ୍ଠାନ ସହଜ ହେଉନାହିଁ ।" ଫଳରେ ଶୁକ୍ରବାର ଡ. ପ୍ରହରାଜ ନିଜ ବାସଭବନରେ ଯୁବକମାନଙ୍କୁ ଡକାଇ ସେମାନଙ୍କ ଫେରିବା ବ୍ୟବସ୍ଥା କରିବା ପାଇଁ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ ।

''ଏଥିସହ ଯୁବକ ମାନଙ୍କୁ ସୁରକ୍ଷିତ ଭାବେ ଫେରିବାରେ ସହଯୋଗ କରିବା ପାଇଁ ଏ ସମ୍ପର୍କରେ ଓଡ଼ିଶା ସରକାର ଓ କେନ୍ଦ୍ର ସରକାରଙ୍କୁ ମଧ୍ୟ ଅନୁରୋଧ କରିଥିଲେ । ତେବେ ଠକ ଦଲାଲଙ୍କ ଠକାମିର ଶିକାର ହୋଇ ବାହାରିନ ଆସିଥିଲେ ପ୍ରବାସୀ ଓଡିଆ । ତେଣୁ ଏମାନଙ୍କ କବଳରୁ ରକ୍ଷା ପାଇବା ପାଇଁ ଆଇନଗତ ଭାବରେ ଏକ ବ୍ୟବସ୍ଥା କରାଯାଉ ବୋଲି ଡ. ପ୍ରହରାଜ ଦୀର୍ଘ ଦିନରୁ ଉଭୟ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି ।

ବାହାରିନର ମାଗନମ ଜାହାଜ ସେବା କମ୍ପାନୀରେ କାମ ଦେବା କହି ଦଲାଲ ପ୍ରବାସୀ ଓଡିଆଙ୍କୁ ବାହାରିନକୁ ନେଇଯାଇଥିଲା । ମାତ୍ର ସେଠାରେ ପହଞ୍ଚିବା ପରେ ସବୁକିଛି ଓଲଟା ଥିଲା । ଜାହାଜ ସେବା ନୁହେଁ ବରଂ ଜାହାଜ କାରଖାନାରେ ମରାମତି ଓ ରକ୍ଷଣାବେକ୍ଷଣ କାର୍ଯ୍ୟରେ ସେମାନଙ୍କୁ ନିୟୋଜିତ କରାଗଲା । ଯାହାକି ଅତ୍ୟନ୍ତ ବିପଦ ସଙ୍କୁଳ ଓ କଷ୍ଟକର କାର୍ଯ୍ୟ ଥିଲା । ନିଜର ଭବିଷ୍ୟତକୁ ଗଢ଼ିବା ଓ ପରିବାର ଚଳାଇବା ଲାଗି ଏଥିରେ ବାଧ୍ୟ ହୋଇ ରାଜି ହୋଇଥିଲେ ପ୍ରବାସୀ ଓଡିଆ । ଖାଲି ଏତିକି ନୁହଁ ୪ରୁ ଉର୍ଦ୍ଧ୍ବ ମାସ କାମ କରିଥିଲେ ମଧ୍ୟ କୌଣସି ଦରମା ମିଳିନଥିଲା । ଶେଷରେ ଉଦ୍ଧାର ପାଇଁ ଭିଡିଓ ମାଧ୍ୟମରେ ଆକୁଳ ନିବେଦନ କରିଛନ୍ତି ।

ABOUT THE AUTHOR

...view details