ଭୁବନେଶ୍ବର: ହୋମ ଆଇସୋଲେସନରେ ଥିବା ବ୍ୟକ୍ତିଙ୍କ ଘରୁ ଭେଷଜ ବର୍ଯ୍ୟ ସଂଗ୍ରହ କରିବ । ଜାଗୃତି ଭେଷଜ ବର୍ଯ୍ୟ ମଧ୍ୟରେ ବ୍ୟବହୃତ ସିରିଞ୍ଜ, ଅବଧି ଶେଷ ହୋଇଥିବା ଔଷଧ,ବ୍ୟବହୃତ ମାସ୍କ, ଗ୍ଲୋବସ, ପରିସ୍ରା ଥଳି,ଏବଂ ବ୍ୟବହୃତ କପଡା। ଦୈନିକ ଗୋଟିଏ ଗାଡ଼ିରେ ୧୦୦ ଟି ପରିବାରରୁ ସଂଗ୍ରହ କରାଯିବ। ଜଣେ ନୋଡାଲ ଅଫିସର ତଦାରଖ କରିବେ। ପ୍ରତି ଗାଡି ପିଛା ଜାଗୃତିକୁ ମିଳିବ ୫୭୫୦ ଟଙ୍କା ।
ରାଜଧାନୀରେ ସଙ୍ଗରୋଧ ଗୃହରୁ ସଂଗ୍ରହ ହେବ ଭେଷଜ ବର୍ଯ୍ୟ - home isolation in bhubaneswar
ହୋମ ଆଇସୋଲେସନରେ ଥିବା ବ୍ୟକ୍ତିଙ୍କ ଘରୁ ଭେଷଜ ବର୍ଯ୍ୟ ସଂଗ୍ରହ କରିବ । ଜାଗୃତି ଭେଷଜ ବର୍ଯ୍ୟ ମଧ୍ୟରେ ବ୍ୟବହୃତ ସିରିଞ୍ଜ, ଅବଧି ଶେଷ ହୋଇଥିବା ଔଷଧ,ବ୍ୟବହୃତ ମାସ୍କ, ଗ୍ଲୋବସ, ପରିସ୍ରା ଥଳି,ଏବଂ ବ୍ୟବହୃତ କପଡା। ଅଧିକ ପଢନ୍ତୁ..
ରାଜଧାନୀ ଭୁବନେଶ୍ବରରେ ଦିନକୁ ଦିନ କରୋନା ମହାମାରୀ ଉଗ୍ର ରୂପ ଧାରଣ କରିବାରେ ଲାଗିଛି, ବିଏମସି ପକ୍ଷରୁ ହୋମ ଆଇସୋଲେସନକୁ ଗୁରୁତ୍ୱ ଦିଆଯାଉଛି । ତେବେ ହୋମ ଆଇସୋଲେସନରେ ରହୁଥିବା କୋଭିଡ ପଜିଟିଭଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି, ସେମାନଙ୍କ ଘରକୁ ଯାଇ ଜୈବ ଭେଷଜ ବା ବାୟୋମେଡ଼ିକାଲ ୱେଷ୍ଟ ସଂଗ୍ରହ କରିବାର ଦାଇତ୍ୱ ଜାଗୃତି ୱେଲଫେୟାର ଅର୍ଗାନାଇଜେସନକୁ ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ।
କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼(ସିପିସିବି) ଦ୍ୱାରା ସ୍ଥିରୀକୃତ ମାନକ ଅନୁସାରେ ଜାଗୃତି ଦ୍ୱାରା ଉକ୍ତ ବର୍ଯ୍ୟ ସଂଗ୍ରହ ଏବଂ ପରିବହନ ନିମନ୍ତେ ନିମନ୍ତେ ସ୍ୱତନ୍ତ୍ର ଯାନର ବ୍ୟବସ୍ଥା କରାଯାଉଛି । ସଂଗୃହିତ ବର୍ଯ୍ୟକୁ ସାନି କ୍ଲିନ ପ୍ରାଇଭେଟ ଲିମିଟେଡ଼ ଦ୍ୱାରା କରାଯାଇଥିବା ଖୋର୍ଦ୍ଧାର ଟାଙ୍ଗିଆ ପଡା ସ୍ଥିତ ୱେଷ୍ଟ ଡିସପୋଜାଲ ସେଣ୍ଟରରେ ନେଇ ଖାଲି କରାଯିବ। ତେବେ ସିପିସିବି ନିର୍ଦେଶାବଳୀ ମାନି ଜାଗୃତି ସଂସ୍ଥା ପ୍ରତିଥର ପରିବହନ ଏବଂ ନିଷ୍କାସନ ପରେ ପରିବହନ ଗାଡିକୁ ୧ ପ୍ରତିଶତ ସୋଡ଼ିୟମ ହାଇପୋକ୍ଲୋରାଇଟ ସଲ୍ୟୁସନରେ ବିଶୋଧନ କରିବା ବାଧ୍ୟତାମୂଳକ । ଏହା ସହ ଏହି ଗାଡ଼ିରେ କାର୍ଯ୍ୟ କରୁଥିବା କର୍ମଚାରୀ ମାନଙ୍କୁ ସୁରକ୍ଷିତ ଭାବେ ରଖିବା ଉପରେ ଗୁରୁତ୍ୱ ଦେଇଛି ବିଏମସି।
ଯେଉଁ ସବୁ ଘରେ କୋଭିଡ -୧୯ ସଂକ୍ରମିତ ବ୍ୟକ୍ତିମାନେ ହୋମ ଆଇସୋଲେସନ ରହିଛନ୍ତି ,ସେ ଘର ମାନଙ୍କରୁ ବର୍ଯ୍ୟ ସଂଗ୍ରହ କରାଯିବ। ନିର୍ଦ୍ଦେଶାବଳୀ ଅନୁସାରେ ୨ ଗୋଟି ଆସ୍ତରଣ ଥିବା ନନ କ୍ଲୋରିନେଟେଡ଼ ଡ଼ିସପୋଜେବୁଲ ପ୍ଲାଷ୍ଟିକ ବ୍ୟାଗରେ ବର୍ଯ୍ୟ ଗୁଡିକ ରଖାଯାଇ ଏହାକୁ ସଂଗ୍ରହ କରାଯିବ ଏବଂ ଏହି ବ୍ୟାଗ ଗୁଡିକ ଜାଗୃତି ସଂସ୍ଥା ପକ୍ଷରୁ ଦିଆଯିବ। ଦୈନିକ ସଂଗ୍ରହର ସମସ୍ତ ବିବରଣୀ ଜାଗୃତି ତରଫରୁ ବିଏମସିକୁ ପ୍ରଦାନ କରାଯିବ, ଗୋଟିଏ ଗାଡ଼ିରେ ପ୍ରାୟ ୧୦୦ ଗୋଟି ପରିବାରର ବର୍ଯ୍ୟ ସଂଗ୍ରହ ବ୍ୟବସ୍ଥା କରାଯାଇଛି । ଦୈନିକ ବିଏମସି ପକ୍ଷରୁ ଜାଗୃତିକୁ ହୋମ ଆଇସୋଲେସନରେ ରହିଥିବା ପଜିଟିଭଙ୍କ ବିବରଣୀ ଦିଆଯିବ । ଏହାର ସୁପରିଚାଳନା ପାଇଁ ଜଣେ ନୋଡାଲ ଅଫିସରଙ୍କୁ ଦାୟିତ୍ବ ଦିଆଯିବ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ