ଓଡିଶା

odisha

By

Published : Jul 20, 2022, 7:11 PM IST

ETV Bharat / city

OdishaAssembly: ବିହନ ଅଭାବ ନେଇ କୃଷି ମନ୍ତ୍ରୀଙ୍କୁ ଘେରିଲେ ବିରୋଧୀ

ରାଜ୍ୟରେ ବିହନ ଅଭାବ ନେଇ ବିଧାନସଭାରେ ଉଦବେଗ ପ୍ରକାଶ । ବିହନ ଅଭାବ ଓ ଏହାର ପରିଚଳନା ନେଇ କୃଷି ମନ୍ତ୍ରୀଙ୍କୁ ଘେରିଛନ୍ତି ବିରୋଧୀ ବିଧାୟକ । ପୁରଣା ବିହନ ଯୋଗାଇ ନଦେବା ଓ ନୂଆ ବିହନ ଗଜା ନହେବା ନେଇ ସରକାରଙ୍କୁ ସମାଲୋଚନା କରିଛନ୍ତି ବିରୋଧୀ କଂଗ୍ରେସ ଓ ବିଜେପି ବିଧାୟକ । ଅଭିଯୋଗ ଆସିଲେ ସରକାର ତୁରନ୍ତ ଫିଲଡ ଭିଜିଟ କରି ପଦକ୍ଷେପ ନେବେ ବୋଲି କହିଛନ୍ତି କୃଷି ମନ୍ତ୍ରୀ । ଅଧିକ ପଢନ୍ତୁ

OdishaAssembly: ବିହନ ଅଭାବ ନେଇ କୃଷି ମନ୍ତ୍ରୀଙ୍କୁ ଘେରିଲେ ବିରୋଧୀ
OdishaAssembly: ବିହନ ଅଭାବ ନେଇ କୃଷି ମନ୍ତ୍ରୀଙ୍କୁ ଘେରିଲେ ବିରୋଧୀ

ଭୁବନେଶ୍ବର: ରାଜ୍ୟରେ ବିହନ ଅଭାବ ନେଇ ବିଧାନସଭାରେ ଉଦବେଗ ପ୍ରକାଶ । ବିହନ ଅଭାବ ଓ ଏହାର ପରିଚଳନା ନେଇ କୃଷି ମନ୍ତ୍ରୀଙ୍କୁ ଘେରିଛନ୍ତି ବିରୋଧୀ ବିଧାୟକ । ପୁରଣା ବିହନ ଯୋଗାଇ ନଦେବା ଓ ନୂଆ ବିହନ ଗଜା ନହେବା ନେଇ ସରକାରଙ୍କୁ ସମାଲୋଚନା କରିଛନ୍ତି କଂଗ୍ରେସ ଓ ବିଜେପି ବିଧାୟକ । ତେବେ ଅଭିଯୋଗ ଆସିଲେ ସରକାର ତୁରନ୍ତ ଫିଲଡ ଭିଜିଟ କରି ସରକାର ପଦକ୍ଷେପ ନେବେ ବୋଲି କହିଛନ୍ତି କୃଷି ମନ୍ତ୍ରୀ ।

ବିହନ ନେଇ ପ୍ରଶ୍ନ କାଳରେ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ । 1009 ପୁରୁଣା ବିହନ ନମିଳିବା ନେଇ ପ୍ରଶ୍ନ ଉଠାଇଛନ୍ତି । ସରକାର ଯୋଗାଉଥିବା ବିହନ ଗଜା ହେଉନଥିବା ସେ ଅଭିଯୋଗ ଆଣିଛନ୍ତି । ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ କହିଛନ୍ତି ଯେ, ଯାହା ବିହନ ଆସୁଛି ତାହା ଶାସକ ଦଳର ନେତାଙ୍କ ପାଖ ଲୋକ କଳାବଜାରୀ କରୁଛନ୍ତି । ସାଧାରଣ ଚାଷୀଙ୍କ ପାଖକୁ ବିହନ ପହଞ୍ଚିନାହିଁ । ବିହନ ଉତ୍ପାଦନ ନେଇ ବିଭାଗ ପୁରୁଣା ଢାଞ୍ଚା ବ୍ୟବହାର କରୁଛି । ନୂତନ ଜ୍ଞାନ କୌଶଳ ବ୍ୟବହାର ହେଉନାହିଁ । ନିର୍ଦ୍ଦିଷ୍ଟ ସମୟରେ ବିହନ ପହଞ୍ଚୁ ନଥିବାରୁ ଚାଷୀ ହଇରାଣରେ ପଡୁଥିବା ସେ ଅଭିଯୋଗ କରିଛନ୍ତି ।

କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ଯେ, 2022-23ରେ 33 ଲକ୍ଷ 19 ହଜାର 390 ହେକ୍ଟର ଜମିରେ ଧାନ ଚାଷ କରିବାକୁ ଲକ୍ଷ୍ୟ ରଖିଛନ୍ତି । ସେଥିପାଇଁ 13 ଲକ୍ଷ 27 ହାଜର 760 କୁଇଣ୍ଟାଲ ବିହନ ଆବଶ୍ୟକ ରହିଛି । ସେଥିରୁ 4 ଲକ୍ଷ 75 ହଜାର 244 କୁଇଣ୍ଟାଲ ବିହନ ବିଭିନ୍ନ ରାଜ୍ୟରୁ ଆଣି ଚାଷୀଙ୍କୁ ଯୋଗାଇଛନ୍ତି । ରାଜ୍ୟରେ ବିହନ ଉତ୍ପାଦନ ପାଇଁ 5200 ଚାଷୀ ନିୟୋଜିତ ଅଛନ୍ତି । ଭାରତ ସରକାରଙ୍କ ସିଡ୍ ନିୟମ ଅନୁସାରେ 10 ବର୍ଷରେ ଥରେ ବିହନ ପରିବର୍ତ୍ତନ ହୋଇଥାଏ ।

ସେଥିପାଇଁ ପୁରୁଣା ବିହନ ସରକାରଙ୍କ ପାଖରେ ନାହିଁ । ବର୍ତ୍ତମାନ ସୁଦ୍ଧା 75 ଟି ନୂଆ ବିହନ ସରକାର ଯୋଗାଉଛନ୍ତି । ବର୍ତ୍ତମାନ 22 ଟି ବେସରକାରୀ ସଂସ୍ଥା ବିହନ ଯୋଗାଉ ଥିବାବେଳେ 90 ଟି ବେସରକାରୀ ସଂସ୍ଥା ରାଜ୍ୟ ବିହନ ନିଗମ ସହ ଚୁକ୍ତି କରିଛନ୍ତି । ଗଜା ମରୁଡି ନେଇ ଅଭିଯୋଗ ଆସିଲେ ସରକାର ତୁରନ୍ତ ଫିଲଡ ଭିଜିଟ(କ୍ଷେତ୍ର ପରିଦର୍ଶନ) କରି ପଦକ୍ଷେପ ନେବେ ବୋଲି କହିଛନ୍ତି କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details